ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ତାଙ୍କୁ ସାକ୍ଷାତ କରିଥିବା ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସମାନେ ବି ତାଜୁବ ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ଗୁଜବ ମଧ୍ୟରେ ୟୁଜରମାନେ ସଲମାନ ଏବଂ ଆରାଧ୍ୟାଙ୍କ ଫଟୋ ଏକାଠି ଦେଖିବା ପରେ ଚର୍ଚ୍ଚା ଜୋର୍‌ ଧରିଛି। କହିରଖୁଛୁ କି, ଐଶ୍ୱର୍ଯ୍ୟା ରାୟ […] The post ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା… appeared first on Dharitri Odia News.

ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ତାଙ୍କୁ ସାକ୍ଷାତ କରିଥିବା ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସମାନେ ବି ତାଜୁବ ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ଗୁଜବ ମଧ୍ୟରେ ୟୁଜରମାନେ ସଲମାନ ଏବଂ ଆରାଧ୍ୟାଙ୍କ ଫଟୋ ଏକାଠି ଦେଖିବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

କହିରଖୁଛୁ କି, ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନ ପୂର୍ବରୁ ଅତି ନିକଟତର ଥିଲେ। କିନ୍ତୁ ପରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା। ସଲମାନ ଖାନ ଏକୁଟିଆ ହୋଇଯାଇଥିଲେ। ଏବେ ବି ଲୋକେ ସେମାନଙ୍କ ପ୍ରେମ ବିଷୟରେ ଅନେକ କଥାବାର୍ତ୍ତା କରନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହର ବହୁ ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସିଛି। ଏମିତି ବି କୁହାଯାଉଛି ଯେ ଦୁହେଁ ଏକାଠି ରୁହନ୍ତି ନାହିଁ। ଏଭଳି ଚର୍ଚ୍ଚା ମଧ୍ୟରେ ସଲମାନ ଓ ଆରାଧ୍ୟାଙ୍କ ଫଟୋ ଭାଇରାଲ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଫଟୋ ପଛରେ ସତ୍ୟତା ଜଣାପଡିଛି। ତେବେ ଏହି ଫଟୋ ଅସଲି ନୁହେଁ। ଏହାକୁ ସମ୍ପୂର୍ଣ୍ଣ ଭାବରେ ଏଡିଟ୍‌ କରି ଭାଇରାଲ କରାଯାଉଛି। ସଲମାନଙ୍କୁ ଭେଟୁଥିବା ଝିଅ ଆରାଧ୍ୟା ନୁହଁନ୍ତି, ବରଂ ଭାରତୀୟ ବକ୍ସର ନିଖତ ଜରିନ।

The post ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା… appeared first on Dharitri Odia News.