ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ
ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦଳ ବିଳମ୍ବିତ ରାତିରେ ଏହି ବଡ ସଫଳତା ପାଇଛି। ଖବର ଅନୁଯାୟୀ, ଗୁଜରାଟ ପୋଲିସ ଦଳ ଉଭୟଙ୍କୁ ପଶ୍ଚିମ କୁଚରୁ ଗିରଫ କରିଥିବା ନିଶ୍ଚିତ କରିଛି। ମଙ୍ଗଳବାର ସକାଳେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କ ସହ ମୁମ୍ବାଇ ଆସିବ। ମୁମ୍ବାଇରେ ଉଭୟଙ୍କୁ ପଚରାଉଚରା କରାଯିବ। ସୂଚନାଯୋଗ୍ୟ, ଗତ […] The post ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ appeared first on Dharitri Odia News.
ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦଳ ବିଳମ୍ବିତ ରାତିରେ ଏହି ବଡ ସଫଳତା ପାଇଛି। ଖବର ଅନୁଯାୟୀ, ଗୁଜରାଟ ପୋଲିସ ଦଳ ଉଭୟଙ୍କୁ ପଶ୍ଚିମ କୁଚରୁ ଗିରଫ କରିଥିବା ନିଶ୍ଚିତ କରିଛି। ମଙ୍ଗଳବାର ସକାଳେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କ ସହ ମୁମ୍ବାଇ ଆସିବ। ମୁମ୍ବାଇରେ ଉଭୟଙ୍କୁ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ଗତ ରବିବାର ଏକ ବାଇକ ଯୋଗେ ଦୁଇଜଣ ବ୍ୟକ୍ତି ଅଭିନେତା ସଲମାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟାଇଥିଲେ। ଏହି ପରିପ୍ରେକ୍ଷୀରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଜଡିତ ଲୋକଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁଟରମାନେ କିଛି ଦିନ ପୂର୍ବରୁ ବାନ୍ଦ୍ରାସ୍ଥିତ ସଲମାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟର ଅଭ୍ୟାସ କରିଥିଲେ। ଫେସବୁକ ପୋଷ୍ଟ କରିବା ପାଇଁ ଅନମୋଲ ଭିପିଏନ (ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରିଥିବା ପୋଲିସ ସନ୍ଦେହ କରୁଛି। ପୋଲିସର ସୂଚନାନୁସାରେ, ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ବିନିମୟ ପାଇଁ ଦାୟୀ ବୋଲି ଧମକ ଦେଉଥିବା ଫେସବୁକ ପୋଷ୍ଟକୁ ପର୍ତ୍ତୁଗାଲର ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ଭାଇ ଅନମୋଲ ପ୍ରସ୍ତୁତ କରିଛନ୍ତି।
The post ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ appeared first on Dharitri Odia News.