ସସପେନ୍ସରେ ମହାରାଷ୍ଟ୍ରରେ ମେଣ୍ଟ, କଂଗ୍ରେସଠୁ ଦୂରେଇ ଯିବେ ଶରଦ ପାଓ୍ବାର!
ମୁମ୍ବାଇ,୧୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ବିରୋଧୀଙ୍କ ଏବେ ନୀଦ୍ରାହୀନତାର କାରଣ ସାଜିଛି। କଂଗ୍ରେସ ଉପରେ ସହଯୋଗୀମାନେ ପ୍ରଶ୍ନ ଉଠାଇବାକୁ ଏବେ ସୁଯୋଗ ପାଇଛନ୍ତି। ହରିୟାଣା ପରାଜୟ ପରେ ଆମ ଆଦମୀ ପାର୍ଟି ସ୍ପଷ୍ଟ ଭାବେ ଘୋଷଣା କରିସାରିଛି ଯେ, ଦିଲ୍ଲୀରେ କଂଗ୍ରେସ ସହ ଏଏପି କୌଣସି ମେଣ୍ଟ କରିବ ନାହିଁ। ଏହା ପରେ ପରେ ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀ ଶିବସେନା ନେତା ଉଦ୍ଧବ ଠାକରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଏପରି କିଛି ଘଟିଛି, […] The post ସସପେନ୍ସରେ ମହାରାଷ୍ଟ୍ରରେ ମେଣ୍ଟ, କଂଗ୍ରେସଠୁ ଦୂରେଇ ଯିବେ ଶରଦ ପାଓ୍ବାର! appeared first on Dharitri Odia News.
ମୁମ୍ବାଇ,୧୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ବିରୋଧୀଙ୍କ ଏବେ ନୀଦ୍ରାହୀନତାର କାରଣ ସାଜିଛି। କଂଗ୍ରେସ ଉପରେ ସହଯୋଗୀମାନେ ପ୍ରଶ୍ନ ଉଠାଇବାକୁ ଏବେ ସୁଯୋଗ ପାଇଛନ୍ତି। ହରିୟାଣା ପରାଜୟ ପରେ ଆମ ଆଦମୀ ପାର୍ଟି ସ୍ପଷ୍ଟ ଭାବେ ଘୋଷଣା କରିସାରିଛି ଯେ, ଦିଲ୍ଲୀରେ କଂଗ୍ରେସ ସହ ଏଏପି କୌଣସି ମେଣ୍ଟ କରିବ ନାହିଁ। ଏହା ପରେ ପରେ ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀ ଶିବସେନା ନେତା ଉଦ୍ଧବ ଠାକରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଏପରି କିଛି ଘଟିଛି, ଯାହା ଦର୍ଶାଉଛି ଯେ ମହାବିକାଶ ଆଗାଡିରେ କିଛି ଗଡବଡ ରହିଛି।
ଗତ କିଛି ଦିନ ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁ କାରଣରୁ ମହାବିକାଶ ଆଗାଡିରେ ବିବାଦ ଲାଗି ରହିଛି। ଏହି ସମୟରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ଧାର୍ଯ୍ୟ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି।
ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପରେ ମହାବିକାଶ ଆଗାଡିରେ ବିବାଦ ଦେଖାଦେଇଛି। ଉଦ୍ଧବ ଠାକରେଙ୍କ ଦଳର ନେତା ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଉଦ୍ଧବ ପୁଣି ଥରେ ଖୋଲାଖୋଲି ଭାବେ କଂଗ୍ରେସ ଏବଂ ଶରଦ ପାୱାରଙ୍କୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ କହିଥିଲେ। ଏହି ଘଟଣା ପରେ କଂଗ୍ରେସ ମଧ୍ୟ ରାଗି ଯାଇଛି।
The post ସସପେନ୍ସରେ ମହାରାଷ୍ଟ୍ରରେ ମେଣ୍ଟ, କଂଗ୍ରେସଠୁ ଦୂରେଇ ଯିବେ ଶରଦ ପାଓ୍ବାର! appeared first on Dharitri Odia News.