ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

ମୁମ୍ବାଇ,୨୯।୧୦: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ମହାରାଷ୍ଟ୍ରରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ବାନ୍ଦ୍ରା ପୂର୍ବରେ ଅବସ୍ଥିତ ଜିଶାନ ସିଦ୍ଦିକିଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଫୋନରେ ଆସିଛି। ଫୋନରେ ବ୍ୟକ୍ତି ଅଭିନେତା ସଲମାନ ଖାନ ଏବଂ ବିଧାୟକ ଜିଶାନ ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଧମକ ଦେଇ ଟଙ୍କା ମାଗିଛନ୍ତି। ଉତ୍ତରପ୍ରଦେଶରୁ ଏହି କଲ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ, ଜିଶାନ ସିଦ୍ଦିକିଙ୍କ ଅଫିସ କର୍ମଚାରୀଙ୍କ […] The post ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ appeared first on Dharitri Odia News.

ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

ମୁମ୍ବାଇ,୨୯।୧୦: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ମହାରାଷ୍ଟ୍ରରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ବାନ୍ଦ୍ରା ପୂର୍ବରେ ଅବସ୍ଥିତ ଜିଶାନ ସିଦ୍ଦିକିଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଫୋନରେ ଆସିଛି। ଫୋନରେ ବ୍ୟକ୍ତି ଅଭିନେତା ସଲମାନ ଖାନ ଏବଂ ବିଧାୟକ ଜିଶାନ ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଧମକ ଦେଇ ଟଙ୍କା ମାଗିଛନ୍ତି। ଉତ୍ତରପ୍ରଦେଶରୁ ଏହି କଲ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଏହି ପରିପ୍ରେକ୍ଷୀରେ, ଜିଶାନ ସିଦ୍ଦିକିଙ୍କ ଅଫିସ କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଆଧାରରେ ନିର୍ମଳ ନଗର ପୋଲିସ ଷ୍ଟେଶନରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା ସେତେବେଳେ କଲ କରୁଥିବା ବ୍ୟକ୍ତି ନୋଏଡାର ବୋଲି ଜଣାପଡିଥିଲା। ମୁମ୍ବାଇ ପୋଲିସ ତାଙ୍କୁ ନୋଏଡାରୁ ଗିରଫ କରିଥିଲା। ତାଙ୍କର ବୟସ ୨୦ ବର୍ଷ। ଅଭିଯୁକ୍ତ ଗୁରୁଫାନ ଖାନ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ଏହି ଧମକ ଦେଇଥିବା ଯୁବକ ସିଧାସଳଖ ଟଙ୍କା ମାଗି ନାହାଁନ୍ତି, କିନ୍ତୁ ଏହି ଉଦ୍ଦେଶ୍ୟରେ କିଛି ଟଙ୍କା ପାଇବା ତାଙ୍କର ଉଦ୍ଦେଶ୍ୟ।

ଏହି ଧମକ ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ କିଛି ଦିନ ପୂର୍ବେ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କ ବାପା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏକ ଆଲୋଚନା ମଧ୍ୟ ଆରମ୍ଭ ହୋଇଥିଲା ଯେ ସଲମାନ ଖାନଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟାକାଣ୍ଡ ଘଟାଇଥିଲା। ତେବେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଏ ସମ୍ପର୍କରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଚାଲିଛି।

The post ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ appeared first on Dharitri Odia News.