ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ବାଲିଅନ୍ତା ରଙ୍ଗବଜାର ନିକଟରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

କନକବ୍ୟୁରୋ :  ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର  ।  ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନବେଳେ ବଡ଼ ଅଘଟଣ। କୁଆଖାଇରେ ବୁଡି ପୁଣି ୨ ମୁଣ୍ଡ ଯାଇଛି । ବାଲିଅନ୍ତା ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ୧୫ ବର୍ଷୀୟ ଦିବ୍ୟଜ୍ୟୋତି ମହାଲିକ,   ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ୧୫ ବର୍ଷୀୟ ସିକୁନ ସେନାପତି  ।  ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟମରେ ମତକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଆଜି ସକାଳୁ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗ ମାନଙ୍କ ସହ ଆସିଥିବା ବେଳେ ୨ ଛାତ୍ର ପାଣିରେ ବୁଡି ଯାଇଥିଲେ । ଏହି ଘଟଣାରେ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ  ।  

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ବାଲିଅନ୍ତା ରଙ୍ଗବଜାର ନିକଟରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

କନକବ୍ୟୁରୋ :  ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର  ।  ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନବେଳେ ବଡ଼ ଅଘଟଣ। କୁଆଖାଇରେ ବୁଡି ପୁଣି ୨ ମୁଣ୍ଡ ଯାଇଛି । ବାଲିଅନ୍ତା ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ୧୫ ବର୍ଷୀୟ ଦିବ୍ୟଜ୍ୟୋତି ମହାଲିକ,   ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ୧୫ ବର୍ଷୀୟ ସିକୁନ ସେନାପତି  । 

ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟମରେ ମତକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଆଜି ସକାଳୁ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗ ମାନଙ୍କ ସହ ଆସିଥିବା ବେଳେ ୨ ଛାତ୍ର ପାଣିରେ ବୁଡି ଯାଇଥିଲେ । ଏହି ଘଟଣାରେ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ  ।