ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ, ଆଲୋଚନା ପାଇଁ ଉପଜିଲାପାଳଙ୍କ ମୋହର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ପଞ୍ଚାୟତ ଆଇନ ୧୯୬୪ ଧାରା ୨୪ ଅନୁଯାୟୀ ଏହି ପଞ୍ଚାୟତରେ ଆସନ୍ତା ୩୦ ସେପ୍ଟେମ୍ବର ସୋମବାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ କେନ୍ଦୁଝର ଉପଜିଲାପାଳ ମୋହର ମାରିଛନ୍ତି। ସୂଚନାଯୋଗ୍ୟ ଯେ ଏରେଣ୍ଡେଇ ଗ୍ରାମ ପଞ୍ଚାୟତରେ ୧୧ ଜଣ ୱାର୍ଡ ସଦସ୍ୟ ସଦସ୍ୟା ରହିଥିବାବେଳେ ୩୦ ତାରିଖକୁ ଉତ୍କଣ୍ଠାର ସହିତ ଅପେକ୍ଷା କରାଯାଇଛି।