ସାଇ ସୁଦର୍ଶନ-ମିଲରଙ୍କ ଦମଦାର ବ୍ୟାଟିଂ, ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ହରାଇଲା ଗୁଜରାଟ୍ ଟାଇଟନ୍ସ

ଅହମ୍ମଦାବାଦ: ବୋଲରଙ୍କ ପରେ ବ୍ୟାଟରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଏଠାରେ ଖେଳା ଯାଇଥିବା ଆଇପିଏଲର ୧୨ତମ ମ୍ୟାଚ୍‌ରେ ଘରୋଇ ଗୁଜରାଟ ଟାଇଟନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୩ୟ ମ୍ୟାଚ୍‌ରୁ ଗୁଜରାଟର ଏହା ୨ୟ ବିଜୟ ହୋଇଥିବା ବେଳେ ୨ୟ ପରାଜୟ ଭୋଗିଛି ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। । ଅବଦୁଲ ସାମଦ ସର୍ବାଧିକ  ୨୯ ରନ ଏବଂ ଅଭିଷେକ ଶର୍ମା ୨୯ ରନ କରିଥିଲେ। ଜବାବରେ ସାଇ ସୁଦର୍ଶନଙ୍କ ୪୫ ରନ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ୪୪ ରନ ବଳରେ ୧୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ୧୬୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ଋଦ୍ଧିମାନ ଶାହ ଓ ଶୁଭମନ ଗିଲ୍ ଭଲ ବ୍ୟାଟିଂ କରିଥିଲେ। ଶାହ ୧୩ ବଲରୁ ୨୫ ରନ  କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ୩୬ ରନ କରି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଏହା ପରେ ମଧ୍ୟକ୍ରମରେ ସାଇ ସୁଦର୍ଶନ ଓ ଡେଭିଡ୍ ମିଲର ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୬୪  ରନ ଯୋଡ଼ି ବିଜୟ ସୁନିଶ୍ଚିତ କରିଥିଲେ। ସାଇ ସୁଦର୍ଶନ ୩୬ ବଲରୁ ୪ ଚୌକା ଓ ୨ ଛକା ସହ ୪୫ ରନ କରିଥିଲେ। ଅନ୍ୟପଟେ ଡେଭିଡ୍ ମିଲର ଦ୍ରୁତ ବ୍ୟାଟିଂ କରି ୨୭ ବଲ୍‌ରୁ ୪ ଚୌକା ସହ ୨ ଛକା ସହ ଅପରାଜିତ ୪୪ ରନ କରି ଦଳକୁ ବିଜୟୀ କରାଇଥିଲେ। ବିଜୟ ଶଙ୍କର ୧୧ ରନ କରି ଅପରାଜିତ ଥିଲେ।

ସାଇ ସୁଦର୍ଶନ-ମିଲରଙ୍କ ଦମଦାର ବ୍ୟାଟିଂ, ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ  ହରାଇଲା ଗୁଜରାଟ୍ ଟାଇଟନ୍ସ

ଅହମ୍ମଦାବାଦ: ବୋଲରଙ୍କ ପରେ ବ୍ୟାଟରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଏଠାରେ ଖେଳା ଯାଇଥିବା ଆଇପିଏଲର ୧୨ତମ ମ୍ୟାଚ୍‌ରେ ଘରୋଇ ଗୁଜରାଟ ଟାଇଟନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୩ୟ ମ୍ୟାଚ୍‌ରୁ ଗୁଜରାଟର ଏହା ୨ୟ ବିଜୟ ହୋଇଥିବା ବେଳେ ୨ୟ ପରାଜୟ ଭୋଗିଛି ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। । ଅବଦୁଲ ସାମଦ ସର୍ବାଧିକ  ୨୯ ରନ ଏବଂ ଅଭିଷେକ ଶର୍ମା ୨୯ ରନ କରିଥିଲେ। ଜବାବରେ ସାଇ ସୁଦର୍ଶନଙ୍କ ୪୫ ରନ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ୪୪ ରନ ବଳରେ ୧୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। 

୧୬୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ଋଦ୍ଧିମାନ ଶାହ ଓ ଶୁଭମନ ଗିଲ୍ ଭଲ ବ୍ୟାଟିଂ କରିଥିଲେ। ଶାହ ୧୩ ବଲରୁ ୨୫ ରନ  କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ୩୬ ରନ କରି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଏହା ପରେ ମଧ୍ୟକ୍ରମରେ ସାଇ ସୁଦର୍ଶନ ଓ ଡେଭିଡ୍ ମିଲର ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୬୪  ରନ ଯୋଡ଼ି ବିଜୟ ସୁନିଶ୍ଚିତ କରିଥିଲେ। ସାଇ ସୁଦର୍ଶନ ୩୬ ବଲରୁ ୪ ଚୌକା ଓ ୨ ଛକା ସହ ୪୫ ରନ କରିଥିଲେ। ଅନ୍ୟପଟେ ଡେଭିଡ୍ ମିଲର ଦ୍ରୁତ ବ୍ୟାଟିଂ କରି ୨୭ ବଲ୍‌ରୁ ୪ ଚୌକା ସହ ୨ ଛକା ସହ ଅପରାଜିତ ୪୪ ରନ କରି ଦଳକୁ ବିଜୟୀ କରାଇଥିଲେ। ବିଜୟ ଶଙ୍କର ୧୧ ରନ କରି ଅପରାଜିତ ଥିଲେ। ଏହି ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ହାଇଦ୍ରାବାଦ ପଞ୍ଚମକୁ ଖସିଛି।