ସାଇ ପଲ୍ଲବୀଙ୍କ ପ୍ରଶଂସା କଲେ ସନ୍ଦୀପ ରେଡ୍ଡୀ ବାଙ୍ଗା, କହିଲେ-ଟ୍ରେଣ୍ଡ ବଦଳଛି, ସାଇ ବଦଳି ନାହାନ୍ତି...
ମୁମ୍ଵାଇ ୦୫।୦୨; ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟ ବର୍ତ୍ତମାନ ସେମାନଙ୍କର ଆଗାମୀ ତେଲୁଗୁ ଫିଲ୍ମ 'ଥଣ୍ଡେଲ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଦର୍ଶକମାନେ ଏହି ଫିଲ୍ମର ରିଲିଜ୍ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା ସାଇ ପଲ୍ଲବୀଙ୍କୁ ପ୍ରଶଂସା କରିଥିବା ସାମ୍ନାକୁ ଆସିଛି। ସେ କାହିଁକି ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ରେ ସାଇଙ୍କୁ ନେଇପାରିଲେ ନାହିଁ ତାହା ମଧ୍ୟ ଜଣାଇଛନ୍ତି ସନ୍ଦୀପ।ତାଙ୍କ କହିବା ମୁତାବକ, "ମୁଁ ଅର୍ଜୁନ ରେଡ୍ଡୀରେ ସାଇଙ୍କୁ ନେବାକୁ ଚାହୁଥିଲି। ଏଥିପାଇଁ ମୁଁ କେରଳର ଜଣେ କୋ-ଅର୍ଡିନେଟରଙ୍କ ସହ ଯୋଗାଯୋଗ କରିଥିଲି। ହେଲେ ପ୍ରକୃତରେ ସେ ଜଣେ କୋ-ଅର୍ଡିନେଟର ନଥିଲେ ବୋଲି ମୁଁ ପରେ ଜାଣିଲି। ସେ ମୋତେ ଫିଲ୍ମର କାହାଣୀ ପଚାରିଥିଲେ। ମୁଁ କହିଥିଲି ଗୋଟାଏ ରୋମାଣ୍ଟିକ୍ ଫିଲ୍ମ କରୁଛି। ଏଥିରେ କିଛି ରୋମାଣ୍ଟିକ୍ ଦୃଶ୍ୟ ମଧ୍ୟ ରହିବ। ଏହା ଶୁଣି ସେ କହିଥିଲେ, ସାର୍; ସାଇଙ୍କୁ ଫିଲ୍ମରେ ନେବା କଥା ଭୁଲିଯାଆନ୍ତୁ।#SandeepReddyVanga Wanted to Cast #SaiPallavi for #ArjunReddypic.twitter.com/SD5AcjpKaW— ???????????????????????????????? ???????????????????? (@BheeshmaTalks) February 2, 2025ସେ ହାତ କଟା ପୋଷାକ ବି ପିନ୍ଧନ୍ତି ନାହିଁ। ଏହା ଶୁଣି ମୁଁ ନିରାଶ ହୋଇଥିଲି ନିଶ୍ଚୟ। ହେଲେ ଫି
ମୁମ୍ଵାଇ ୦୫।୦୨; ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟ ବର୍ତ୍ତମାନ ସେମାନଙ୍କର ଆଗାମୀ ତେଲୁଗୁ ଫିଲ୍ମ 'ଥଣ୍ଡେଲ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଦର୍ଶକମାନେ ଏହି ଫିଲ୍ମର ରିଲିଜ୍ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା ସାଇ ପଲ୍ଲବୀଙ୍କୁ ପ୍ରଶଂସା କରିଥିବା ସାମ୍ନାକୁ ଆସିଛି। ସେ କାହିଁକି ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ରେ ସାଇଙ୍କୁ ନେଇପାରିଲେ ନାହିଁ ତାହା ମଧ୍ୟ ଜଣାଇଛନ୍ତି ସନ୍ଦୀପ।
ତାଙ୍କ କହିବା ମୁତାବକ, "ମୁଁ ଅର୍ଜୁନ ରେଡ୍ଡୀରେ ସାଇଙ୍କୁ ନେବାକୁ ଚାହୁଥିଲି। ଏଥିପାଇଁ ମୁଁ କେରଳର ଜଣେ କୋ-ଅର୍ଡିନେଟରଙ୍କ ସହ ଯୋଗାଯୋଗ କରିଥିଲି। ହେଲେ ପ୍ରକୃତରେ ସେ ଜଣେ କୋ-ଅର୍ଡିନେଟର ନଥିଲେ ବୋଲି ମୁଁ ପରେ ଜାଣିଲି। ସେ ମୋତେ ଫିଲ୍ମର କାହାଣୀ ପଚାରିଥିଲେ। ମୁଁ କହିଥିଲି ଗୋଟାଏ ରୋମାଣ୍ଟିକ୍ ଫିଲ୍ମ କରୁଛି। ଏଥିରେ କିଛି ରୋମାଣ୍ଟିକ୍ ଦୃଶ୍ୟ ମଧ୍ୟ ରହିବ। ଏହା ଶୁଣି ସେ କହିଥିଲେ, ସାର୍; ସାଇଙ୍କୁ ଫିଲ୍ମରେ ନେବା କଥା ଭୁଲିଯାଆନ୍ତୁ।
#SandeepReddyVanga Wanted to Cast #SaiPallavi for #ArjunReddy
pic.twitter.com/SD5AcjpKaW— ???????????????????????????????? ???????????????????? (@BheeshmaTalks) February 2, 2025
ସେ ହାତ କଟା ପୋଷାକ ବି ପିନ୍ଧନ୍ତି ନାହିଁ। ଏହା ଶୁଣି ମୁଁ ନିରାଶ ହୋଇଥିଲି ନିଶ୍ଚୟ। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଦଳୁଥିବା ଟ୍ରେଣ୍ଡ ମଧ୍ୟରେ ରହି ନିଜକୁ ଅପରିବର୍ତ୍ତିତ ରଖିବା ସହଜ କଥା ନୁହେଁ। ସାଧାରଣତଃ ବଡ଼ ସୁଯୋଗ ଆସିଲେ ଅଭିନେତ୍ରୀ ନିଜକୁ ବଦଳାଇ ଦିଅନ୍ତି। ଟ୍ରେଣ୍ଡ ବଦଳିଛି ସତ, ହେଲେ ବଦଳିନାହାନ୍ତି ସାଇ ପଲ୍ଲବୀ। ଏହା ପ୍ରକୃତରେ ଏକ ବହୁତ ଭଲ ଜିନିଷ। ଶେଷରେ, "ଅର୍ଜୁନ ରେଡ୍ଡୀ" ଫିଲ୍ମରେ ଶାଲିନୀ ପାଣ୍ଡେଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବରେ କାଷ୍ଟ କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବଡ଼ ସଫଳତା ପାଇଥିଲା ଏବଂ ସାରା ବିଶ୍ୱରେ ୫୧ କୋଟି ଟଙ୍କା ରୋଜଗାର କରିଥିଲା।