ସହିପାରିଲେନି ଦେଢଶୁର ଯୌନ ନିର୍ଯାତନା, ଜୀବନ ହାରିଲେ ମହିଳା

ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଗତ ରାତିରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପାରିବାର ଲୋକ ଅଭିଯୋଗ କରିଛନ୍ତି

ସହିପାରିଲେନି ଦେଢଶୁର ଯୌନ ନିର୍ଯାତନା, ଜୀବନ ହାରିଲେ ମହିଳା

ଦେଢଶୁରଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିବା ପରେ ମହିଳା ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

କିଛି ମାସ ହେବ ମୃତ ମହିଳାଙ୍କ ସ୍ୱାମୀ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ଏପ୍ରିଲ ୨୨ ତାରିଖ ଦିନ ଏକ ବିବାହ ଭୋଜିରେ ମୃତ ମହିଳାଙ୍କ ସମ୍ପର୍କୀୟ ଦେଢଶୁର ତାଙ୍କୁ ବଳାତ୍କାର କରି ଥିଲେ ଓ ଏ ସମ୍ପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିବା ନେଇ ମୃତ ମହିଳା ଜଣକ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ।

ଘଟଣା ପରେ ସେ ଟିଙ୍ଗପଖାନରୁ ଆସି ନିଜ ବାପା ଘରରେ ରହୁଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଗତ ରାତିରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପାରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି।