ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି ଶୁକ୍ରବାର ନୂଆଦିଲ୍ଲୀରେ ୨୨କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୮୦୫ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୮୮୦ ଟଙ୍କା ବଢ଼ି ଥିଲାବେଳେ ପ୍ରତି କି.ଗ୍ରା. ରୁପା ମୂଲ୍ୟ ଉପରେ ୧୬୪୦ଟଙ୍କା ବଢ଼ିଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀରେ ଶୁକ୍ରବାର ୨୪ କ୍ୟାରେଟ ସୁନାର ମୂଲ୍ୟ […] The post ସର୍ବୋଚ୍ଚ ସ୍ତରରେ ସୁନା ଦର appeared first on Dharitri Odia News.

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି ଶୁକ୍ରବାର ନୂଆଦିଲ୍ଲୀରେ ୨୨କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୮୦୫ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୮୮୦ ଟଙ୍କା ବଢ଼ି ଥିଲାବେଳେ ପ୍ରତି କି.ଗ୍ରା. ରୁପା ମୂଲ୍ୟ ଉପରେ ୧୬୪୦ଟଙ୍କା ବଢ଼ିଛି।
ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀରେ ଶୁକ୍ରବାର ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୭୫,୧୨୭ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୮,୮୧୦.୬୦ ଟଙ୍କା ରହିଛି। ସେହିଭଳି ରୁପା ଦର ପ୍ରତି କି.ଗ୍ରା. ପିଛା ୮୬, ୪୦୦ ଟଙ୍କାରେ କାରବାର ହେଉଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏପରିକି ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ପ୍ରମୁଖ ମହାନଗରରେ ମଧ୍ୟ ସୁନା ଓ ରୁପା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉପରୋକ୍ତ ମହାନଗରରେ ସୁନା ଦର ୨୪କ୍ୟାରେଟ ପ୍ରତି ୧୦ ଗ୍ରାମ ପିଛା ଯଥାକ୍ରମେ ୭୫,୦୫୪ ଟଙ୍କା, ୭୫,୫୬୮ ଟଙ୍କା ଏବଂ ୭୫୨୧୦ ଟଙ୍କା ଥିଲାବେଳେ ରୁପା ମୂଲ୍ୟ ପ୍ରତି କି.ଗ୍ରା. ପିଛା ୮୬,୪୦୦ ଟଙ୍କା, ୮୬,୪୯୦ ଟଙ୍କା ଏବଂ ୮୬,୪୦୦ ଟଙ୍କାରେ କାରବାର ହେଉଛି।
ଅପରପକ୍ଷରେ ଭୁବନେଶ୍ୱର (ଓଡ଼ିଶା ର ସୁନା ମୂଲ୍ୟ ୨୪କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୪,୭୯୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୭,୬୦୦ ଟଙ୍କା ରହିଛି। ସେହିଭଳି ୧୮ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୫୬,୦୯୦ ଟଙ୍କା ଏବଂ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୮୯, ୦୦୦ ଟଙ୍କାରେ କାରବାର ହେଉଛି ବୋଲି ସ୍ମାଇଲ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

The post ସର୍ବୋଚ୍ଚ ସ୍ତରରେ ସୁନା ଦର appeared first on Dharitri Odia News.