ସସପେଣ୍ଡ ହେବା ପରେ ଆସିଲା ବଜରଙ୍ଗ ପୁନିଆଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କହିଛନ୍ତି କ’ଣ?
ନୂଆଦିଲ୍ଲୀ ୫।୫: ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସୀ (ଏନଏଡିଏ) ଦ୍ୱାରା ନିଲମ୍ବିତ ହେବା ପରେ ରେସ୍ଲର ବଜରଙ୍ଗ ପୁନିଆଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବଜରଙ୍ଗ କହିଛନ୍ତି ଯେ ଏନଏଡିଏକୁ ସାମ୍ପୁଲ ଦେବା ପାଇଁ ସେ କେବେବି ମନା କରିନଥିଲେ। ଭାରତୀୟ ଷ୍ଟାର ରେସ୍ଲର କହିଛନ୍ତି ଯେ ସଠିକ ସମୟରେ ତାଙ୍କ ଓକିଲ ଏହାର ଜବାବ ଦେବେ। ଏନଏଡିଏ ବଜରଙ୍ଗଙ୍କୁ ଡୋପ ଟେଷ୍ଟ ସାମ୍ପୁଲ ଦେଇ ନଥିବାରୁ ସସପେଣ୍ଡ କରିଦେଇଛନ୍ତି। ଏନଏଡିଏଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ୍ ଅଲିମ୍ପିକ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଣମାଧ୍ୟମ ଖବର ଅନୁସାରେ ବଜରଙ୍ଗ ୧୦ ମାର୍ଚ୍ଚ ସୋନିପତ ଟ୍ରାୟଲସ୍ରେ ୟୁରିନ ସାମ୍ପଲ ଦେଇ ନଥିଲେ। ଏଣୁ ଏନଏଡିଏ ତାଙ୍କୁ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସସପେଣ୍ଡ ହେବା ଯୋଗୁ ବଜରଙ୍ଗ ଏହି ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ନାହିଁ। ଅର୍ଥାତ ବଜରଙ୍ଗ ପୁନିଆ ପ୍ୟାରିସ୍ ଅଲିମ୍ପିକରେ ଅଂଶଗ୍ରହଣ କରିପାରିବେ କି ନା ତାହା ଏବେଠୁ ଆକଳନ କରିବା କଷ୍ଟକର ହୋଇଯାଇଛି। ଏନଏଡିଏ ଦ୍ୱାରା ଲଗାଯାଇଥିବା କଟକଣା ପରେ ବଜରଙ୍ଗ ପୁନିଆ ପ୍ୟାରିସ୍ ଅଲିମ୍ପିକ୍ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାୟଲରେ ଅଂଶଗ୍ରହଣ ମଧ୍ୟ କରିପାରିବେ ନାହିଁ। ଏହି ଟ୍ରାୟଲସ୍ ଚଳିତ ମାସ ଶେଷରେ ଅନୁଷ୍ଠିତ ହେବ। ୬୫ କେଜି କାଟାଗୋରୀରେ କୌଣସି ଭାରତୀୟ ର
ନୂଆଦିଲ୍ଲୀ ୫।୫: ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସୀ (ଏନଏଡିଏ) ଦ୍ୱାରା ନିଲମ୍ବିତ ହେବା ପରେ ରେସ୍ଲର ବଜରଙ୍ଗ ପୁନିଆଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବଜରଙ୍ଗ କହିଛନ୍ତି ଯେ ଏନଏଡିଏକୁ ସାମ୍ପୁଲ ଦେବା ପାଇଁ ସେ କେବେବି ମନା କରିନଥିଲେ। ଭାରତୀୟ ଷ୍ଟାର ରେସ୍ଲର କହିଛନ୍ତି ଯେ ସଠିକ ସମୟରେ ତାଙ୍କ ଓକିଲ ଏହାର ଜବାବ ଦେବେ। ଏନଏଡିଏ ବଜରଙ୍ଗଙ୍କୁ ଡୋପ ଟେଷ୍ଟ ସାମ୍ପୁଲ ଦେଇ ନଥିବାରୁ ସସପେଣ୍ଡ କରିଦେଇଛନ୍ତି।
ଏନଏଡିଏଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ୍ ଅଲିମ୍ପିକ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଣମାଧ୍ୟମ ଖବର ଅନୁସାରେ ବଜରଙ୍ଗ ୧୦ ମାର୍ଚ୍ଚ ସୋନିପତ ଟ୍ରାୟଲସ୍ରେ ୟୁରିନ ସାମ୍ପଲ ଦେଇ ନଥିଲେ। ଏଣୁ ଏନଏଡିଏ ତାଙ୍କୁ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସସପେଣ୍ଡ ହେବା ଯୋଗୁ ବଜରଙ୍ଗ ଏହି ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ନାହିଁ। ଅର୍ଥାତ ବଜରଙ୍ଗ ପୁନିଆ ପ୍ୟାରିସ୍ ଅଲିମ୍ପିକରେ ଅଂଶଗ୍ରହଣ କରିପାରିବେ କି ନା ତାହା ଏବେଠୁ ଆକଳନ କରିବା କଷ୍ଟକର ହୋଇଯାଇଛି।
ଏନଏଡିଏ ଦ୍ୱାରା ଲଗାଯାଇଥିବା କଟକଣା ପରେ ବଜରଙ୍ଗ ପୁନିଆ ପ୍ୟାରିସ୍ ଅଲିମ୍ପିକ୍ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାୟଲରେ ଅଂଶଗ୍ରହଣ ମଧ୍ୟ କରିପାରିବେ ନାହିଁ। ଏହି ଟ୍ରାୟଲସ୍ ଚଳିତ ମାସ ଶେଷରେ ଅନୁଷ୍ଠିତ ହେବ। ୬୫ କେଜି କାଟାଗୋରୀରେ କୌଣସି ଭାରତୀୟ ରେସ୍ଲର ଏପର୍ଯ୍ୟନ୍ତ ଅଲିମ୍ପିକ ଟିକେଟ୍ ହାସଲ କରିପାରି ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଟୋକିଓ ଅଲିମ୍ପିକ୍ରେ ବଜରଙ୍ଗ ଦେଶ ଲାଗି ବ୍ରୋଞ୍ଜ ମେଡାଲ ଆଣିଥିଲେ।