ସରକାରୀ ବସ୍ରେ ଅନଲାଇନ ଟିକେଟ୍ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ
ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍ରେ ହେଉନାହିଁ ଅନ୍ଲାଇନ୍ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, କିରିକୁଟି ଏକାଧିକ ଗ୍ରାମବାସୀ ନିର୍ଭର କରନ୍ତି। ଭୋର ସମୟରୁ ବ୍ରହ୍ମପୁରରୁ ବାହାରି ଦାରିଙ୍ଗବାଡିରେ ସକାଳ ୧୦ଟାରେ ପହଞ୍ଚି ବାଲିଗୁଡା ଯାଉଥିବା ବେଳେ ସାଢେ ୧୨ଟା ମଧ୍ୟରେ ପୁଣି ବ୍ରହ୍ମପୁର ଅଭିମୁଖେ ବସ୍ଟି ଫେରୁଛି। […] The post ସରକାରୀ ବସ୍ରେ ଅନଲାଇନ ଟିକେଟ୍ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ appeared first on Dharitri Odia News.
ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍ରେ ହେଉନାହିଁ ଅନ୍ଲାଇନ୍ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଉକ୍ତ ବସ୍ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, କିରିକୁଟି ଏକାଧିକ ଗ୍ରାମବାସୀ ନିର୍ଭର କରନ୍ତି। ଭୋର ସମୟରୁ ବ୍ରହ୍ମପୁରରୁ ବାହାରି ଦାରିଙ୍ଗବାଡିରେ ସକାଳ ୧୦ଟାରେ ପହଞ୍ଚି ବାଲିଗୁଡା ଯାଉଥିବା ବେଳେ ସାଢେ ୧୨ଟା ମଧ୍ୟରେ ପୁଣି ବ୍ରହ୍ମପୁର ଅଭିମୁଖେ ବସ୍ଟି ଫେରୁଛି। ଅନ୍ଲାଇନ ଟିକେଟ ହେଉ ନ ଥିବା ବେଳେ ଅଫଲାଇନରେ ମଧ୍ୟ ଦାରିଙ୍ଗବାଡି, ସିମନବାଡି ପାଇଁ ଟିକେଟ ମିଳୁନାହିଁ। ବାଲିଗୁଡା ଯାତ୍ରୀଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ଦାରିଙ୍ଗବାଡି, ସିମନବାଡି ଯାତ୍ରୀମାନେ ଆଗୁଆ ଟିକେଟ ନପାଇ ବହୁତ ହଇରାଣ ହେଉଛନ୍ତି।
ଏ ନେଇ ବସ୍ରେ ଯାଉଥିବା କଣ୍ଡକ୍ଟର ଅମୀୟ ମିଶ୍ରଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାର ନ ଥିବା ବେଳେ ପ୍ରଥମେ ବାଲିଗୁଡାରେ ହିଁ ଟିକେଟ କଟାଯିବ। ବଳକା ରହିଲେ ଏପଟେ ଅନ୍ୟକୁ ଟିକେଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଦାରିଙ୍ଗବାଡି ଅଞ୍ଚଳରେ ଯାତ୍ରୀ ଅସନ୍ତୋଷ ହେବା ସହ ଯାତ୍ରୀଙ୍କ ପାଇଁ ଅନ୍ଲାଇନ କାହିଁକି ଖୋଲାଯାଉନାହିଁ ସେ ନେଉ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ହାତରେ ଏହି ସବୁ ସମସ୍ୟାର ସମାଧାନ ନାହିଁ ଏହାକୁ ଜିଲା ପରିବହନ ପାଟିଚାଳକ ତଦାରଖ କରୁଥିବା ସେ କହିଛନ୍ତ। ପ୍ରକାଶ ଯେ ଦାରିଙ୍ଗବାଡରୁ ଜିଲା ବାହାରକୁ ମାତ୍ର ୨ ଟି ବସ୍ ଯାତାୟାତ କରୁଛି । ଗୋଟିଏ ଗଞ୍ଜାମ ଜିଲା ଭଞ୍ଜନଗରରୁ ଦାରିଙ୍ଗବାଡି ଓ ଅନ୍ୟଟି ବ୍ରହ୍ମପୁରରୁ ଦାରିଙ୍ଗବାଡି ଦେଇ ବାଲିଗୁଡା ଯାତାୟତ କରୁଛି। ମାତ୍ର ଏଥିପ୍ରତି ଯାତ୍ରୀମାନେ କେତେ ହଇରାଣ ଭୋଗୁଛନ୍ତି ତାର ତଦାରଖ ସଠିକ ଭାବେ ହୋଇପାରୁ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଯାତ୍ରୀମାନେ ସରକାରଙ୍କ ଏହି ବସ୍ ଗୁଡିକରୁ ସଠିକ ସୁବିଧା ପାଇପାରୁନାହାନ୍ତି ଓ ଘରୋଇ ବସ୍ରେ ଭଡା ଅଧିକା ଦେଇ ବାଧ୍ୟ ହୋଇ ଯାତ୍ରା କରୁଛନ୍ତି ।
The post ସରକାରୀ ବସ୍ରେ ଅନଲାଇନ ଟିକେଟ୍ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ appeared first on Dharitri Odia News.