ସରିଲା ଟ୍ରାକ୍ ମରାମତି, ସ୍ୱାଭାବିକ ହେବ ରେଳ ଚଳାଚଳ

କଟକ ୩୧/୦୩: ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ୪ଟା ବେଳେ ଟ୍ରାକ୍ ମରାମତି କାମ ଆରମ୍ଭ ହୋଇଥିଲା । ରେଲବାଇ ସେଫ୍ଟି କମିସନର୍ ଘଟଣାର ସରଜମିନ ତଦନ୍ତ କରିଥିଲେ। ସୋମବାର ସକାଳ ୭ଟା ୧୫ ବେଳକୁ ଏହି ମରାମତି କାମ ଶେଷ ହୋଇଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ଚଳାଚଳ ଏବେ ସ୍ୱାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଥାଉକି, ରବିବାର ପୂର୍ବାହ୍ଣ ୧୧ଟା ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ଲାଇନଚ୍ୟୁତ ହେବା ପରେ ଆରମ୍ଭ ହେଲା ଦୁର୍ଘଟଣାର କାରଣ ଖୋଜା । ଅନ୍ୟପଟେ ରେଳ ଦୁର୍ଘଟଣା ପରେ ରାତି ସାରା ଟ୍ରାକ ମରାମତି କା

ସରିଲା ଟ୍ରାକ୍ ମରାମତି, ସ୍ୱାଭାବିକ ହେବ ରେଳ ଚଳାଚଳ

କଟକ ୩୧/୦୩: ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ୪ଟା ବେଳେ ଟ୍ରାକ୍ ମରାମତି କାମ ଆରମ୍ଭ ହୋଇଥିଲା । ରେଲବାଇ ସେଫ୍ଟି କମିସନର୍ ଘଟଣାର ସରଜମିନ ତଦନ୍ତ କରିଥିଲେ। ସୋମବାର ସକାଳ ୭ଟା ୧୫ ବେଳକୁ ଏହି ମରାମତି କାମ ଶେଷ ହୋଇଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ଚଳାଚଳ ଏବେ ସ୍ୱାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। 

ସୂଚନାଥାଉକି, ରବିବାର ପୂର୍ବାହ୍ଣ ୧୧ଟା ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। 

ଲାଇନଚ୍ୟୁତ ହେବା ପରେ ଆରମ୍ଭ ହେଲା ଦୁର୍ଘଟଣାର କାରଣ ଖୋଜା । ଅନ୍ୟପଟେ ରେଳ ଦୁର୍ଘଟଣା ପରେ ରାତି ସାରା ଟ୍ରାକ ମରାମତି କାମ ଜାରି ରହିଛି । ଅନ୍ୟପଟେ ଦୁର୍ଘଟଣାର ତଦନ୍ତ କରୁଛନ୍ତି କମିଶନର ଅଫ ରେଲୱେ ସେଫ୍‌ଟି ଅଧିକାରୀ । ନିର୍ଗୁଣ୍ଡି ଷ୍ଟେସନର ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ବ୍ରିଜେସ କୁମାର ମିଶ୍ର । କାହିଁକି ଦୁର୍ଘଟଣା ଘଟିଲା ? 

ଦୁର୍ଘଟଣା ପଛର କାରଣ କଣ? ଟ୍ରେନ କାହିଁକି ଲାଇନଚ୍ୟୁତ ହେଲା ? ତାର କାରଣ ଖୋଜିଛନ୍ତି ସିଆରଏସ୍‌ ଅଧିକାରୀ। କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ୍‌ ଡିଆରଏମ୍‌ ଅଫିସର ଯାଇ ତଥ୍ୟ ରଖିପାରିବେ । ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫଟିକୁ ମଧ୍ୟ ଚିଠି ଲେଖି ଜଣାଇପାରିବେ। 

ଦୁର୍ଘଟଣାଗ୍ରସ୍ତ ବଗିରେ ଥିବା ଯାତ୍ରୀଙ୍କ କହିବାନୁଯାୟୀ, କଟକ ବିରୂପା ସେତୁ ଅତିକ୍ରମ କରିବା ପରେ ବିକଟାଳ ଶବ୍ଦ କରି ଟ୍ରେନ୍ଟି ଗୋଟିଏ ପାଖକୁ ଢଳି ପଡ଼ିଥିଲା। ଯାତ୍ରୀମାନେ ପରସ୍ପର ଉପରେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ। କିଛି ଯାତ୍ରୀ ଶୋଇଥିବା ଅବସ୍ଥାରେ ତଳକୁ ଖସି ଆହତ ହୋଇଥିଲେ। ତେବେ ବଗିର ଦୁଆରମୁହଁରେ ଠିଆ ହୋଇଥିବା ଯୁବକ ଜଣକ ବାହାରକୁ ଖସିପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ଘଟିଥିଲା। 

ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ପରେ କିଛି ଯାତ୍ରୀ ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଥିଲେ। ଦୁର୍ଘଟଣା ପରେ ଡାଉନ୍ ଲାଇନରେ ଯିବାକୁ ଥିବା ସମସ୍ତ ଟ୍ରେନ୍‌ର ଗତିପଥକୁ ପରିବର୍ତ୍ତନ କରାଯାଇଥିଲା। ଅଫ୍‌ଲାଇନ୍‌ରେ ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଅଫ୍ଲାଇନରେ କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ଆନନ୍ଦବିହାର ଟର୍ମିନାଲ୍ ଟ୍ରେନ୍ ମଙ୍ଗୁଳି ଷ୍ଟେସନ୍ ନିକଟରେ ଅଟକି ରହିଥିଲା। ଦୁର୍ଘଟଣାସ୍ଥଳରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।