ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଓ୍ବାର୍ଡ ସଦସ୍ୟ

କେସିଙ୍ଗା,୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି କେସିଙ୍ଗା ବ୍ଲକ କଶ୍ରୁପଡ଼ା ପଞ୍ଚାୟତର ସରପଞ୍ଚ ମାଳତୀ ଭୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଓ୍ବାର୍ଡ ସଦସ୍ୟ ବୃନ୍ଦ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ କଶ୍ରୁପଡ଼ା ପଞ୍ଚାୟତରେ ୧୨ଟି ଓ୍ବାର୍ଡ ଥିବାବେଳେ ସେଥିମଧ୍ୟରୁ ୯ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ସରପଞ୍ଚ ମାଳତୀଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ସରପଞ୍ଚଙ୍କ ସ୍ବାମୀ ପଞ୍ଚାୟତର ସବୁ କାମରେ ହସ୍ତକ୍ଷେପ କାର୍ଯ୍ୟ କରିବା ସହ ମନଇଚ୍ଛା ମନେରଗା କାର୍ଯ୍ୟର ବିଲ୍‌ ପାଇଁ ଶ୍ରମିକଙ୍କଠାରୁ ଟଙ୍କା […] The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଓ୍ବାର୍ଡ ସଦସ୍ୟ appeared first on Dharitri Odia News.

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଓ୍ବାର୍ଡ ସଦସ୍ୟ

କେସିଙ୍ଗା,୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି କେସିଙ୍ଗା ବ୍ଲକ କଶ୍ରୁପଡ଼ା ପଞ୍ଚାୟତର ସରପଞ୍ଚ ମାଳତୀ ଭୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଓ୍ବାର୍ଡ ସଦସ୍ୟ ବୃନ୍ଦ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ କଶ୍ରୁପଡ଼ା ପଞ୍ଚାୟତରେ ୧୨ଟି ଓ୍ବାର୍ଡ ଥିବାବେଳେ ସେଥିମଧ୍ୟରୁ ୯ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ସରପଞ୍ଚ ମାଳତୀଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ସରପଞ୍ଚଙ୍କ ସ୍ବାମୀ ପଞ୍ଚାୟତର ସବୁ କାମରେ ହସ୍ତକ୍ଷେପ କାର୍ଯ୍ୟ କରିବା ସହ ମନଇଚ୍ଛା ମନେରଗା କାର୍ଯ୍ୟର ବିଲ୍‌ ପାଇଁ ଶ୍ରମିକଙ୍କଠାରୁ ଟଙ୍କା ଆଦାୟ କରିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କଠାରୁ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ସହ ମିଥ୍ୟା ବିଲ ପ୍ରସ୍ତୁତ କରୁଛନ୍ତି ଏବଂ ମାସିକିଆ ବୈଠକରେ ସରପଞ୍ଚଙ୍କ ସ୍ବାମୀ ସିଟ୍‌ରେ ବସି ବୈଠକ ପରିଚାଳନା କରିଥାନ୍ତି। ଟିଏଫ୍‌ସି.,ଏସ୍‌ପିସି.ଯୋଜନାରୁ ମନଇଚ୍ଛା ଖର୍ଚ୍ଚ କରି ବିଭିନ୍ନ କାର୍ଯ୍ୟରେ ନିମ୍ନମାନର କାମ କରୁଛନ୍ତ। ଓ୍ବାର୍ଡ ସସଦ୍ୟଙ୍କୁ ସରପଞ୍ଚ ଅଣଦେଖା କରି କୌଣସି କାର୍ଯ୍ୟରେ ନ ପଚାରିବା ଓ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ଦୁର୍ନୀତି ହେଉଥିବାରୁ ପଞ୍ଚାୟତବାସୀଙ୍କ ହିତ ଦୃଷ୍ଟିରୁ ଶ୍ରୀମତୀ ଭୋଇଙ୍କୁ ସରପଞ୍ଚ ପଦରୁ ହଟାଇବା ଜରୁରୀ ହୋଇପଡ଼ିଛି ବୋଲି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଯଦି ଉକ୍ତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ଯଥାଶୀଘ୍ର କରାଯିବ ତେବେ ଉକ୍ତ ପଞ୍ଚାୟତରେ ଗରିବ ହିତାଧିକାରୀ ବିଭିନ୍ନ ଯୋଜନାରୁ ଉପକୃତ ହେବା ସହ ଏହି ପଞ୍ଚାୟତ ସୂଚାରୁ ରୂପେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଆଗେଇ ପାରିବ ବୋଲି ଓ୍ବାର୍ଡସଭ୍ୟାସଭ୍ୟ ଜିଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଜିଲାପାଳ ଅଭିଯୋଗ ପାଇବା ପରେ ତୁରନ୍ତ ବିଚାର କରାଯିବ ବୋଲି ପ୍ରକାଶ କରିଛନ୍ତି।

The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଓ୍ବାର୍ଡ ସଦସ୍ୟ appeared first on Dharitri Odia News.