ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ, ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି

ଭୁବନେଶ୍ଵର: ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ।  ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ। ଆଜି ଯୁଗ୍ମ ସଚିବ, ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ ନିତ୍ୟାନନ୍ଦ ସିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟରତ ଆଇଏଏସ ସୁନାରାମ ମୁର୍ମୁଙ୍କୁ ଲୋକ ସଂପର୍କ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ ଶ୍ରୀକାନ୍ତ ନାୟକଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ବଦଳି କରାଯାଇଛି। ଆଇଏଏସ ନବୀନ ଚନ୍ଦ୍ର କୁମ୍ରାଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ଗୃହ ବିଭାଗକୁ   ବଦଳି କରାଯାଇଛି।  

ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ, ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି

ଭୁବନେଶ୍ଵର: ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ।  ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ। ଆଜି ଯୁଗ୍ମ ସଚିବ, ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ବିଜ୍ଞପ୍ତି ଅନୁଯାୟୀ, ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ ନିତ୍ୟାନନ୍ଦ ସିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟରତ ଆଇଏଏସ ସୁନାରାମ ମୁର୍ମୁଙ୍କୁ ଲୋକ ସଂପର୍କ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ ଶ୍ରୀକାନ୍ତ ନାୟକଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ବଦଳି କରାଯାଇଛି। ଆଇଏଏସ ନବୀନ ଚନ୍ଦ୍ର କୁମ୍ରାଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ଗୃହ ବିଭାଗକୁ   ବଦଳି କରାଯାଇଛି।