ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ବୁଲୁଥିଲେ ଜଣେ ଅଜଣା ଯୁବକ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଧରି ଶନିବାର ଥାନାରେ ଜିମା ଦେଇଛନ୍ତି l ଅପରାହ୍ନରେ ଯୁବକ ଜଣକ ଗଞ୍ଜାମ ଷ୍ଟେଶନରେ ବୁଲାବୁଲି କରୁଥିଲେ। ସେତିକିବେଳେ ସ୍ବେଚ୍ଛାସେବୀ ଉମା ଶଙ୍କର ମହାନ୍ତି, ଗଙ୍ଗା ରାଉଳ, ମନୋଜ ପ୍ରଧାନ, ବିଭୁତି ପାଲଇ, କେ.ଏଲେୟା ପ୍ରଭାତ ପ୍ରମୁଖ ଯୁବ ସ୍ବେଚ୍ଛାସେବୀ ଯୁବକକୁ ଉଦ୍ଧାର କରିଥିଲେ। ପରେ ସେମାନେ ଯୁବକଙ୍କ ପରିଚୟ ପଚାରି ବୁଝିଥିଲେ । ହେଲେ ଯୁବକ ଜଣକ କିଛି […] The post ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ appeared first on Dharitri Odia News.

ସହରରେ ବୁଲୁଥିଲେ ଅଜଣା ଯୁବକ:  ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ବୁଲୁଥିଲେ ଜଣେ ଅଜଣା ଯୁବକ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଧରି ଶନିବାର ଥାନାରେ ଜିମା ଦେଇଛନ୍ତି l ଅପରାହ୍ନରେ ଯୁବକ ଜଣକ ଗଞ୍ଜାମ ଷ୍ଟେଶନରେ ବୁଲାବୁଲି କରୁଥିଲେ।

ସେତିକିବେଳେ ସ୍ବେଚ୍ଛାସେବୀ ଉମା ଶଙ୍କର ମହାନ୍ତି, ଗଙ୍ଗା ରାଉଳ, ମନୋଜ ପ୍ରଧାନ, ବିଭୁତି ପାଲଇ, କେ.ଏଲେୟା ପ୍ରଭାତ ପ୍ରମୁଖ ଯୁବ ସ୍ବେଚ୍ଛାସେବୀ ଯୁବକକୁ ଉଦ୍ଧାର କରିଥିଲେ। ପରେ ସେମାନେ ଯୁବକଙ୍କ ପରିଚୟ ପଚାରି ବୁଝିଥିଲେ । ହେଲେ ଯୁବକ ଜଣକ କିଛି କହିପାରି ନ ଥିଲେ l ଏନେଇ ସମ୍ପୃକ୍ତ ଯୁବକଙ୍କୁ ଗଞ୍ଜାମ ଥାନାରେ ଜିମା ଦେଇଥିଲେ l

The post ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ appeared first on Dharitri Odia News.