ସସ୍‌ପେଣ୍ଡ ପରେ ସିଧା ଶୁଣାଇଦେଲେ ସୋଫିଆ, ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୫।୩: ବିଧାନସଭାରୁ ଆସିଛି ବଡ଼ ଖବର। ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୨ ଜଣ ବିଧାୟକ। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର […] The post ସସ୍‌ପେଣ୍ଡ ପରେ ସିଧା ଶୁଣାଇଦେଲେ ସୋଫିଆ, ରାଜନୀତିରେ ହଇଚଇ appeared first on Dharitri Odia News.

ସସ୍‌ପେଣ୍ଡ ପରେ ସିଧା ଶୁଣାଇଦେଲେ ସୋଫିଆ, ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୫।୩: ବିଧାନସଭାରୁ ଆସିଛି ବଡ଼ ଖବର। ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୨ ଜଣ ବିଧାୟକ। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଛି।

ନିଲମ୍ବନ ପରେ କଂଗ୍ରେସ ନେତ୍ରୀ ସୋଫିଆ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମହିଳାଙ୍କ ପାଇଁ ଲଢେଇ କରିବା କ’ଣ ଅନ୍ୟାୟ। ସରକାର ଗୃହ ଭିତରେ ନିଜେ ମାନୁଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢୁଛି। ପ୍ରଥମ ଦିନରୁ ଦାବି କରାଯାଉଛି ଯେ, ମହିଳାଙ୍କ ପ୍ରତି ଅନ୍ୟାୟ ନେଇ ହାଉସ କମିଟି ଗଠନ କରାଯାଉ। ହେଲେ ସେ ଆମର ସ୍ବର ଚପାଇବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି। ଯାହାକୁ କଂଗ୍ରେସ କଡ଼ା ନିନ୍ଦା କରୁଛି। ସରକାର ଚାହିଁଲେ ସବୁକିଛି କରିପାରିବେ। ହେଲେ ଆମ ପ୍ରତି ସରକାରଙ୍କ ଏଭଳି ଆଚରଣ କଦାପି ଠିକ୍‌ ନୁହେଁ। ଗୃହ ଭିତରେ ସ୍ବର ଚାପୁଛନ୍ତି ହେଲେ ବାହାରେ ଚାପି ପାରିବେ ନାହିଁ। ୨୭ରେ ଜୋରଦାର ବିରୋଧ କରିବୁ। ଏଥିରେ ସରକାରଙ୍କ ଉପରେ ବଡ଼ ପ୍ରଭାବ ପଡିବ।

ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ।କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ନିଲମ୍ବିତ। ତେବେ ନିଲମ୍ବନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ପ୍ରତିବାଦ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ଇତିହାସ ହୋଇ ରହିବ। ବରଦାସ୍ତ କରିବୁନି, ଭୟ କରୁନୁ, ଲଢ଼େଇ କରିବୁ। ପିସିସି ସଭାପତି, ନେତା ଯାହା ନିଷ୍ପତ୍ତି ନେବେ ସେଇଆ କରିବୁ। ଆମ ଆଚରଣ ଯଦି ଅଶୋଭନୀୟ, ଗତ ୫ ବର୍ଷରେ କଣ କରିଥିଲେ। ୨୭ରେ ବିଧାନସଭା ଘେରାଉ କରିବୁ, ଜୋରଦାର ଲଢ଼େଇ କରିବୁ।

ଏନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ, କିନ୍ତୁ ସମାଧାନ କଲେନି। ହାଉସ କମିଟି ଗଠନ କରିଥିଲେ କଣ ଅସୁବିଧା ହୋଇଥାନ୍ତା। ହାଉସ କମିଟି ଗଠନ କରିଥିଲେ ଗୃହ ଭଲରେ ଚାଲିଥାନ୍ତା। ଏହାକୁ ଆମେ ଦୃଢ ବିରୋଧ କରୁଛୁ। ଏନେଇ ୨୭ରେ ଜୋରଦାର ବିରୋଧ ପ୍ରଦର୍ଶନ ହେବ। ଆପଣମାନେ ନିଶ୍ଚୟ ଦେଖିବେ। ସେହିପରି ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ଭକ୍ତ ଦାସ। ସେ କହିଛନ୍ତି, ବିଜେଡି ଦାବି କରିଥିଲେ ହାଉସ କମିଟି କରିବାକୁ ବାଧ୍ୟ ହୋଇଥାନ୍ତେ।

The post ସସ୍‌ପେଣ୍ଡ ପରେ ସିଧା ଶୁଣାଇଦେଲେ ସୋଫିଆ, ରାଜନୀତିରେ ହଇଚଇ appeared first on Dharitri Odia News.