ସରେଣ୍ଡର ପୂର୍ବରୁ ସୈତାନ ପାଲଟିଲା ପ୍ରେମିକ । ହତ୍ୟା ପୂର୍ବର ଶେଷ ଭିଡ଼ିଓ ସିସିଟିଭିରେ କଏଦ ।

କନକ ବ୍ୟୁରୋ: ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ, ଶାରିରୀକ ସର୍ମ୍ପକ ପରେ ପ୍ରତାରଣା, ପ୍ରତାରଣାରୁ ଜେଲ ତାପରେ ଜାମିନ ଆଉ ଶେଷରେ ପ୍ରତିଶୋଧର ବିଭତ୍ସ କାହାଣୀ । ରାଉରକେଲାର ବିଭିନ୍ନ ସ୍ଥାନରୁ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ଖେଳିଯାଇଛି । ବର୍ତମାନ ସାମ୍ନାକୁ ଆସିଛି ଏହି ବିଭତ୍ସ ହତ୍ୟାକାଣ୍ଡ ପଛର ପୂରା କାହାଣୀ । ଝାରସୁଗୁଡା ଯୁବତୀଙ୍କ ବିଭତ୍ସ ହତ୍ୟାକାଣ୍ଡର ଫର୍ଦ୍ଦ ଓଲଟିବାରେ ଲାଗିଛି । ପୋଲିସ ତଦନ୍ତକୁ ଯେତିକି ଆଗକୁ ବଢାଉଛି, ହତ୍ୟାକାଣ୍ଡର ଗୋଟିଏ ପରେ ଗୋଟିଏ ନୂଆ କାହାଣୀ ସାମ୍ନାକୁ ଆସୁଛି । ଅଭିଯୁକ୍ତ କୁନା କିଶାନକୁ କେବଳ ଗିରଫ କରି ଚୁପ୍ ବସିନି ପୋଲିସ । ବରଂ ଏହି ହତ୍ୟାକାଣ୍ଡରେ ଆଉ କେଉଁ ସମ୍ପୃକ୍ତି ଅଛି ତାହାର ଖିଅ ଖୋଜୁ ଖୋଜୁ ସିସିଟିଭି ଫୁଟେଜ ପାଇଛି ପୋଲିସ। ହତ୍ୟାକାଣ୍ଡ ପୂର୍ବରୁ ଜହ୍ଲାଦ ନିଜର ଜଣେ ସହଯୋଗୀ ସହ ପୀଡ଼ିତାଙ୍କୁ ବାଇକ୍‌ ବସାଇ ନେଇଥିଲେ । ଡିସେମ୍ବର ୭ ତାରିଖରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହା ଅଧାରରେ ଅଭିଯୁକ୍ତଙ୍କ ସହଯୋଗୀକୁ ମଧ୍ୟ ବାନ୍ଧିଛି ପୋଲିସ ।  ଏ ହେଉଛି ମୃତ ଯୁବତୀ ଗତ ୨୬ ଅଗଷ୍ଟ ୨୦୨୩ର ସେହି ଅଭିଯୋଗ ପତ୍ର । ଯେଉଁଥିରେ ଅଭିଯୁକ୍ତ କୁନା  ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ଓ ପରେ ଅନୈତିକ ସମ୍ପର୍କ ରଖିଥିଲା । କିନ୍ତୁ ବିବାହ ପ୍ରତିଶ୍ରୁତିରୁ ଓହରି ଯିବା ପରେ ମାମଲା ଥାନାରେ ପହଞ୍ଚିବାରୁ ଅଭିଯୁକ୍ତ

ସରେଣ୍ଡର ପୂର୍ବରୁ ସୈତାନ ପାଲଟିଲା ପ୍ରେମିକ । ହତ୍ୟା ପୂର୍ବର ଶେଷ ଭିଡ଼ିଓ ସିସିଟିଭିରେ କଏଦ ।

କନକ ବ୍ୟୁରୋ: ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ, ଶାରିରୀକ ସର୍ମ୍ପକ ପରେ ପ୍ରତାରଣା, ପ୍ରତାରଣାରୁ ଜେଲ ତାପରେ ଜାମିନ ଆଉ ଶେଷରେ ପ୍ରତିଶୋଧର ବିଭତ୍ସ କାହାଣୀ । ରାଉରକେଲାର ବିଭିନ୍ନ ସ୍ଥାନରୁ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ଖେଳିଯାଇଛି । ବର୍ତମାନ ସାମ୍ନାକୁ ଆସିଛି ଏହି ବିଭତ୍ସ ହତ୍ୟାକାଣ୍ଡ ପଛର ପୂରା କାହାଣୀ ।

ଝାରସୁଗୁଡା ଯୁବତୀଙ୍କ ବିଭତ୍ସ ହତ୍ୟାକାଣ୍ଡର ଫର୍ଦ୍ଦ ଓଲଟିବାରେ ଲାଗିଛି । ପୋଲିସ ତଦନ୍ତକୁ ଯେତିକି ଆଗକୁ ବଢାଉଛି, ହତ୍ୟାକାଣ୍ଡର ଗୋଟିଏ ପରେ ଗୋଟିଏ ନୂଆ କାହାଣୀ ସାମ୍ନାକୁ ଆସୁଛି । ଅଭିଯୁକ୍ତ କୁନା କିଶାନକୁ କେବଳ ଗିରଫ କରି ଚୁପ୍ ବସିନି ପୋଲିସ । ବରଂ ଏହି ହତ୍ୟାକାଣ୍ଡରେ ଆଉ କେଉଁ ସମ୍ପୃକ୍ତି ଅଛି ତାହାର ଖିଅ ଖୋଜୁ ଖୋଜୁ ସିସିଟିଭି ଫୁଟେଜ ପାଇଛି ପୋଲିସ। ହତ୍ୟାକାଣ୍ଡ ପୂର୍ବରୁ ଜହ୍ଲାଦ ନିଜର ଜଣେ ସହଯୋଗୀ ସହ ପୀଡ଼ିତାଙ୍କୁ ବାଇକ୍‌ ବସାଇ ନେଇଥିଲେ । ଡିସେମ୍ବର ୭ ତାରିଖରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହା ଅଧାରରେ ଅଭିଯୁକ୍ତଙ୍କ ସହଯୋଗୀକୁ ମଧ୍ୟ ବାନ୍ଧିଛି ପୋଲିସ । 

ଏ ହେଉଛି ମୃତ ଯୁବତୀ ଗତ ୨୬ ଅଗଷ୍ଟ ୨୦୨୩ର ସେହି ଅଭିଯୋଗ ପତ୍ର । ଯେଉଁଥିରେ ଅଭିଯୁକ୍ତ କୁନା  ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ଓ ପରେ ଅନୈତିକ ସମ୍ପର୍କ ରଖିଥିଲା । କିନ୍ତୁ ବିବାହ ପ୍ରତିଶ୍ରୁତିରୁ ଓହରି ଯିବା ପରେ ମାମଲା ଥାନାରେ ପହଞ୍ଚିବାରୁ ଅଭିଯୁକ୍ତ କୁନାକୁ ଗିରଫ କରିବା ସହ ପୋକ୍ସୋ ଆଇନ ବଳରେ କୋର୍ଟ ଚାଲାଣ କରିଥିଲା ପୋଲିସ । ସେବେଠାରୁ ଯୁବତୀଙ୍କୁ ବାଟରୁ ସବୁଦିନ ପାଇଁ ହଟାଇବାକୁ ଜେଲର କାଳକୋଠରୀ ଭିତରୁ ନକ୍ସା ପ୍ରସ୍ତୁତ କରିଥିଲା କୁନା । 
ଜଘନ୍ୟ ହତ୍ୟାକାଣ୍ଡର ପୂରା କାହାଣୀ 

- ଡିସେମ୍ୱର ୭ ତାରିଖରେ ପୀଡିତାଙ୍କୁ ପାର୍ଲରରୁ ଅପହରଣ 
- ବାରମ୍ୱାର ବାଇକର ନମ୍ୱର ପ୍ଲେଟ ଓ ଷ୍ଟିକର ବଦଳାଇଥିଲା ଅଭିଯୁକ୍ତ
- ସିସିଟିଭି କ୍ୟାମେରାରେ ଧରାନପଡ଼ିବାକୁ ହେଲମେଟ ପିନ୍ଧିଥିଲା  
- ରାଉରକେଲା-ବାରକୋଟ ରାସ୍ତାରେ ପୀଡିତାଙ୍କୁ ବୀଭତ୍ସ ହତ୍ୟା
- ପ୍ରମାଣ ନଷ୍ଟ ପାଇଁ  ମୃତଦେହକୁ ଖଣ୍ଡ ଖଣ୍ଡ କଲା କୁନା
- ବାଲିଘାଟ,ନାଳରେ ଶରୀରର ଖଣ୍ଡ ଖଣ୍ଡ ଅଂଶକୁ ଫୋପାଡିଲା
- ଗାଡ଼ିଆ ଟୋଲା ନିକଟ ପୋଖରୀରେ ପୀଡିତାଙ୍କ କଟା ମୁଣ୍ଡକୁ ଫିଙ୍ଗିଥିଲା  
 
ପୋକ୍ସୋ ଆଇନରେ ମାମଲା ହେବା ପରେ ଅଭିଯୁକ୍ତ କୁନୁ କିଷାନ ବିରୋଧରେ ଜାରି ହୋଇଥିଲା ଏନବିଡବ୍ଲୁ। ଡିସେମ୍ବର ୧୫ ତାରିଖ ସୁଦ୍ଧା ପୋକ୍ସୋ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ସରେଣ୍ଡର କରିବା ପୂର୍ବରୁ ଏହି ଜଘନ୍ୟ କାଣ୍ଡ ଘଟାଇଛି ଅଭିଯୁକ୍ତ କୁନୁ କିଷାନ। କିନ୍ତୁ ପ୍ରଶ୍ନ ଉଠୁଛି, ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନରେ ମାମଲା ହୋଇଥିବା ବେଳେ କାହିଁକି ନଜର ରଖିନଥିଲା ପୋଲିସ?