ସାଂସଦ ହେଉ ହେଉ ସାନ ଭାଇକୁ ଆଲିଶାନ ଘର ଗିଫ୍ଟ କଲେ କଙ୍ଗନା, ଇନଷ୍ଟଗ୍ରାମ୍ରେ ସେୟାର କଲେ ଫଟୋ
ମୁମ୍ଵାଇ ୨୩।୦୬: ବଲିଉଡ୍ର କଣ୍ଟ୍ରୋଭର୍ସି କ୍ଵିନ୍ କଙ୍ଗନା ରଣାୱତ। ବର୍ତ୍ତମାନ ମଣ୍ଡିର ସାଂସଦ ହୋଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିର୍ବାଚନ ଜିତିବା ପରେ ନିଜ ପରିବାର କ୍ଵାଲିଟି ଟାଇମ୍ ବିତାଉଛନ୍ତି। ଏଭଳି ପରିସ୍ଥିତିରେ ସେ ଏହି ମୁହୂର୍ତ୍ତକୁ ସେ ଖୁବ୍ ଉପଭୋଗ କରୁଛନ୍ତି। ପରିବାର ସହିତ ଏହି ସମୟ ଅତିବାହିତ କରୁଥିବାବେଳେ କଙ୍ଗନା ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ତାଙ୍କ ସମ୍ପର୍କୀୟ ଭାଇ ବରୁଣ ଏବଂ ଭାଉଜଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସବୁଠାରୁ ବଡ କଥା ହେଲା କଙ୍ଗନା ସାଂସଦ ହେଉ ହେଉ ଦମ୍ପତିଙ୍କୁ ଚଣ୍ଡିଗଡ଼ରେ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି।କଙ୍ଗନାଙ୍କ ଭାଇ ବର୍ତ୍ତମାନ ଚଣ୍ଡିଗଡ଼ର ନୂଆ ଘରକୁ ଯିବେ। ତାଙ୍କ ଫଟୋରେ ଘରର ଉଦ୍ଘାଟନୀ ସମାରୋହର ଝଲକ ମଧ୍ୟ ଦେଖାଇଛନ୍ତି। କଙ୍ଗନାଙ୍କ ବ୍ୟତୀତ ବରୁଣ ରଣାୱତ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଘରର ଫଟୋ ସେୟାର କରି ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, “ଧନ୍ୟବାଦ ଦିଦି କଙ୍ଗନା ରଣାୱତ ଚଣ୍ଡିଗଡ଼ ବର୍ତ୍ତମାନ ଆମ ଘର।”କଙ୍ଗନା ଆହୁରି ଲେଖିଛନ୍ତି- ଗୁରୁ ନାନକ ଦେବ ଜୀ କହିଛନ୍ତି ଯେ ଆମର ଯାହା ଅଛି, ଆମେ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ଜରୁରୀ। ସେ କହିଛନ୍ତି ଯେ ଆମେ ସବୁବେଳେ ଅନୁଭବ କରୁ ଯେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣ ନାହିଁ, ତଥାପି ଆମକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ହେବ। ମୁ
ମୁମ୍ଵାଇ ୨୩।୦୬: ବଲିଉଡ୍ର କଣ୍ଟ୍ରୋଭର୍ସି କ୍ଵିନ୍ କଙ୍ଗନା ରଣାୱତ। ବର୍ତ୍ତମାନ ମଣ୍ଡିର ସାଂସଦ ହୋଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିର୍ବାଚନ ଜିତିବା ପରେ ନିଜ ପରିବାର କ୍ଵାଲିଟି ଟାଇମ୍ ବିତାଉଛନ୍ତି। ଏଭଳି ପରିସ୍ଥିତିରେ ସେ ଏହି ମୁହୂର୍ତ୍ତକୁ ସେ ଖୁବ୍ ଉପଭୋଗ କରୁଛନ୍ତି। ପରିବାର ସହିତ ଏହି ସମୟ ଅତିବାହିତ କରୁଥିବାବେଳେ କଙ୍ଗନା ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ତାଙ୍କ ସମ୍ପର୍କୀୟ ଭାଇ ବରୁଣ ଏବଂ ଭାଉଜଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସବୁଠାରୁ ବଡ କଥା ହେଲା କଙ୍ଗନା ସାଂସଦ ହେଉ ହେଉ ଦମ୍ପତିଙ୍କୁ ଚଣ୍ଡିଗଡ଼ରେ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି।

କଙ୍ଗନାଙ୍କ ଭାଇ ବର୍ତ୍ତମାନ ଚଣ୍ଡିଗଡ଼ର ନୂଆ ଘରକୁ ଯିବେ। ତାଙ୍କ ଫଟୋରେ ଘରର ଉଦ୍ଘାଟନୀ ସମାରୋହର ଝଲକ ମଧ୍ୟ ଦେଖାଇଛନ୍ତି। କଙ୍ଗନାଙ୍କ ବ୍ୟତୀତ ବରୁଣ ରଣାୱତ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଘରର ଫଟୋ ସେୟାର କରି ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, “ଧନ୍ୟବାଦ ଦିଦି କଙ୍ଗନା ରଣାୱତ ଚଣ୍ଡିଗଡ଼ ବର୍ତ୍ତମାନ ଆମ ଘର।”
କଙ୍ଗନା ଆହୁରି ଲେଖିଛନ୍ତି- ଗୁରୁ ନାନକ ଦେବ ଜୀ କହିଛନ୍ତି ଯେ ଆମର ଯାହା ଅଛି, ଆମେ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ଜରୁରୀ। ସେ କହିଛନ୍ତି ଯେ ଆମେ ସବୁବେଳେ ଅନୁଭବ କରୁ ଯେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣ ନାହିଁ, ତଥାପି ଆମକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ହେବ। ମୁଁ ଭାବୁଛି ଏହାଠାରୁ ଅଧିକ ଖୁସି ଆଉ କିଛି ନାହିଁ।”