ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : ସରିଲା ବିଧାନସଭା ବିଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି । ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ପାରିତ ହୋଇଛି ଦୁଇ ଦୁଇଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୫ ବିଲ ପାରିତ ହୋଇଛି । ଗତକାଲି ସାରା ରାତି ଚାଲିଥିଲା ଗୃହକାର୍ଯ୍ୟ । […] The post ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି appeared first on KNews Odisha.

ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି
surama 3

ଭୁବନେଶ୍ୱର : ସରିଲା ବିଧାନସଭା ବିଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି । ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ପାରିତ ହୋଇଛି ଦୁଇ ଦୁଇଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୫ ବିଲ ପାରିତ ହୋଇଛି । ଗତକାଲି ସାରା ରାତି ଚାଲିଥିଲା ଗୃହକାର୍ଯ୍ୟ ।

ଚଳିତ ଅଧିବେଶନରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା। ଗତ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିଲା। ନାରୀ ନିର୍ଯାତନା ପ୍ରସଙ୍ଗରେ ଜୋରଦାର ପ୍ରତିବାଦ କରିଥିଲା କଂଗ୍ରେସ । ସେହିପରି ଇଂଜିନିୟରିଂ ଓ ମେଡିକାଲ ଶିକ୍ଷାରେ SC, ST ଏବଂ OBC ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ପ୍ରସଙ୍ଗ ନେଇ ବିଜେଡି ପ୍ରତିବାଦ କରିଥିଲା ।

 

ଆହୁରି ପଢ଼ନ୍ତୁ : ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟି ବିଲ ବିଧାନସଭାରେ ଆଗତ, ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ

The post ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି appeared first on KNews Odisha.