ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ ଅନ୍ୟପଟେ ଉକ୍ତ ଗ୍ରାମରେ ଦିନ ଦ୍ବିପହରରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଗ୍ରାମର ବିଶ୍ବନାଥ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହା ଏକ ନିର୍ବାଚନୀ ହିଂସା ବୋଲି ଭାଜପାର ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମତଦାନ ସହିତ ଉକ୍ତ ହତ୍ୟାକାଣ୍ଡର କୌଣସି ସମ୍ପର୍କ […] The post ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି appeared first on Dharitri Odia News.
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ ଅନ୍ୟପଟେ ଉକ୍ତ ଗ୍ରାମରେ ଦିନ ଦ୍ବିପହରରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଗ୍ରାମର ବିଶ୍ବନାଥ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହା ଏକ ନିର୍ବାଚନୀ ହିଂସା ବୋଲି ଭାଜପାର ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମତଦାନ ସହିତ ଉକ୍ତ ହତ୍ୟାକାଣ୍ଡର କୌଣସି ସମ୍ପର୍କ ନାହିଁ ଏବଂ ପୂର୍ବ ଶତ୍ରୁତାରୁ ଭୋଟ ଗ୍ରହଣ କେନ୍ଦ୍ରର ୩୦୦ରୁ ୪୦୦ ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରେସ ବିଜ୍ଞପ୍ତିରେ ବରଗଡ଼ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ସୂଚନା ଦେଇଛନ୍ତି । ସେହିପରି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି ଏବଂ ଏହି ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ, ବ୍ୟକ୍ତିଗତ ଶତୃତାରୁ ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସେ କହିଛନ୍ତିି।
The post ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି appeared first on Dharitri Odia News.