ସଲମାନଙ୍କ ଫାୟାରିଂ ଘଟଣା ପରେ ବଢିଲା SRKଙ୍କ ସୁରକ୍ଷା,ଏୟାରପୋର୍ଟରେ ହାଇ-ସିକ୍ୟୁରିଟି ସହ ଆସିଲେ ନଜର

ମୁମ୍ଵାଇ ୧୮।୦୪: ସୁପରଷ୍ଟାର ସଲମାନ ଖାନ। ତାଙ୍କ ଘରେ ଗୁଳି ବିନିମୟ ପରେ ଇଣ୍ଡଷ୍ଟ୍ରିରେ ହଇଚଇ ଖେଳି ଯାଇଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ପୋଲିସ ଏହି ଘଟଣାର ଲଗାତାର ଅନୁସନ୍ଧାନ କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି। ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କ ଟିମ୍‌କୁ ଚିଅର କରିବା ପାଇଁ ଶାହାରୁଖ କୋଲକାତାରେ ପହଞ୍ଚିଥିଲେ।  କୋଲକାତାରେ ସେ ୪ ଦିନ ରହିଥିଲେ।ଗତକାଲି ରାତିରେ ଶାହାରୁଖ ଖାନ କୋଲକାତା ରୁ ମୁମ୍ବାଇ ଫେରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ କିଙ୍ଗ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି ରାତିରେ ଆର୍ମ ଗାର୍ଡ, ପୋଲିସ ଏବଂ ବିମାନବନ୍ଦରର ସିକ୍ୟୁରିଟି ତାଙ୍କ ସହ ରହିଥିଲେ । ଶାହାରୁଖ ଖାନ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ  ତାଙ୍କୁ ସଙ୍ଗେ ସଙ୍ଗେ କଡା ସୁରକ୍ଷା କବଳରେ ଘେରି ରହିଥିଲେ। Shah Rukh Khan leaving Kolkata after 4 days ???? pic.twitter.com/5pDWdwGDtP— Riyaz (@RiyazSrkian) April 17, 2024ଶାହାରୁଖ ଖାନ ନୀଳ ରଙ୍ଗର ହୁଡି ଏବଂ କାର୍ଗୋ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ସମସ୍ତ ପ୍ରୋଟୋକଲ ଫଲୋ କରି ଶାହାରୁଖ ମଧ୍ୟ ତାଙ୍କ କାରରେ ପହଞ୍ଚିଥିଲେ। ତାଙ୍କ ଦଳ କିଙ

ସଲମାନଙ୍କ ଫାୟାରିଂ ଘଟଣା ପରେ ବଢିଲା SRKଙ୍କ ସୁରକ୍ଷା,ଏୟାରପୋର୍ଟରେ ହାଇ-ସିକ୍ୟୁରିଟି ସହ ଆସିଲେ ନଜର

ମୁମ୍ଵାଇ ୧୮।୦୪: ସୁପରଷ୍ଟାର ସଲମାନ ଖାନ। ତାଙ୍କ ଘରେ ଗୁଳି ବିନିମୟ ପରେ ଇଣ୍ଡଷ୍ଟ୍ରିରେ ହଇଚଇ ଖେଳି ଯାଇଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ପୋଲିସ ଏହି ଘଟଣାର ଲଗାତାର ଅନୁସନ୍ଧାନ କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି। ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କ ଟିମ୍‌କୁ ଚିଅର କରିବା ପାଇଁ ଶାହାରୁଖ କୋଲକାତାରେ ପହଞ୍ଚିଥିଲେ।  କୋଲକାତାରେ ସେ ୪ ଦିନ ରହିଥିଲେ।

ଗତକାଲି ରାତିରେ ଶାହାରୁଖ ଖାନ କୋଲକାତା ରୁ ମୁମ୍ବାଇ ଫେରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ କିଙ୍ଗ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି ରାତିରେ ଆର୍ମ ଗାର୍ଡ, ପୋଲିସ ଏବଂ ବିମାନବନ୍ଦରର ସିକ୍ୟୁରିଟି ତାଙ୍କ ସହ ରହିଥିଲେ । ଶାହାରୁଖ ଖାନ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ  ତାଙ୍କୁ ସଙ୍ଗେ ସଙ୍ଗେ କଡା ସୁରକ୍ଷା କବଳରେ ଘେରି ରହିଥିଲେ।

 

ଶାହାରୁଖ ଖାନ ନୀଳ ରଙ୍ଗର ହୁଡି ଏବଂ କାର୍ଗୋ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ସମସ୍ତ ପ୍ରୋଟୋକଲ ଫଲୋ କରି ଶାହାରୁଖ ମଧ୍ୟ ତାଙ୍କ କାରରେ ପହଞ୍ଚିଥିଲେ। ତାଙ୍କ ଦଳ କିଙ୍ଗ ଖାନଙ୍କ ସହ ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ଶାହାରୁଖ ଖାନଙ୍କର ମଧ୍ୟ ନିଜର ସିକ୍ୟୁରିଟି ରହିଛି। କିନ୍ତୁ ପରିସ୍ଥିତିକୁ ଅନୁଧ୍ୟାନ କରି ଶାହାରୁଖଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି।