ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ କାରକୁ ଫଲୋ କରିଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଗାଲାକ୍ସି ବାହାରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ୧୮ସେପ୍ଟେମ୍ବର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ଜଣାଯାଇଛି। ବୁଧବାର ରାତି ପ୍ରାୟ ୧୨ ଟା ରୁ ୧୨ଟା ୨୫ ପର୍ଯ୍ୟନ୍ତ, ଯେତେବେଳେ ସଲମାନ ଖାନଙ୍କ ଗାଡ଼ି ମେହବୁବ ଷ୍ଟୁଡିଓ ଦେଇ […] The post ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ… appeared first on Dharitri Odia News.
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ କାରକୁ ଫଲୋ କରିଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଗାଲାକ୍ସି ବାହାରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ୧୮ସେପ୍ଟେମ୍ବର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ଜଣାଯାଇଛି।
ବୁଧବାର ରାତି ପ୍ରାୟ ୧୨ ଟା ରୁ ୧୨ଟା ୨୫ ପର୍ଯ୍ୟନ୍ତ, ଯେତେବେଳେ ସଲମାନ ଖାନଙ୍କ ଗାଡ଼ି ମେହବୁବ ଷ୍ଟୁଡିଓ ଦେଇ ଯାଉଥିଲା, ଜଣେ ମୋଟରସାଇକେଲରେ ଦ୍ରୁତ ଗତିରେ ଯାଉଥିବା ବ୍ୟକ୍ତି ତାଙ୍କ କାରର ଅତି ନିକଟରେ ପହଞ୍ଚିଥିଲେ। ସଲମାନ ଖାନଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀମାନେ ବାରମ୍ବାର ସେମାନଙ୍କ ହର୍ନ ବଜାଇ ତାଙ୍କୁ ଚାଲିଯିବାକୁ କହିଥିଲେ, ତଥାପି ସେ ସଲମାନ ଖାନଙ୍କ କାର ସହିତ ମୋଟରସାଇକେଲ ଚଳାଇବାରେ ଲାଗିଲେ।
ଯେତେବେଳେ ଯୁବକଙ୍କୁ ପଚରାଉଚରା କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ମୁମ୍ବାଇର ବାନ୍ଦ୍ରା ବାସିନ୍ଦା। ତାଙ୍କ ନାମ ମୋହିଉଦ୍ଦିନ। ସେ ଜଣେ କଲେଜ ଛାତ୍ର।
The post ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ… appeared first on Dharitri Odia News.