ସଲମାନ୍ ଖାନ୍ଙ୍କୁ ଧମକ ମାମଲାରେ ଟ୍ୱିଷ୍ଟ୍; କ୍ଷମା ମାଗିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍
ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଲରେନ୍ସ ବିଷ୍ଣୋଇଙ୍କ ସହ ଶତ୍ରୁତା ଶେଷ କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ମାଗିଥିଲେ । ଏହି ଧମକକୁ ହାଲୁକା ଭାବେ ନେବା ପରେ ବାବା ସିଦ୍ଦିକିଙ୍କ ଠାରୁ ସଲମାନଙ୍କ ଅବସ୍ଥା ଆହୁରି ଖରାପ କରିବାକୁ କହିଥିଲେ। ଏବେ ହ୍ୱାଟ୍ସଆପ୍ ନମ୍ବରରୁ ମୁମ୍ବାଇ ଟ୍ରାଫିକ୍ ପୁଲିସର ସେହି ମେସେଜ୍ ସହ ଆଉ […]

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଲରେନ୍ସ ବିଷ୍ଣୋଇଙ୍କ ସହ ଶତ୍ରୁତା ଶେଷ କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ମାଗିଥିଲେ । ଏହି ଧମକକୁ ହାଲୁକା ଭାବେ ନେବା ପରେ ବାବା ସିଦ୍ଦିକିଙ୍କ ଠାରୁ ସଲମାନଙ୍କ ଅବସ୍ଥା ଆହୁରି ଖରାପ କରିବାକୁ କହିଥିଲେ। ଏବେ ହ୍ୱାଟ୍ସଆପ୍ ନମ୍ବରରୁ ମୁମ୍ବାଇ ଟ୍ରାଫିକ୍ ପୁଲିସର ସେହି ମେସେଜ୍ ସହ ଆଉ ଏକ ମେସେଜ୍ ଆସିଛି, ଯେଉଁଥିରେ ସେ କ୍ଷମା ମାଗିଛନ୍ତି।
ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଆଉ ଏକ ମେସେଜ୍ ଆସିଛି। ଏହି ମେସେଜ୍ ସେହି ହ୍ୱାଟ୍ସଆପ୍ ନମ୍ବରରୁ ଆସିଛି, ଯିଏ ପୂର୍ବରୁ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେସେଜ ଲେଖିଥିଲା। ଏହି ମେସେଜିଂ ନମ୍ବରରୁ ଆସିଥିବା ମେସେଜରେ କ୍ଷମା ପ୍ରାର୍ଥନା କରାଯାଇଛି । ଏବେ ପୁଲିସ ଉକ୍ତ ସ୍ଥାନକୁ ଠାବ କରୁଛି। ଝାଡ଼ଖଣ୍ଡରୁ ଏହି ବାର୍ତ୍ତା ଆସିଥିବା ଜଣା ପଡ଼ିଛି। ତେବେ ବାକି ତଦନ୍ତ ପ୍ରକ୍ରିୟା ଜାରି ରହିଛି।
Mumbai Traffic Police received another message from the same WhatsApp number a few days later in which the person who threatened apologized, the message sender said that this message was sent by mistake and he apologised for it. The police have found the location of the person… https://t.co/0OX5keQQrH
— ANI (@ANI) October 21, 2024
ସୂଚନା ଅନୁସାରେ ଅକ୍ଟୋବର ୧୮ ତାରିଖରେ ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଏହି ନମ୍ବରରୁ ଏକ ମେସେଜ୍ ଆସିବା ପରେ ଶତ୍ରୁତା ଶେଷ ହେବ ବୋଲି ଦାବି କରାଯାଇଥିଲା। କିନ୍ତୁ ଏବେ ପୁଣି ପଠାଯାଇଥିବା ମେସେଜରେ ଲେଖାଯାଇଛି ଯେ ମୁଁ ଭୁଲରେ ଏହି ମେସେଜ ପଠାଇଛି ଏବଂ ଏବେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି ।
ଏହି ମେସେଜ୍ ଆସିବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ମେସେଜ୍ ଝାଡ଼ଖଣ୍ଡରୁ ଆସୁଥିବା ଜଣା ପଡ଼ିଛି। ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଆସିଥିଲା ପ୍ରଥମ ମେସେଜ । ଯାହା ପରେ ସଲମାନ ଖାନଙ୍କ ସୁରକ୍ଷା କୁ ଆହୁରି କଡାକଡି କରାଯାଇଥିଲା । ଏପରିକି ‘ବିଗ୍ ବସ୍ ୧୮’ର ‘ୱିକେଣ୍ଡ କା ୱାର’ର ସୁଟିଂ ସଲମାନ ଖାନ୍ ୬୦ ଜଣ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ କରିଥିଲେ।