ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୃନ୍ଦାବନ ମହାପାତ୍ର, ସମ୍ମାନିତ ଅତିଥି ଭାବେ […] The post ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ appeared first on Odisha.News.

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୃନ୍ଦାବନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ବିଡିଓ ବନ ବିହାରୀ ହରପାଲ, ତୁମୁଡିବନ୍ଧ ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡ଼ତ୍ୟା, ବେଲଘର ସରପଞ୍ଚ ଗୋବିନ୍ଦ ମାଝି, ବେଲଘର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ରାଜେଶ କୁମାର ପଣ୍ଡା, ସିର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସିତ କୁମାର ସାହୁ, କୁର୍ତୁମ ଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜ ବନ୍ଧୁ ବାରିକ, ଧୁଡୁଷି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରତ୍ୟୁଷ ବଡ଼ ସେଠପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ଛାତ୍ରୀ ଛାତ୍ର ମାନଙ୍କୁ ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବା ଦରକାର। କୁଟିଆ ଅଂଚଳରେ ରହିଥିବା ଏହି ବିଦ୍ୟାଳୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ତୁମ୍ଭମାନଙ୍କୁ ନେଇ ବଣର ମଲ୍ଲୀ ପୁରପଲ୍ଲୀରେ ଯେତେ ବେଳେ ବାସିବ ,ତାହାହେଲେ ସାକାର ହେଲା ବୋଲି କୁହାଯିବ। ଏଣୁ ଛାତ୍ରୀ ଛାତ୍ର ମାନଙ୍କୁ ମୋର ଉପଦେଶ ରହିଲା ଭଲରେ ପାଠ ପଢ଼ ଭଲ ମଣିଷ ହୁଅ। ଅଂଚଳ ପାଇଁ ଉଦାହରଣ ସାଜ ବୋଲି କହିଛନ୍ତି। ଶେଷରେ ବିଦ୍ୟାଳୟ ରେ ବିଭିନ୍ନ ଖେଳ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବଣ୍ଟନ ପରେ ମଞ୍ଚାସିନ ଅତିଥି ମାନଙ୍କୁ ସହ ଶିକ୍ଷକ ଦିଲୀପ ବରାଡ଼ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ।

The post ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ appeared first on Odisha.News.