ସରୁଛି ମହାକୁମ୍ଭ,ବଢୁଛି ଭିଡ଼; ବୁଡ଼ ପକାଉଛନ୍ତି ନେତା ଓ ଅଭିନେତା
କନକ ବ୍ୟୁରୋ:ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଆଉ ମାତ୍ର ଦୁଇ ଦିନ ପରେ ମହାଶିବରାତ୍ରୀ ଦିନ ସମାପନ ହେବାକୁ ଯାଉଛି କୁମ୍ଭ ମେଳା । ଏଥିପାଇଁ ଏବେ ତ୍ରିବେଣୀ ସଙ୍ଗମରେ ବଢିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାରି ଭିତରେ ଏବେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ପ୍ରୟାଗରେ ପହଞ୍ଚି ବୁ଼ଡ ପକାଇଛନ୍ତି । ଅଭିନେତା ଭିକି କୌଶଲଙ୍କ ପରେ ଆଜି ତ୍ରିବେଣୀରେ ପହଞ୍ଚିଥିଲେ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତାଙ୍କ ବ୍ୟତିତ ଅଭିନେତା ଅକ୍ଷୟ କୁମାର ମଧ୍ୟ ହୋଇଛନ୍ତି ଏବେ ସଙ୍ଗମ ମୁହାଁ । ଯାହା ପ୍ରୟାଗରେ ଭିଡକୁ ଆହୁରି ବଢାଇଦେଇଛି । ଶେଷ ସପ୍ତାହରେ ପ୍ରୟାଗରାଜରେ ଜମିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ । ଏଥିସହ ଶିବରାତ୍ରୀରେ ଶେଷ ଅମୃତସ୍ନାନ ହୋଇଥିବାରୁ କୋଟି କୋଟି ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ଖାସ ବ୍ୟବସ୍ଥା କରାଯାଇଛି । ବିଶେଷ କରି କୌଣସି ପ୍ରକାର ଅଘଟଣ ଯେପରି ନଘଟେ ଏନେଇ ସଜାଗ ସ୍ଥାନୀୟ ପ୍ରଶାସନ ।ଅତିରିକ୍ତ ସୁରକ୍ଷାକର୍ମୀ ଓ ପୁଲିସକୁ ମୁତୟନ କରାଯାଇଛି । ପାକିଂଠୁ ନେଇ ସ୍ନାନ ଘାଟ ଉପରେ ଅଧିକ ତୀକ୍ଷଣ ନଜର ରଖାଯାଇଛି । ଗତ ୪୨ ଦିନରେ ମହାକୁମ୍ଭରେ ରେକର୍ଡ ୬୨ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । କୁହାଯାଉଛି ଆସନ୍ତା ବୁଧବାର ସୁଧା ଏହି ସଂଖ୍ୟା ୭୦ କୋଟି ପାର୍ କରିଯିବ ।

କନକ ବ୍ୟୁରୋ:ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଆଉ ମାତ୍ର ଦୁଇ ଦିନ ପରେ ମହାଶିବରାତ୍ରୀ ଦିନ ସମାପନ ହେବାକୁ ଯାଉଛି କୁମ୍ଭ ମେଳା । ଏଥିପାଇଁ ଏବେ ତ୍ରିବେଣୀ ସଙ୍ଗମରେ ବଢିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାରି ଭିତରେ ଏବେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ପ୍ରୟାଗରେ ପହଞ୍ଚି ବୁ଼ଡ ପକାଇଛନ୍ତି । ଅଭିନେତା ଭିକି କୌଶଲଙ୍କ ପରେ ଆଜି ତ୍ରିବେଣୀରେ ପହଞ୍ଚିଥିଲେ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତାଙ୍କ ବ୍ୟତିତ ଅଭିନେତା ଅକ୍ଷୟ କୁମାର ମଧ୍ୟ ହୋଇଛନ୍ତି ଏବେ ସଙ୍ଗମ ମୁହାଁ । ଯାହା ପ୍ରୟାଗରେ ଭିଡକୁ ଆହୁରି ବଢାଇଦେଇଛି ।
ଶେଷ ସପ୍ତାହରେ ପ୍ରୟାଗରାଜରେ ଜମିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ । ଏଥିସହ ଶିବରାତ୍ରୀରେ ଶେଷ ଅମୃତସ୍ନାନ ହୋଇଥିବାରୁ କୋଟି କୋଟି ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନା ରହିଛି ।
ଏନେଇ ପ୍ରଶାସନ ପକ୍ଷରୁ ଖାସ ବ୍ୟବସ୍ଥା କରାଯାଇଛି । ବିଶେଷ କରି କୌଣସି ପ୍ରକାର ଅଘଟଣ ଯେପରି ନଘଟେ ଏନେଇ ସଜାଗ ସ୍ଥାନୀୟ ପ୍ରଶାସନ ।ଅତିରିକ୍ତ ସୁରକ୍ଷାକର୍ମୀ ଓ ପୁଲିସକୁ ମୁତୟନ କରାଯାଇଛି । ପାକିଂଠୁ ନେଇ ସ୍ନାନ ଘାଟ ଉପରେ ଅଧିକ ତୀକ୍ଷଣ ନଜର ରଖାଯାଇଛି । ଗତ ୪୨ ଦିନରେ ମହାକୁମ୍ଭରେ ରେକର୍ଡ ୬୨ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । କୁହାଯାଉଛି ଆସନ୍ତା ବୁଧବାର ସୁଧା ଏହି ସଂଖ୍ୟା ୭୦ କୋଟି ପାର୍ କରିଯିବ ।