ସରଫରାଜ ଲିକ୍ କରିଛନ୍ତି ଡ୍ରେସିଂ ରୁମ୍ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି ୪ ମ୍ୟାଚ୍ରେ ପରାଜିତ ହୋଇଥିଲା। ଏହି ସମୟରେ ଡ୍ରେସିଂ ରୁମ୍ ଖବର ବାହାରକୁ ଆସିଥିଲା। ସିଡନୀରେ ହୋଇଥିବା ଟେଷ୍ଟ ପୂର୍ବରୁ ହେଡ୍ କୋଚ୍ ଗୌତମ ଗମ୍ଭୀର ଖବରଦାତା ସମ୍ମିଳନୀରେ କୋଚ୍ ଏବଂ ଖେଳାଳି ମଧ୍ୟର କଥା ଡ୍ରେସିଂ ରୁମ୍ ଯାଏ ସୀମିତ ରହିବା କଥା କହିଥିଲେ। ଏବେ ସେ ଯୁବ […] The post ସରଫରାଜ ଲିକ୍ କରିଛନ୍ତି ଡ୍ରେସିଂ ରୁମ୍ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି ୪ ମ୍ୟାଚ୍ରେ ପରାଜିତ ହୋଇଥିଲା। ଏହି ସମୟରେ ଡ୍ରେସିଂ ରୁମ୍ ଖବର ବାହାରକୁ ଆସିଥିଲା। ସିଡନୀରେ ହୋଇଥିବା ଟେଷ୍ଟ ପୂର୍ବରୁ ହେଡ୍ କୋଚ୍ ଗୌତମ ଗମ୍ଭୀର ଖବରଦାତା ସମ୍ମିଳନୀରେ କୋଚ୍ ଏବଂ ଖେଳାଳି ମଧ୍ୟର କଥା ଡ୍ରେସିଂ ରୁମ୍ ଯାଏ ସୀମିତ ରହିବା କଥା କହିଥିଲେ। ଏବେ ସେ ଯୁବ କ୍ରିକେଟର ସରଫରାଜ ଖାନ୍ଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଡ୍ରେସିଂ ରୁମ୍ ଖବର ବାହାରକୁ ଆସିବା ପଛରେ ସେ ଥିବା ଗମ୍ଭୀର କହିଥିବା ଜାତୀୟ ଗଣମାଧ୍ୟମ ନ୍ୟୁଜ ୨୪ ସ୍ପୋଟ୍ସରେ ଦାବି କରାଯାଇଛି।
ରିପୋର୍ଟ ମୁତାବକ ଗମ୍ଭୀର ମୁମ୍ବାଇରେ ହୋଇଥିବା ବିସିସିଆଇର ସମୀକ୍ଷା ବୈଠକରେ ସରଫରାଜଙ୍କ ବିଷୟରେ ଅଭିଯୋଗ ଆଣିଛନ୍ତି। ଏଣୁ ଯେବେ ଯାଏ ଗମ୍ଭୀର କୋଚ୍ ରହିବେ ସରଫରାଜଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ତେବେ ସରଫରାଜଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ବି ଟେଷ୍ଟ ଖେଳିବାର ସୁଯୋଗ ଦିଆଯାଇ ନ ଥିଲା। ତେବେ ରିପୋର୍ଟ ନେଇ ଗମ୍ଭୀର କିମ୍ବା ସରଫରାଜଙ୍କ ପକ୍ଷରୁ ଏଯାଏ କୌଣସି ଆଧିକାରୀକ ପ୍ରତିକ୍ରିୟା ଆସିନାହିଁ।
ମେଲବର୍ନରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ର ଶେଷ ଦିନରେ ଭାରତ ପରାସ୍ତ ହୋଇଥିଲା। ଏହା ପରେ, ଡ୍ରେସିଂ ରୁମରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବହୁତ ରାଗି ଯାଇଥିଲେ। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ କରିଥିଲା ଯେ ଗମ୍ଭୀର ଦଳ ଉପରେ ବର୍ଷିଥିଲେ ଏବଂ କହିଥିଲେ, “ବହୁତ ହେଲା।” ଦଳର ବ୍ୟାଟ୍ସମ୍ୟାନ୍ମାନେ ପରିସ୍ଥିତି ଅନୁସାରେ ନ ଖେଳି ଡ୍ରେସିଂ ରୁମରେ ତିଆରି ଯୋଜନା ଅନୁସରଣ କରିବା ପରିବର୍ତ୍ତେ ସେମାନଙ୍କର ’ସ୍ବାଭାବିକ ଖେଳ’ ଖେଳିବାକୁ ଚେଷ୍ଟା କରୁଥିବାରୁ ସେ ତାଙ୍କ ଉପରେ ବିରକ୍ତ ହୋଇଥିଲେ। ଉକ୍ତ ରିପୋର୍ଟରେ କୁହାଯାଇଥିଲା ଯେ ଭାରତୀୟ ଡ୍ରେସିଂ ରୁମର ପରିବେଶ ଭଲ ନ ଥିଲା।
The post ସରଫରାଜ ଲିକ୍ କରିଛନ୍ତି ଡ୍ରେସିଂ ରୁମ୍ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ appeared first on Dharitri Odia News.