ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ ଧରି ଦଳ ପାଇଁ କାମ କରୁଥିବା ନେତା ନିରାଶ ହୋଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି କ୍ରମରେ ପୁଣି ଜଣେ ନେତା ଟିକେଟ ଆଶାୟୀ ଥିଲେ ହେଁ ବିଜେଡି ତାଙ୍କ ଟିକେଟ କାଟିଛି। ସେ ହେଲେ ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ। ଅମର ଯାଜପୁର ଜିଲା ବଡ଼ଚଣାରୁ ପ୍ରାର୍ଥୀ […] The post ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌! appeared first on Dharitri Odia News.

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ ଧରି ଦଳ ପାଇଁ କାମ କରୁଥିବା ନେତା ନିରାଶ ହୋଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି କ୍ରମରେ ପୁଣି ଜଣେ ନେତା ଟିକେଟ ଆଶାୟୀ ଥିଲେ ହେଁ ବିଜେଡି ତାଙ୍କ ଟିକେଟ କାଟିଛି। ସେ ହେଲେ ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ।

ଅମର ଯାଜପୁର ଜିଲା ବଡ଼ଚଣାରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କ ଟିକେଟ କାଟି ନିକଟରେ ସାମିଲ ହୋଇଥିବା ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିଛି। ଯେତେବେଳେ ବର୍ଷା ଦଳରେ ସାମିଲ ହୋଇଥିଲେ ତାଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଥିଲା। ହେଲେ ବିଜେଡ଼ି ତାଙ୍କ ଉପରେ ଭରସା କରିଛି।

ପ୍ରକାଶ ଯେ, ନିକଟରେ ନିମାପଡ଼ା ବିଧାନସଭା ଆସନରୁ ଆଶାୟୀ ଥିବା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟିକେଟ କାଟିଥିଲା ବିଜେଡି। ଏବେ ଯାଏ ସମୀରଙ୍କ ପ୍ରଶଂସକ ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାନ୍ତି। ଏବେ ବର୍ଷାଙ୍କୁ ଟିକେଟ ମିଳିବା ପରେ ଅମରଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

The post ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌! appeared first on Dharitri Odia News.