ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିଥିବା ବ୍ୟକ୍ତିଙ୍କ ଆସିଲା ଛବି, ମୁମ୍ବାଇରୁ ଫେରାର ହୋଇଯାଇଥିବା ସନ୍ଦେହ
ମୁମ୍ବାଇ ୧୪।୪: ବଲିଉଡ ଆକ୍ଟର ସଲମାନ ଖାନଙ୍କ ଘର ବାହାରେ ୧୪ ଏପ୍ରିଲ ସକାଳେ ୩ ରାଉଣ୍ଡ ଓପନ ଫାୟରିଂ ହୋଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ ଭୋର ପ୍ରାୟ ୪ଟା ୫୦ ମିନିଟ୍ରେ ଅଭିନେତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଅଜ୍ଞାତ ବ୍ୟକ୍ତି ପହଞ୍ଚି ଗୁଳି ଫୁଟାଇଥିଲେ। ଦୁଇ ଜଣ ସୁଟର ବାଇକରେ ଆସିଥିଲେ ଓ ଫାଙ୍କ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ମୋଟରସାଇକେଲରେ ଆସିଥିବା ଦୁଇ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ରଖିଥିଲେ। ଏଣୁ ସେମାନଙ୍କର ଚିହ୍ନଟ ହୋଇ ପାରି ନାହିଁ। ତେବେ ଫାୟରିଂ କରିଥିବା ଦୁଇ ଜଣଙ୍କ ଛବି ସାମ୍ନାକୁ ଆସିଛି। ଏଥିରୁ ଜଣେ କଳା ଓ ଧଳା ଟି-ସାର୍ଟରେ ଦେଖାଯାଉଥିବା ବେଳେ ଅନ୍ୟ ଜଣକ ଲାଲ ଟି-ସାର୍ଟରେ ଦେଖା ଯାଉଛି। ସିସିଟିଭି ଫୁଟେଜରୁ ଏହି ଛବି ମିଳିଛି। ଏହି ଛବି ଆଧାରରେ ୨ ଜଣଙ୍କୁ ଏବେ ସନ୍ଧାନ କରାଯାଉଛି। ପୋଲିସ ୨ ଜଣଙ୍କୁ ଖୋଜି ବୁଲୁଥିବା ବେଳେ ସୁଟରଙ୍କୁ ନେଇ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବାର କୁହାଯାଉଛି। ଅନୁମାନ କରାଯାଉଛି ସଲମାନଙ୍କ ଘର ଆଗରେ ଗୁଳି ଚଳାଇଥିବା ଯୁବକ ହରିୟାଣା ଓ ରାଜସ୍ଥାନର ହୋଇପାରନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ରୋହିତ ଗୋଦାରା ଗ୍ୟାଙ୍ଗ ଏହି ସୁଟର ଆରେଞ୍ଜ କରିଥାଇ ପାରନ୍ତି। ଏହା ସହିତ ରୋହିତ ଗାଦାରା ବିରୋଧରେ ଇଣ୍ଟରପୋଲ ନୋଟିସ୍ ଜାରି ହୋଇଯାଇଛି। ରୋହିତ ଗୋଦାରା ନାମ ପ୍ରଥମେ ରାଜସ୍ଥାନର ଗୋଗାମେଡୀ ହତ୍ୟାକାଣ
ମୁମ୍ବାଇ ୧୪।୪: ବଲିଉଡ ଆକ୍ଟର ସଲମାନ ଖାନଙ୍କ ଘର ବାହାରେ ୧୪ ଏପ୍ରିଲ ସକାଳେ ୩ ରାଉଣ୍ଡ ଓପନ ଫାୟରିଂ ହୋଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ ଭୋର ପ୍ରାୟ ୪ଟା ୫୦ ମିନିଟ୍ରେ ଅଭିନେତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଅଜ୍ଞାତ ବ୍ୟକ୍ତି ପହଞ୍ଚି ଗୁଳି ଫୁଟାଇଥିଲେ। ଦୁଇ ଜଣ ସୁଟର ବାଇକରେ ଆସିଥିଲେ ଓ ଫାଙ୍କ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ମୋଟରସାଇକେଲରେ ଆସିଥିବା ଦୁଇ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ରଖିଥିଲେ। ଏଣୁ ସେମାନଙ୍କର ଚିହ୍ନଟ ହୋଇ ପାରି ନାହିଁ।
ତେବେ ଫାୟରିଂ କରିଥିବା ଦୁଇ ଜଣଙ୍କ ଛବି ସାମ୍ନାକୁ ଆସିଛି। ଏଥିରୁ ଜଣେ କଳା ଓ ଧଳା ଟି-ସାର୍ଟରେ ଦେଖାଯାଉଥିବା ବେଳେ ଅନ୍ୟ ଜଣକ ଲାଲ ଟି-ସାର୍ଟରେ ଦେଖା ଯାଉଛି। ସିସିଟିଭି ଫୁଟେଜରୁ ଏହି ଛବି ମିଳିଛି। ଏହି ଛବି ଆଧାରରେ ୨ ଜଣଙ୍କୁ ଏବେ ସନ୍ଧାନ କରାଯାଉଛି। ପୋଲିସ ୨ ଜଣଙ୍କୁ ଖୋଜି ବୁଲୁଥିବା ବେଳେ ସୁଟରଙ୍କୁ ନେଇ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବାର କୁହାଯାଉଛି। ଅନୁମାନ କରାଯାଉଛି ସଲମାନଙ୍କ ଘର ଆଗରେ ଗୁଳି ଚଳାଇଥିବା ଯୁବକ ହରିୟାଣା ଓ ରାଜସ୍ଥାନର ହୋଇପାରନ୍ତି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ରୋହିତ ଗୋଦାରା ଗ୍ୟାଙ୍ଗ ଏହି ସୁଟର ଆରେଞ୍ଜ କରିଥାଇ ପାରନ୍ତି। ଏହା ସହିତ ରୋହିତ ଗାଦାରା ବିରୋଧରେ ଇଣ୍ଟରପୋଲ ନୋଟିସ୍ ଜାରି ହୋଇଯାଇଛି। ରୋହିତ ଗୋଦାରା ନାମ ପ୍ରଥମେ ରାଜସ୍ଥାନର ଗୋଗାମେଡୀ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଥିଲା। ରବିବାରର ଏହି ଗୁଳିକାଣ୍ଡରେ ମୁମ୍ବାଇ ପୋଲିସ ସହିତ ଦିଲ୍ଲୀ ପୋଲିସ ମଧ୍ୟ ଆଲର୍ଟ ମୋଡକୁ ଆସିଛି। ଦୁଇ ସୁଟରଙ୍କ ଛବି ପୋଲିସ୍ ଷ୍ଟେସନରୁ ଭାଇରାଲ କରାଯାଇଛି।
ବାନ୍ଦ୍ରା ପୋଲିସ ଦୁଇ ଅଜ୍ଞାତ ସୁଟରଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଓ ଆର୍ମସ ଆକ୍ଟରେ ମୋକଦ୍ଦମା ରୁଜୁ କରିଛି। ସଲମାନ ଖାନଙ୍କ ସୁରକ୍ଷାଗାର୍ଡଙ୍କ ଅଭିଯୋଗ କ୍ରମେ ବାନ୍ଦରା ପୋଲିସ ଏହି ଏତଲା ରୁଜୁ କରିଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସୁଟର ଦୁଇ ଜଣ ବାଇକ୍କୁ ବାନ୍ଦ୍ରାରେ ଛାଡି ରିକ୍ସାରେ ପଳାଇଛନ୍ତି। ପୋଲିସ ଆଶଙ୍କା କରୁଛି ଆକ୍ରମଣକାରୀ ଏପର୍ଯ୍ୟନ୍ତ ମୁମ୍ବାଇରୁ ବାହାରକୁ ଯାଇସାରିଲେଣି। ସନ୍ଦେହ କରାଯାଉଛି ଫାୟରିଂ କରିଥିବା ଯୁବକ ମହାରାଷ୍ଟ୍ରର ନୁହେଁ ବାହାରର ହୋଇଥାଇପାରନ୍ତି।