ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେବେ ରତନ ଟାଟା! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ ୧୦/୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ କରାଯାଉ ସମ୍ମାନିତ । ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି ଏମିତି କିଛି ଦାବି । ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ମହାରାଷ୍ଟ୍ର କ୍ୟାବିନେଟର ପାରିତ ହୋଇଥିବା ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ନେବେ ଚୂଡ଼ାନ୍ତ ନିଷ୍ପତ୍ତି । Shiv Sena faction led by Eknath Shinde has called for proposing Shri Ratan Tata's name for the Bharat Ratna award. Shiv Sena leader Rahool N Kanal has written to CM Eknath Shinde, urging him to recommend Ratan Tata's name to the central government for this highest civilian honor… pic.twitter.com/a0UsxX9Bjp— IANS (@ians_india) October 10, 2024ସୂଚନା ଥାଉକି, ରତନା ଟାଟାଙ୍କ ବିୟୋଗରେ ମହାରାଷ୍ଟ୍ରରେ ପାଳନ ହେଉଛି ଦିନିକିଆ ଶୋକ । ଏହି ଅବସରରେ ବସିଥିଲା କ୍ୟାବିନେଟ୍‌ ବୈଠକ । ବୈଠକରେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରାଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ

ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେବେ ରତନ ଟାଟା! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ ୧୦/୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ କରାଯାଉ ସମ୍ମାନିତ । ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି ଏମିତି କିଛି ଦାବି । 

ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ମହାରାଷ୍ଟ୍ର କ୍ୟାବିନେଟର ପାରିତ ହୋଇଥିବା ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ନେବେ ଚୂଡ଼ାନ୍ତ ନିଷ୍ପତ୍ତି । 

ସୂଚନା ଥାଉକି, ରତନା ଟାଟାଙ୍କ ବିୟୋଗରେ ମହାରାଷ୍ଟ୍ରରେ ପାଳନ ହେଉଛି ଦିନିକିଆ ଶୋକ । ଏହି ଅବସରରେ ବସିଥିଲା କ୍ୟାବିନେଟ୍‌ ବୈଠକ । ବୈଠକରେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରାଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି । 

ମହାରାଷ୍ଟ୍ର ସରକାର ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ । କହିବାକୁ ଗଲେ ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢ଼ୁଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରୀତିନୀତି ଅନୁଯାୟୀ ମୁମ୍ବାଇ ଓ୍ୱର୍ଲିରେ ତାଙ୍କର ଶେଷକୃତ୍ୱ ହେବ ।