ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି
ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ ଗୁରୁବାର ଦଲାଲ ଷ୍ଟ୍ରୀଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ରେକର୍ଡ ସର୍ବକାଳୀନ ଉଚ୍ଚତାକୁ ଛୁଇଁଥିଲା ବେଳେ ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି ପାଇଛି। ନିଫ୍ଟି ଏକ ପ୍ରତିଶତ ବୃଦ୍ଧି ସହିତ ସର୍ବକାଳୀନ ୨୨,୮୦୬.୨୦ ପଏଣ୍ଟ ଛୁଇଁଥିଲା ବେଳେ ସେନସେକ୍ସ ୭୪,୮୮୦.୧୧ ପଏଣ୍ଟ ଛୁଇଁଛି। ଅଧିକାଂଶ ବ୍ୟାପକ ବଜାର ସୂଚକାଙ୍କ […] The post ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି appeared first on Dharitri Odia News.
ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ ଗୁରୁବାର ଦଲାଲ ଷ୍ଟ୍ରୀଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ରେକର୍ଡ ସର୍ବକାଳୀନ ଉଚ୍ଚତାକୁ ଛୁଇଁଥିଲା ବେଳେ ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି ପାଇଛି।
ନିଫ୍ଟି ଏକ ପ୍ରତିଶତ ବୃଦ୍ଧି ସହିତ ସର୍ବକାଳୀନ ୨୨,୮୦୬.୨୦ ପଏଣ୍ଟ ଛୁଇଁଥିଲା ବେଳେ ସେନସେକ୍ସ ୭୪,୮୮୦.୧୧ ପଏଣ୍ଟ ଛୁଇଁଛି।
ଅଧିକାଂଶ ବ୍ୟାପକ ବଜାର ସୂଚକାଙ୍କ ମଧ୍ୟ ଇଣ୍ଟ୍ରା ଡେ ଟ୍ରେଡିଂ ସମୟରେ ଏକ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଯେଉଁଥିରେ ସମସ୍ତ ହେଭିୱେଟ୍ ଶେୟାର ଭଲ ପ୍ରଦର୍ଶନ କରିଥିଲେ। ତେବେ କାରବାର ସମୟରେ ଅସ୍ଥିରତା ମଧ୍ୟ ୧% ରୁ ଅଧିକ ବୃଦ୍ଧି ପାଇଛି।
ଆର୍ଥିକ, ବ୍ୟାଙ୍କିଙ୍ଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଷ୍ଟକଗୁଡିକରୁ ନିଫ୍ଟି ଆଇଟି, ନିଫ୍ଟି ଆର୍ଥିକ ସେବା ଏବଂ ନିଫ୍ଟି ବ୍ୟାଙ୍କର ଲାଭ ଦ୍ୱାରା ପ୍ରତିଫଳିତ ହେତୁ ବଜାରରେ ଉତ୍ସାହ ଦେଖାଯାଇଛି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କାର ରେକର୍ଡ ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିବା ପରେ ଏହି ଉତ୍ସାହ ଦେଖାଯାଇଛି। କାରଣ ଆରବିଆଇ ଘୋଷଣା କରିଥିବା ଆର୍ଥ ପୂର୍ବ ପୂର୍ବାନୁମାନଠାରୁ ଯଥେଷ୍ଟ ଅଧିକ ଥିଲା।
The post ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି appeared first on Dharitri Odia News.