ସହାୟତା ପାଇଁ ଅପେକ୍ଷା କରିଥିବାବେଳେ ଇସ୍ରାଏଲ ଗୁଳିମାଡ଼ରେ ୧୦୪ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଗାଜା ସହର ନିକଟରେ ସହାୟତା ପାଇଁ ଅପେକ୍ଷା କରିଥିବା ପାଲେଷ୍ଟିନୀୟ ନାଗରିକଙ୍କ ଉପରେ ଇସ୍ରାଏଲର ଗୁଳିମାଡ଼ ଯୋଗୁଁ ୧୦୪ ପାଲେଷ୍ଟିନୀୟ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ୨୮୦ ଜଣ ଆହତ ହୋଇଛନ୍ତି । ଗାଜାରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଏହି ସୂଚନା ଦେଇଛନ୍ତି। କିନ୍ତୁ ଇସ୍ରାଏଳ ସେନାର ମୁଖପାତ୍ର ଏହା ଖଣ୍ଡନ କରିଛନ୍ତି। ଉକ୍ତ ସ୍ଥାନରେ କୌଣସି ପ୍ରକାର ଗୁଳିମାଡ଼ ହୋଇନାହିଁ ବୋଲି ସେ କହିଛନ୍ତି। ତେବେ ଇସ୍ରାଏଲ ସେନା ପକ୍ଷରୁ ଏହା କୁହାଯାଇଛି ଯେ […]

ନୂଆଦିଲ୍ଲୀ : ଗାଜା ସହର ନିକଟରେ ସହାୟତା ପାଇଁ ଅପେକ୍ଷା କରିଥିବା ପାଲେଷ୍ଟିନୀୟ ନାଗରିକଙ୍କ ଉପରେ ଇସ୍ରାଏଲର ଗୁଳିମାଡ଼ ଯୋଗୁଁ ୧୦୪ ପାଲେଷ୍ଟିନୀୟ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ୨୮୦ ଜଣ ଆହତ ହୋଇଛନ୍ତି । ଗାଜାରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଏହି ସୂଚନା ଦେଇଛନ୍ତି। କିନ୍ତୁ ଇସ୍ରାଏଳ ସେନାର ମୁଖପାତ୍ର ଏହା ଖଣ୍ଡନ କରିଛନ୍ତି। ଉକ୍ତ ସ୍ଥାନରେ କୌଣସି ପ୍ରକାର ଗୁଳିମାଡ଼ ହୋଇନାହିଁ ବୋଲି ସେ କହିଛନ୍ତି। ତେବେ ଇସ୍ରାଏଲ ସେନା ପକ୍ଷରୁ ଏହା କୁହାଯାଇଛି ଯେ ସହାୟତା ଟ୍ରକ ଉତ୍ତର ଗାଜାରେ ପହଞ୍ଚିବା ପରେ ଠେଲାପେଲାରେ ଅନେକ ଲୋକ ଆହତ ହୋଇଛନ୍ତି। ତେବେ ଇସ୍ରାଏଲ ସେନା ପ୍ରତି ବିପଦ ସୃଷ୍ଟି କରିଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ଇସ୍ରାଏଲ ସେନାର ଏଭଳି କାର୍ଯ୍ୟକୁ ବର୍ବର କହିବା ସହ ଏହାର କଡ଼ା ନିନ୍ଦାଂ କରିଛନ୍ତି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଆସରଫ ଅଲ କିଦ୍ରା କହିଛନ୍ତି, ପଶ୍ଚିମ ଗାଜା ସହରରେ ଏହି ଘଟଣା ଘଟିଛି।