ସରିଲା ଫିରିଙ୍ଗିଆ ବ୍ଲକର ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ :  ଦୀର୍ଘ ଦିନରୁ ଫିରିଙ୍ଗିଆ ବ୍ଲକରେ ପ୍ରତ୍ୟେକ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଶେଷ ଦିନ ହୋଇଥିବା ବେଳେ  ପଲାବୃଡି ପଞ୍ଚାୟତ ମୁସେଲି ପାଙ୍ଗା ଖେଳପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଲାବୃଡ଼ି ସରପଞ୍ଚ ସରପଞ୍ଚ  ଲିଳାବତୀ ମଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ […]

ସରିଲା ଫିରିଙ୍ଗିଆ ବ୍ଲକର ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ :  ଦୀର୍ଘ ଦିନରୁ ଫିରିଙ୍ଗିଆ ବ୍ଲକରେ ପ୍ରତ୍ୟେକ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଶେଷ ଦିନ ହୋଇଥିବା ବେଳେ  ପଲାବୃଡି ପଞ୍ଚାୟତ ମୁସେଲି ପାଙ୍ଗା ଖେଳପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ପଲାବୃଡ଼ି ସରପଞ୍ଚ ସରପଞ୍ଚ  ଲିଳାବତୀ ମଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗଦେଇଥିଲେ  ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଲ, ଫିରିଙ୍ଗିଆ ବିଜେଡି ବ୍ଲକ ସଭାପତି ରଜନୀ କାନ୍ତ ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ  ଅମରେସ ରଥ, କନିଷ୍ଠ ଯନ୍ତ୍ରୀ ବିଭୁଦାନନ୍ଦ ବିଶ୍ଵାଳ, ପାଙ୍ଗା ସରପଞ୍ଚ ରସ୍କିତା କହଁର, ପୂର୍ବତନ ସମିତି ସଭ୍ୟ ଚକ୍ରଧର ଜାଲ, ଯୋଗ ଦେଇ କାର୍ଯ୍ୟକ୍ରମକୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦିପ ପ୍ରଜ୍ବଳନ ସହ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ  ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ସଚେତନତା ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅମରେସ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗ୍ରାମ ରୋଜଗାର ସେବକ ନରୋତ୍ତମ କହଁର, ବି ଏଫ ଟି ରମାକାନ୍ତ କହଁର, ଚରଣ କହଁର ଙ୍କ ସହ ସମସ୍ତ ଗାଁ ସାଥି,  ୱାର୍ଡ ସଭ୍ୟ ସଭ୍ୟା,ଏମବିକେ,ସିଆରପି, ସମେତ ଗ୍ରାମ ପଞ୍ଚାୟତ ବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ସୁବ୍ରତ କୁମାର ମହାନ୍ତି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ।