ସରିଲା ନାଗା ଚୈତନ୍ୟ-ଶୋଭିତାଙ୍କ ନିର୍ବନ୍ଧ, ନାଗାଅର୍ଜୁନ ସେୟାର କଲେ ଭାବି ବୋହୂ-ପୁଅଙ୍କ ଫଟୋ

ମୁମ୍ଵାଇ ୦୮।୦୮: ସାଉଥଷ୍ଟରଙ୍କ ଘରେ ବାଜିବ ଶାହାନାଇ । ପୁଣି ଥରେ ବର ସାଜିବେ ଅଭିନେତା ନାଗା ଚୈତନ୍ୟ । ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନୂଆ ଜୀବନସାଥୀ ବାଛିଲେ ନାଗା । ଦୀର୍ଘଦିନ ଧରି ଶୋଭିତାଙ୍କୁ କରୁଥିଲେ ସିକ୍ରେଟ୍‌ ଡେଟ୍‌ । ଏବେ ନାଗା-ଶୋଭିତା ନିର୍ବନ୍ଧ କରିଛନ୍ତି। ବର୍ତ୍ତମାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । "We are delighted to announce the engagement of our son, Naga Chaitanya, to Sobhita Dhulipala, which took place this morning at 9:42 a.m.!!We are overjoyed to welcome her into our family.Congratulations to the happy couple!Wishing them a lifetime of love and happiness. ????… pic.twitter.com/buiBGa52lD— Nagarjuna Akkineni (@iamnagarjuna) August 8, 2024ଦୁହେଁ ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ନିର୍ବନ୍ଧ କରିଛନ୍ତି। ଏହାପରେ ସୋସିଲ ମିଡିଆରେ ଫଟୋ ପୋଷ୍ଟ କରି ଉଭୟ ଏହାକୁ ଅଫିସିଆଲ କରିଛନ୍ତି। ଏହି ଫଙ୍କସନ ନାଗାଙ୍କ ଘରେ ଅନୁଷ୍ଠିତ ହୋଇଛି।  ନାଗା ଦୁହିଁଙ୍କୁ ଆର୍ଶିବାଦ ଦେବା ସହ ଫଟୋ ସେୟାର କରିଛନ୍ତି। ନାଗାର୍ଜୁନ ପୁଅ ପାଇଁ ବହୁତ ଖୁସି ଅଛନ୍ତି। ଫଟୋ ସେୟାର କରି ଲେଖିଛନ୍ତି ମୁଁ ବହୁତ ଖୁସି ମୋ ପୁଅ ଶୋଭିତା ସହ ନିର୍ବନ୍ଧ କରିଛି । ସକାଳ ୯.୪୫ରେ ଦୁହେଁ ପରସ୍ପରକୁ ମୁଦି

ସରିଲା ନାଗା ଚୈତନ୍ୟ-ଶୋଭିତାଙ୍କ ନିର୍ବନ୍ଧ, ନାଗାଅର୍ଜୁନ ସେୟାର କଲେ ଭାବି ବୋହୂ-ପୁଅଙ୍କ ଫଟୋ

ମୁମ୍ଵାଇ ୦୮।୦୮: ସାଉଥଷ୍ଟରଙ୍କ ଘରେ ବାଜିବ ଶାହାନାଇ । ପୁଣି ଥରେ ବର ସାଜିବେ ଅଭିନେତା ନାଗା ଚୈତନ୍ୟ । ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନୂଆ ଜୀବନସାଥୀ ବାଛିଲେ ନାଗା । ଦୀର୍ଘଦିନ ଧରି ଶୋଭିତାଙ୍କୁ କରୁଥିଲେ ସିକ୍ରେଟ୍‌ ଡେଟ୍‌ । ଏବେ ନାଗା-ଶୋଭିତା ନିର୍ବନ୍ଧ କରିଛନ୍ତି। ବର୍ତ୍ତମାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 


ଦୁହେଁ ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ନିର୍ବନ୍ଧ କରିଛନ୍ତି। ଏହାପରେ ସୋସିଲ ମିଡିଆରେ ଫଟୋ ପୋଷ୍ଟ କରି ଉଭୟ ଏହାକୁ ଅଫିସିଆଲ କରିଛନ୍ତି। ଏହି ଫଙ୍କସନ ନାଗାଙ୍କ ଘରେ ଅନୁଷ୍ଠିତ ହୋଇଛି।  ନାଗା ଦୁହିଁଙ୍କୁ ଆର୍ଶିବାଦ ଦେବା ସହ ଫଟୋ ସେୟାର କରିଛନ୍ତି। ନାଗାର୍ଜୁନ ପୁଅ ପାଇଁ ବହୁତ ଖୁସି ଅଛନ୍ତି। ଫଟୋ ସେୟାର କରି ଲେଖିଛନ୍ତି ମୁଁ ବହୁତ ଖୁସି ମୋ ପୁଅ ଶୋଭିତା ସହ ନିର୍ବନ୍ଧ କରିଛି । ସକାଳ ୯.୪୫ରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଆମେ ଶୋଭିତାଙ୍କ ପରିବାରକୁ ସୁନ୍ଦର ଭାବେ ସ୍ଵାଗତ କରିଥିଲୁ। ଆମ ପାଈଁ ୮ ତାରିଖ ବହୁତ ସ୍ପେଶାଲ କାହିଁକି ନା ଏହାର ଅର୍ଥ ଇନଫିନିଟି।


କହିବାକୁ ଗଲେ ସାମନ୍ଥାଙ୍କ ଠାରୁ ନାଗା ୩ ବର୍ଷ ହେବ ଅଲଗା ହୋଇ ସାରିଥିଲେ। ପରେ ଶୋଭିତା ନାଗାଙ୍କ ଲାଇଫ୍‌ରେ ଏଣ୍ଟ୍ରି କରିଥିଲେ। ଦୁହେଁ ବିଦେଶରେ ଉଭୟ ଏକାଠି ଛୁଟି କାଟୁଥିବା ବେଳେ ଫଟୋ ସାମ୍ନାକୁ ଆସିଥିଲା ।  କିନ୍ତୁ ଦୁହେଁ ଏନେଇ କିଛି କହିନଥିଲେ। ଶୋଭିତା ହିନ୍ଦୀ, ତାମିଲ, ତେଲଗୁ, ମଲାୟଲମ, ଇଂଲିଶ ଆଦି ଫିଲ୍ମରେ ନଜର ଆସିଛନ୍ତି। ଏଥିସହ ସେ ୨୦୧୩ ମସିହାରେ ଫେମିନା ମିସ୍‌ ଇଣ୍ଡିଆ ଅର୍ଥ ଟାଇଟଲ ବି ଜିତିଥିଲେ।