ସଲମାନଙ୍କୁ ହତ୍ୟା ପାଇଁ ଚଳାଇଥିଲେ ଗୁଳି
ମୁମ୍ବାଇ, ୧୭।୪: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ଘର ସାମ୍ନାରେ ଗୁଳି ଚାଳନା ମାମଲାରେ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲ୍ଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ପଠାଇଛି। ବିହାରର ଏହି ୨ ଅଭିଯୁକ୍ତଙ୍କୁ ଗୋଇନ୍ଦା ତଥ୍ୟ ଆଧାରରେ ସୋମବାର ବିଳମ୍ବିତ ରାତିରେ ଅହମଦାବାଦ ପୋଲିସ ଗୁଜରାଟର କଚ୍ଛରୁ ଗିରଫ କରି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ତେବେ କ୍ରାଇମବ୍ରାଞ୍ଚ ଏହି ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଙ୍କ ନିକଟରେ […] The post ସଲମାନଙ୍କୁ ହତ୍ୟା ପାଇଁ ଚଳାଇଥିଲେ ଗୁଳି appeared first on Dharitri Odia News.
ମୁମ୍ବାଇ, ୧୭।୪: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ଘର ସାମ୍ନାରେ ଗୁଳି ଚାଳନା ମାମଲାରେ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲ୍ଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ପଠାଇଛି। ବିହାରର ଏହି ୨ ଅଭିଯୁକ୍ତଙ୍କୁ ଗୋଇନ୍ଦା ତଥ୍ୟ ଆଧାରରେ ସୋମବାର ବିଳମ୍ବିତ ରାତିରେ ଅହମଦାବାଦ ପୋଲିସ ଗୁଜରାଟର କଚ୍ଛରୁ ଗିରଫ କରି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ତେବେ କ୍ରାଇମବ୍ରାଞ୍ଚ ଏହି ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଙ୍କ ନିକଟରେ ହାଜର କରିଥିଲା। ଘଟଣା ସମୟରେ ଭିକି ବାଇକ ଚଲାଉଥିବାବେଳେ ସାଗର ପଛରେ ବସିଥିଲେ। ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସାଗର ଗୁଳି ଚାଳନା କରିଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ କୋର୍ଟଙ୍କ ସମ୍ମୁଖରେ ବୟାନ ରଖିଛନ୍ତି। ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ସାଗର ଗୁଳି ଚାଳନା କରିଥିବା କୋର୍ଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ତେବେ ଷଡ଼ଯନ୍ତ୍ରକୁ ପ୍ରଘଟ କରିବା ସହ ଘଟଣା ପଛର ମାଷ୍ଟର ମାଇଣ୍ଡକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ପଚରାଉଚରା ପାଇଁ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ତେବେ ୨ ଅଭିଯୁକ୍ତଙ୍କୁ ଆସନ୍ତା ୨୫ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
The post ସଲମାନଙ୍କୁ ହତ୍ୟା ପାଇଁ ଚଳାଇଥିଲେ ଗୁଳି appeared first on Dharitri Odia News.