ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୋଲିସ ତନାଘନା ଆରମ୍ଭ କରିଛି। ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ […] The post ସଲମାନଙ୍କୁ ପୁଣି ଧମକ appeared first on Dharitri Odia News.

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୋଲିସ ତନାଘନା ଆରମ୍ଭ କରିଛି।

Image

ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଧମକ ମିଳିଛି। ପରେମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍‌ଖାଙ୍କୁ ପୋଲିସ ଧରିଛି। ମୁମ୍ବାଇ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ଜାଣିବାକୁ ପାଇଛି।

ପୋଲିସ କହିଛି, ସୁକ୍‌ଖାଙ୍କୁ ଗିରଫ କରିବା ଲାଗି ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘରେ ଗୁଳିଚଳାଇବା ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁକ୍‌ଖା ଫେରାର ଥିଲେ। ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି।

The post ସଲମାନଙ୍କୁ ପୁଣି ଧମକ appeared first on Dharitri Odia News.