ସର୍ବୋଚ୍ଚ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର; ୬୪୨.୬୩୧ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି
ନୂଆଦିଲ୍ଲୀ: ପାଞ୍ଚ ସପ୍ତାହରେ ପଞ୍ଚମ ମାଷ୍ଟରଷ୍ଟ୍ରୋକ୍। ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର । ମାର୍ଚ୍ଚ ଶେଷ ସପ୍ତାହରେ ୧୪୦ ମିଲିୟନ ଡଲାର ବୃଦ୍ଧି ପାଇ ୬୪୨.୬୩୧ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ବିଦେଶୀ ମୁଦ୍ରା କୋଷ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ପ୍ରକାଶ କରି ସୂଚନା ଦେଇଛି ।ପାଞ୍ଚ ସପ୍ତାହ ଭିତରେ ବିଦେଶୀ ମୁଦ୍ରା କୋଷ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ୨୦୨୧ ମସିହାରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ସେପଟେ ରିଜର୍ଭ ବ୍ୟାଙ୍କ କହିବା ମୁତାବକ, ମାର୍ଚ୍ଚ ୨୨ ତାରିଖରେ ସପ୍ତାହ ସରିବା ବେଳେ ସୁନା ଭଣ୍ଡାର ୩୪୭ ମିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା । ଯାହାଫଳରେ ଭାରତର ଗୋଲ୍ଡ ରିଜର୍ଭ ୫୧. ୪୮୭ ବିଲିୟନ ଆମେରିକୀୟ ଡଲାରରେ ପଞ୍ଚିଯାଇଥିଲା । ମାତ୍ର ଏହି ସମୟରେ ଏସଡିଆର୍ ହ୍ରାଲ ପାଇଛି। ଭାରତ ଏସଡିଆର୍ ୫୭ ମିଲିୟନ ଡଲାରରୁ ୧୮.୨୧୯ ବିଲିୟନରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହୋଇଥିବା ରିପୋର୍ଟ ମୁତାବକ, ଚଳିତ ଆର୍ଥିକ ବର୍ଷର ସମାପ୍ତ ସପ୍ତାହରେ ବିଦେଶ ମୁଦ୍ରା ସମ୍ପତ୍ତି ୧୨୩ ମିଲିୟନ ଡଲାର ହ୍ରାଲ ପାଇ ୫୬୮.୨୬୪ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।
ନୂଆଦିଲ୍ଲୀ: ପାଞ୍ଚ ସପ୍ତାହରେ ପଞ୍ଚମ ମାଷ୍ଟରଷ୍ଟ୍ରୋକ୍। ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର । ମାର୍ଚ୍ଚ ଶେଷ ସପ୍ତାହରେ ୧୪୦ ମିଲିୟନ ଡଲାର ବୃଦ୍ଧି ପାଇ ୬୪୨.୬୩୧ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ବିଦେଶୀ ମୁଦ୍ରା କୋଷ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ପ୍ରକାଶ କରି ସୂଚନା ଦେଇଛି ।
ପାଞ୍ଚ ସପ୍ତାହ ଭିତରେ ବିଦେଶୀ ମୁଦ୍ରା କୋଷ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ୨୦୨୧ ମସିହାରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ସେପଟେ ରିଜର୍ଭ ବ୍ୟାଙ୍କ କହିବା ମୁତାବକ, ମାର୍ଚ୍ଚ ୨୨ ତାରିଖରେ ସପ୍ତାହ ସରିବା ବେଳେ ସୁନା ଭଣ୍ଡାର ୩୪୭ ମିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା । ଯାହାଫଳରେ ଭାରତର ଗୋଲ୍ଡ ରିଜର୍ଭ ୫୧. ୪୮୭ ବିଲିୟନ ଆମେରିକୀୟ ଡଲାରରେ ପଞ୍ଚିଯାଇଥିଲା । ମାତ୍ର ଏହି ସମୟରେ ଏସଡିଆର୍ ହ୍ରାଲ ପାଇଛି। ଭାରତ ଏସଡିଆର୍ ୫୭ ମିଲିୟନ ଡଲାରରୁ ୧୮.୨୧୯ ବିଲିୟନରେ ପହଞ୍ଚିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହୋଇଥିବା ରିପୋର୍ଟ ମୁତାବକ, ଚଳିତ ଆର୍ଥିକ ବର୍ଷର ସମାପ୍ତ ସପ୍ତାହରେ ବିଦେଶ ମୁଦ୍ରା ସମ୍ପତ୍ତି ୧୨୩ ମିଲିୟନ ଡଲାର ହ୍ରାଲ ପାଇ ୫୬୮.୨୬୪ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।