ସରିଲା ଡିଜିପି ସମ୍ମିଳନୀ, ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ଵର: ଡିଜିପି ସମ୍ମିଳନୀ ସାରି ଆଜି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ । ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ। ଆଜି ସମ୍ମିଳନୀର ଉଦଯାପନୀ ଦିନ ଥିଲା। ଏହା ସଂପନ୍ନ ପରେ ଅପରାହ୍ନରେ ଦିଲ୍ଲୀ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଏହି ଗସ୍ତ ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା।ତିନି ଦିନିଆ ଡିଜିପି କନଫରେନ୍ସରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗଠୁ ଆରମ୍ଭ କରି ଆତଙ୍କ ବାଦ ମୁକାବିଲା ଚ୍ୟାଲେଞ୍ଜ, ମାଓ ମୁକାବିଲା ରଣନିତୀ, ଉପକୂଳ ସୁରକ୍ଷା, ନିଶା କାରବାର, ସାଇବର ଅପରାଧ ଚ୍ୟାଲେଞ୍ଜ, ଭାରତୀୟ ନ୍ୟାୟ ସଂହିତା ପ୍ରସଙ୍ଗରେ ଆଲୋଚନା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଏହା ସହ ରାଜ୍ୟ ରାଜ୍ୟ ଭିତରେ ପୋଲିସ ସମନ୍ବୟ, ଆଇନ ଶୃଙ୍ଖଳାଠୁ ଆରମ୍ଭ କରି ପୋଲିସ ଆଧୁନିକ କରଣ , ପୋଲିସ ଭିତ୍ତିଭୂମି ସଂପର୍କରେ ବି ଚର୍ଚ୍ଚା ହୋଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି । Also read: ଚାଲାଣ କଟିଥିଲେ ବି ତଣ୍ଡ ଗଣୁନାହାନ୍ତି ଗାଡି ମାଲିକ, ଓ୍ବାନ୍ ଟାଇମ୍ ସେଟେଲମେଣ୍ଟ ଜରିଆରେ ହେବ ତଣ୍ଡ ବ୍ୟବସ୍ଥାଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତ
ଭୁବନେଶ୍ଵର: ଡିଜିପି ସମ୍ମିଳନୀ ସାରି ଆଜି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ । ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ। ଆଜି ସମ୍ମିଳନୀର ଉଦଯାପନୀ ଦିନ ଥିଲା। ଏହା ସଂପନ୍ନ ପରେ ଅପରାହ୍ନରେ ଦିଲ୍ଲୀ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଏହି ଗସ୍ତ ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା।
ତିନି ଦିନିଆ ଡିଜିପି କନଫରେନ୍ସରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗଠୁ ଆରମ୍ଭ କରି ଆତଙ୍କ ବାଦ ମୁକାବିଲା ଚ୍ୟାଲେଞ୍ଜ, ମାଓ ମୁକାବିଲା ରଣନିତୀ, ଉପକୂଳ ସୁରକ୍ଷା, ନିଶା କାରବାର, ସାଇବର ଅପରାଧ ଚ୍ୟାଲେଞ୍ଜ, ଭାରତୀୟ ନ୍ୟାୟ ସଂହିତା ପ୍ରସଙ୍ଗରେ ଆଲୋଚନା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଏହା ସହ ରାଜ୍ୟ ରାଜ୍ୟ ଭିତରେ ପୋଲିସ ସମନ୍ବୟ, ଆଇନ ଶୃଙ୍ଖଳାଠୁ ଆରମ୍ଭ କରି ପୋଲିସ ଆଧୁନିକ କରଣ , ପୋଲିସ ଭିତ୍ତିଭୂମି ସଂପର୍କରେ ବି ଚର୍ଚ୍ଚା ହୋଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।
Also read: ଚାଲାଣ କଟିଥିଲେ ବି ତଣ୍ଡ ଗଣୁନାହାନ୍ତି ଗାଡି ମାଲିକ, ଓ୍ବାନ୍ ଟାଇମ୍ ସେଟେଲମେଣ୍ଟ ଜରିଆରେ ହେବ ତଣ୍ଡ ବ୍ୟବସ୍ଥା
ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ଗୃହମନ୍ତ୍ରୀ ସମ୍ମିଳନିକୁ ଉଦଘାଟନ କରିଥିଲେ। ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ନିଜେ ଦିନ ତମାମ ବୈଠକରେ ଉପସ୍ଥିତ ଥିଲେ । ଆଜି ତୃତୀୟ ଦିନରେ ସମ୍ମିଳନୀରେ ଉପସ୍ଥିତ ରହି ଦେଶର ପୋଲିସର ମନବଳ ବଢାଇଥିଲେ ପ୍ରଧାନମନ୍ତ୍ରୀ ।
ମୋଦୀଙ୍କ ଗସ୍ତର ପ୍ରଥମ ଦିନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏୟାରପୋର୍ଟରେ ଆୟୋଜିତ ସଭାକୁ ସମ୍ବୋଧିତ କରିଥିଲେ। ଗସ୍ତର ପ୍ରଥମ ଦନିରେ ରାଜ୍ୟ କାର୍ଯ୍ୟାଳୟରେ ପାଖା ପାଖି ତିନି ଘଣ୍ଟା ରହିଥିଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ରାଜ୍ୟରେ ବିଜେପି ସରକାର କରିବାପରେ ମୋଦୀଙ୍କର ଏହା ଥିଲା ପ୍ରଥମ ରାଜ୍ୟ କାର୍ଯ୍ୟାଳୟ ଗସ୍ତ । ଏହି ସମୟରେ ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । କଥାରେ କଥାରେ ନିଜ ଜୀବନର ସଂଘର୍ଷ ଏବଂ ସଫଳତା କାହାଣୀ କହି ଜନପ୍ରତିନିଧିଙ୍କ ଆଚରଣ ଏବଂ ଉଚାରଣ ଚଳଣି କେମିତି ହେବ ତାହା କହିଥିଲେ ।
ସଙ୍ଗଠନ ଓ ସରକାର କିଭଳି ସମନ୍ବୟ ରଖି ଆଗକୁ ବଢିବ , ସାଂସଦ ବିଧାୟକ କିଭଳି ଜନସଂପର୍କ ରଖିବେ ସେନେଇ ଗୁରୁମନ୍ତ୍ର ଦେଇଥିଲେ ମୋଦୀ । ମୋଦୀଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟ ବିଜେପିକୁ ବେଶ ବଳ ଦେଇଛି। ମୋଟା ମୋଟି କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ତିନିଦିନି ଓଡିଶାରେ ରହିବା ବେଶ ଗୁରୁତ୍ବ ବହନ କରୁଥିବାବଳେ ସବୁଠି ପ୍ରଧାନମନ୍ତ୍ରୀ କରାଯାଇଥିଲା ଭବ୍ୟ ସ୍ବାଗତ ।