ସରିଲା ପକ୍ଷୀ ଗଣନା; ଏଥର ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ
୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି।
ଏଥର ଚିଲିକାକୁ ଆସିଛନ୍ତି ୫ ହଜାର ୮୩୦ ଅଧିକ ପକ୍ଷୀ। ଆଜି ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଅଧିକ ସଂଖ୍ୟକ ପକ୍ଷୀ ଚିଲିକାକୁ ଆସିଥିବା ଜଣାପଡିଛି। ଏଥର ଆସିଛନ୍ତି ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ। ଗତବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଥିଲେ। ଏଥର କେବଳ ନଳବଣରେ ୩ ଲକ୍ଷ ୪୨ ହଜାର ୮୯୭ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ଗଣନାରେ ନର୍ଦର୍ଣ୍ଣ ପିନଟେଲ୍ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏମାନଙ୍କ ସଂଖ୍ୟା ହେଲା ୨ ଲକ୍ଷ ୧୮ ହଜାର ୬୫୦। ସେହିପରି ୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି।
ଚିଲିକାରେ ୧୧ ଲକ୍ଷ ୩୭ ହଜାର ପକ୍ଷୀ । ଚିଲିକାରେ ପକ୍ଷୀ ଗଣନା ଶେଷ: ଏଥର ଆସିଛନ୍ତି ଅଧିକ ପକ୍ଷୀ । ଏ ବର୍ଷ ଚିଲିକାକୁ ଆସିଛନ୍ତି ୫୮୩୦ ଅଧିକ ପକ୍ଷୀ, ୩ଟି ଅଧିକ ପ୍ରଜାତି#Chilika #BirdCensus pic.twitter.com/LLKbBwJ5Oh — ଓଟିଭି (@otvkhabar) January 4, 2024