ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ
ଯୋଡ଼ା,୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ପଳସା ପଞ୍ଚାୟତ ଗୟଳମରା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ବହୁବାର ଗ୍ରାମବାସୀ ଅଭିଯୋଗ କଲେ ବି ସ୍ଥାୟୀ ସମାଧାନ ହେଉନାହିଁ। ପାନୀୟ ଜଳ ଯୋଗାଣ ଦାବିରେ ଅଞ୍ଚଳବାସୀ ଗୁରୁବାର ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣା ଦେଇଥିଲେ। ଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ, ସାହିରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। […] The post ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ appeared first on Dharitri Odia News.
ଯୋଡ଼ା,୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ପଳସା ପଞ୍ଚାୟତ ଗୟଳମରା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ବହୁବାର ଗ୍ରାମବାସୀ ଅଭିଯୋଗ କଲେ ବି ସ୍ଥାୟୀ ସମାଧାନ ହେଉନାହିଁ। ପାନୀୟ ଜଳ ଯୋଗାଣ ଦାବିରେ ଅଞ୍ଚଳବାସୀ ଗୁରୁବାର ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣା ଦେଇଥିଲେ। ଥିବା ଜଣାପଡ଼ିଛି।
ଅଭିଯୋଗ ମୁତାବକ, ସାହିରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସାହିରେ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେଉଥିବାରୁ ଅତିଷ୍ଠ ହୋଇ ମହିଳା, ପୁରୁଷ ତାଙ୍କ ଘର ଆଗରେ ଧାରଣାରେ ବସିଥିବା ଗୟଳ ସାହିର ମହିଳା ହେମଲତା ମହାକୁଡ଼, ଉଷାରାଣୀ ମହାକୁଡ଼, ଝିଙ୍ଗୀ ମୁଣ୍ଡା, ରାମ ମୁଣ୍ଡା ଓ ବସନ୍ତ ମହାକୁଡ ପ୍ରମୁଖ କହିଥିଲେ।
ସ୍ଥାନୀୟ ସରପଞ୍ଚ ଉକ୍ତ ସାହିର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆଦୌ ଦୃଷ୍ଟି ଦେଉନାହାନ୍ତି। ବେଳେ ବେଳେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଉଛନ୍ତି। ଏଥିସହ ବେଲଦାଠାରେ ଥିବା ମେଗା ପ୍ରୋଜେକ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ସେଠାରୁ କିଛି ଗ୍ରାମକୁ ଜଳ ଯୋଗାଣ ହେଉଛି।
ନିକଟରେ ଥିବା ସୋଲାର ୱାଟର ପମ୍ପର ଜଳ ପାନୀୟ ଉପଯୋଗୀ ହେଉନାହିଁ। ଜଳରେ ଖାଦ୍ୟ ରନ୍ଧା ହେଲେ ତାହା ନାଲି ରଙ୍ଗ ହୋଇଯାଉଛି। ଲୋକେ ବାଧ୍ୟ ହୋଇ ଦେଢ଼ କି.ମି. ଦୂର ନଳ କୂଅରୁ ପାଣି ଆଣି ରୋଷେଇ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ସାହିକୁ ଜଳ ଯୋଗାଣ କରାଯାଉଥିଲା। ତାହା ମଧ୍ୟ ୪ ଦିନ ହେଲା ବନ୍ଦ ହୋଇଯାଇଥିବା ଲୋକେ ପ୍ରକାଶ କରିଛନ୍ତି।
ସରପଞ୍ଚ ଅରୁଣ କୁମାର ନାଏକ କହିଛନ୍ତି, ବେଲଦାଠାରେ ଥିବା ମେଗା ପ୍ରୋଜେକ୍ଟରୁ ପାନୀୟ ଜଳ ଯୋଗାଣ ହେଉଛି। ଉକ୍ତ ପ୍ରୋଜେକ୍ଟର ଜଳ ଯୋଗାଣ ବର୍ତ୍ତମାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଯଦିଓ ସପ୍ଲାଏ ହେଉଛି, ସ୍ଥାନେ ସ୍ଥାନେ ପାଇପ୍ରୁ ପାଣି ଲିକେଜ ହେଉଛି। ଅନ୍ୟପକ୍ଷରେ ବାମେବାରି-କାଳୀମାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଉକ୍ତ ପାଇପ୍ ଲାଇନ୍କୁ ଉଠାଇ ପୁର୍ନବାର ଲଗାଯିବ। ଏହା ସହିତ ଉକ୍ତ ସାହିରେ ସୋଲାର ପମ୍ପ ଦ୍ୱାରା ପାନୀୟ ଜଳ ଯୋଗାଣ ହେଉଛି। ମାତ୍ର ଉକ୍ତ ପାଣି ରୋଷେଇ ଉପଯୋଗୀ ନୁହେଁ।
ଏପରି ସ୍ଥିତିରେ ସ୍ଥାନୀୟ ଓଏମ୍ସିରେ କାର୍ଯ୍ୟ କରୁଥିବା ଠିକାସଂସ୍ଥା ପକ୍ଷରୁ ଉକ୍ତ ସାହିକୁ ଯୋଗାଣ କରାଯାଉଥିଲା। ଟ୍ୟାଙ୍କର ୪ ଦିନ ହେବ ଖରାପ ହେବାରୁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ହୋଇଛି। ଠିକାସଂସ୍ଥା ସହିତ ଯୋଗାଯୋଗ କରି ପାନୀୟ ଜଳ ଯୋଗାଣ କରାଯାଇଥିବା ସେ କହିଥିଲେ।
The post ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ appeared first on Dharitri Odia News.