ସରଫରାଜଙ୍କ ଡେବ୍ୟୁଠାରୁ ଅଧିକ ଚର୍ଚ୍ଚାରେ ବାପା ପିନ୍ଧିଥିବା ଜ୍ୟାକେଟ୍, ପରୋକ୍ଷରେ…
ରାଜକୋଟ,୧୫।୨: ରାଜକୋଟ ଟେଷ୍ଟରେ ସରଫରାଜ ଖାନ୍ଙ୍କୁ ଟିମ୍ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ୩୧୧ତମ ଖେଳାଳି ଭାବେ ସେ ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଏହି ସମୟରେ ମଇଦାନରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ଭାବବିହ୍ବଳ କରିଥିଲା। ପୁଅଙ୍କ ଐତିହାସିକ ମୂହୁର୍ତ୍ତ ସମୟରେ ସରଫରାଜଙ୍କ ବାପା ଉପସ୍ଥିତ ଥିଲେ। ତାଙ୍କ ଆଖିରେ ଖୁସିର ଲୁହ ଥିଲା। ହେଲେ ଏହି ସମୟରେ ସରଫରାଜଙ୍କ ବାପା ପିନ୍ଧିଥିବା ଜ୍ୟାକେଟ୍କୁ ନେଇ ବିବାଦ ଉପୁଜିଛି। ଏବେ […] The post ସରଫରାଜଙ୍କ ଡେବ୍ୟୁଠାରୁ ଅଧିକ ଚର୍ଚ୍ଚାରେ ବାପା ପିନ୍ଧିଥିବା ଜ୍ୟାକେଟ୍, ପରୋକ୍ଷରେ… appeared first on Dharitri Odia News.
ରାଜକୋଟ,୧୫।୨: ରାଜକୋଟ ଟେଷ୍ଟରେ ସରଫରାଜ ଖାନ୍ଙ୍କୁ ଟିମ୍ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ୩୧୧ତମ ଖେଳାଳି ଭାବେ ସେ ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଏହି ସମୟରେ ମଇଦାନରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ଭାବବିହ୍ବଳ କରିଥିଲା। ପୁଅଙ୍କ ଐତିହାସିକ ମୂହୁର୍ତ୍ତ ସମୟରେ ସରଫରାଜଙ୍କ ବାପା ଉପସ୍ଥିତ ଥିଲେ। ତାଙ୍କ ଆଖିରେ ଖୁସିର ଲୁହ ଥିଲା। ହେଲେ ଏହି ସମୟରେ ସରଫରାଜଙ୍କ ବାପା ପିନ୍ଧିଥିବା ଜ୍ୟାକେଟ୍କୁ ନେଇ ବିବାଦ ଉପୁଜିଛି।
ଏବେ ସୋସିଆଲ ମିଡିଆରେ ଯେତିକି ଚର୍ଚ୍ଚା ସରଫରାଜଙ୍କ ଟେଷ୍ଟ ଡେବ୍ୟୁକୁ ନେଇ ହେଉଛି, ସେତିକି ଚର୍ଚ୍ଚା ତାଙ୍କ ବାପା ନୌଶାଦ ଖାନ୍ ପିନ୍ଧିଥିବା ଜ୍ୟାକେଟକୁ ନେଇ ହେଉଛି। କାରଣଟି ହେଉଛି ସେଥିରେ କିଛି କଥା ଲେଖାଯାଇଥିଲା, ଯାହାକି ଟିମ୍ ଇଣ୍ଡିଆ ଏବଂ ବିସିସିଆଇ ଉଭୟଙ୍କୁ ଟାର୍ଗେଟ କରୁଥିବା କୁହାଯାଉଛି।
This father-son hug on Test debut wins hearts
![]()
These words here in a Test against England win even more hearts
#INDvENG pic.twitter.com/EVR9IJyuXx
— Kausthub Gudipati (@kaustats) February 15, 2024
ନୌଶାଦ ଖାନଙ୍କ ଜ୍ୟାକେଟରେ ଲେଖାଯାଇଥିଲା ଯେ, କ୍ରିକେଟ ଜେଣ୍ଟଲମ୍ୟାନ୍ଙ୍କ ଗେମ୍ ନୁହେଁ ବରଂ ସମସ୍ତଙ୍କର ଗେମ୍। କ୍ୟାମେରାରେ ଏହା କଏଦ ହେବା ପରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି। କେଉଁ ଉଦ୍ଦେଶ୍ୟରେ ସେ ଉକ୍ତ ଜ୍ୟାକେଟ୍ ପିନ୍ଧିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ପୁଅଙ୍କୁ ଅଣଦେଖା କରାଯାଇଥିବାରୁ ସେ ଏଭଳି କ୍ଷୋଭ ପ୍ରକାଶ କରିଥିବା କୁହାଯାଉଛି।
The post ସରଫରାଜଙ୍କ ଡେବ୍ୟୁଠାରୁ ଅଧିକ ଚର୍ଚ୍ଚାରେ ବାପା ପିନ୍ଧିଥିବା ଜ୍ୟାକେଟ୍, ପରୋକ୍ଷରେ… appeared first on Dharitri Odia News.