ସଲମାନଙ୍କ ଫାୟାରିଂ ମାମଲାରେ ନୂଆ ଅପଡେଟ୍ ; ମୁମ୍ଵାଇ ପୋଲିସ୍ ହାତରେ ଲାଗିଲା ବଡ ପ୍ରମାଣ

ମୁମ୍ଵାଇ ୨୩।୦୪: ବଲିଉଡ ଅଭିନେତା ସଲମାନ ଖାନ। ବାନ୍ଦ୍ରାସ୍ଥିତ ତାଙ୍କ ଘର ବାହାରେ ଗୁଳି ବିନିମୟର ବଡ ଅପଡେଟ୍‌ ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସକୁ ଏକ ବଡ଼ ପ୍ରମାଣ ମିଳିଛି। କ୍ରାଇମ ବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ବନ୍ଧୁକରେ ଅଭିନେତାଙ୍କ ଘର ବାହାରେ ଗୁଳି ଚଳାଇଥିଲା, ତାହା ସୁରତର ତାପି ନଦୀରୁ ପୋଲିସ ଜବତ କରିଛି। ବନ୍ଧୁକ ବ୍ୟତୀତ ପୋଲିସ ନଦୀରୁ କିଛି ଗୁଳି ପାଇଛି ।View this post on InstagramA post shared by Salman Khan (@beingsalmankhan)  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବନ୍ଧୁକ ଖୋଜିବା ପାଇଁ ମୁମ୍ବାଇ ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତ ବିକି ଗୁପ୍ତାଙ୍କୁ ଗୁଜରାଟର ତାପି ନଦୀକୁ ନେଇ ଯାଇଥିଲା। ଏହା ପରେ ପୋଲିସ ବନ୍ଧୁକକୁ ନଦୀରୁ ଜବତ କରିଥିଲା। ବର୍ତ୍ତମାନ ଏହାର ପ୍ରମାଣ ମିଳିବା ପରେ ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟ ଧାରା ଯୋଡିପାରେ। ଯେତେବେଳେ ଅଭିଯୁକ୍ତ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବାକୁ ଆସିଥିଲେ, ସେତେବେଳେ ସେମାନଙ୍କର ଦୁଇଟି ବନ୍ଧୁକ ଥିଲା। ପ୍ରଥମ ବନ୍ଧୁକ ଖୋଜିବା ପରେ ପୋଲିସ ଦ୍ୱିତୀୟ ବନ୍ଧୁକ ଖୋଜିବାରେ ବ୍ୟସ୍ତ ଅଛି।  ରିପୋର୍ଟ ଅନୁଯାୟୀ, ଦୁଇ ଅଭିଯୁକ୍ତ କହିଥିଲେ ଯେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇବା ପରେ ସେମାନେ ମୁମ୍ବାଇରୁ-ସୁରତରେ ପହଞ୍ଚିଥିଲେ। ସେଠାରୁ ଉଭୟ ଟ୍ରେନରେ ଭୁଜ ଯାଇଥିଲେ। ସେହି ସମୟରେ ଉଭୟେ ବ୍ରିଜରୁ ବନ୍

ସଲମାନଙ୍କ ଫାୟାରିଂ ମାମଲାରେ ନୂଆ ଅପଡେଟ୍ ; ମୁମ୍ଵାଇ ପୋଲିସ୍ ହାତରେ ଲାଗିଲା ବଡ ପ୍ରମାଣ

ମୁମ୍ଵାଇ ୨୩।୦୪: ବଲିଉଡ ଅଭିନେତା ସଲମାନ ଖାନ। ବାନ୍ଦ୍ରାସ୍ଥିତ ତାଙ୍କ ଘର ବାହାରେ ଗୁଳି ବିନିମୟର ବଡ ଅପଡେଟ୍‌ ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସକୁ ଏକ ବଡ଼ ପ୍ରମାଣ ମିଳିଛି। କ୍ରାଇମ ବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ବନ୍ଧୁକରେ ଅଭିନେତାଙ୍କ ଘର ବାହାରେ ଗୁଳି ଚଳାଇଥିଲା, ତାହା ସୁରତର ତାପି ନଦୀରୁ ପୋଲିସ ଜବତ କରିଛି। ବନ୍ଧୁକ ବ୍ୟତୀତ ପୋଲିସ ନଦୀରୁ କିଛି ଗୁଳି ପାଇଛି ।


  

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବନ୍ଧୁକ ଖୋଜିବା ପାଇଁ ମୁମ୍ବାଇ ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତ ବିକି ଗୁପ୍ତାଙ୍କୁ ଗୁଜରାଟର ତାପି ନଦୀକୁ ନେଇ ଯାଇଥିଲା। ଏହା ପରେ ପୋଲିସ ବନ୍ଧୁକକୁ ନଦୀରୁ ଜବତ କରିଥିଲା। ବର୍ତ୍ତମାନ ଏହାର ପ୍ରମାଣ ମିଳିବା ପରେ ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟ ଧାରା ଯୋଡିପାରେ। ଯେତେବେଳେ ଅଭିଯୁକ୍ତ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବାକୁ ଆସିଥିଲେ, ସେତେବେଳେ ସେମାନଙ୍କର ଦୁଇଟି ବନ୍ଧୁକ ଥିଲା। ପ୍ରଥମ ବନ୍ଧୁକ ଖୋଜିବା ପରେ ପୋଲିସ ଦ୍ୱିତୀୟ ବନ୍ଧୁକ ଖୋଜିବାରେ ବ୍ୟସ୍ତ ଅଛି।  ରିପୋର୍ଟ ଅନୁଯାୟୀ, ଦୁଇ ଅଭିଯୁକ୍ତ କହିଥିଲେ ଯେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇବା ପରେ ସେମାନେ ମୁମ୍ବାଇରୁ-ସୁରତରେ ପହଞ୍ଚିଥିଲେ। ସେଠାରୁ ଉଭୟ ଟ୍ରେନରେ ଭୁଜ ଯାଇଥିଲେ। ସେହି ସମୟରେ ଉଭୟେ ବ୍ରିଜରୁ ବନ୍ଧୁକକୁ ତାପି ନଦୀରେ ଫିଙ୍ଗି ଦେଇଥିଲେ।

 

ANI ରିପୋର୍ଟ ଅନୁଯାୟୀ କ୍ରାଇମ ବ୍ରାଞ୍ଚ କହିଛି ଯେ ସଲମାନଙ୍କ ଘର ବାହାରେ ଗୁଳି ବିନିମୟରେ ପଚରାଉଚରା କରିବାରେ ସେମାନେ ଏପର୍ଯ୍ୟନ୍ତ ୧୦ ରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ଅନେକ ଲୋକଙ୍କ ବିବୃତ୍ତି ଏପର୍ଯ୍ୟନ୍ତ ରେକର୍ଡ ହୋଇନାହିଁ। କହିବାକୁ ଗଲେ ଶନିବାର ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କୁ ଏହି ମାମଲାରେ ଅଭିଯୁକ୍ତ କରିଥିଲେ। ପୋଲିସ କହିଛି ଯେ ସେମାନେ ଲରେନ୍ସଙ୍କୁ ହେପାଜତରେ ନେବା ପାଇଁ ଦାବି କରିପାରନ୍ତି ।