ସାଇବର ଠକଙ୍କୁ ସୁହାଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ; ହ୍ବା‌ଟ୍ସଆପ୍‌ ବିରୋଧରେ ସର୍ବାଧିକ ଅଭିଯୋଗ

ନୂଆଦିଲ୍ଲୀ: ସାଇବର ଠକଙ୍କ ପାଇଁ ଅମରାବତୀ ପାଲଟିଛି ସୋସିଆଲ ମିଡିଆ ପ୍ଲାଟଫର୍ମ । ଡିଜିଟାଲ୍ କ୍ରାଇମରେ ଅଧିକ ବ୍ୟବହାର ହେଉଛି ହ୍ବା‌ଟ୍ସଆପ୍‌ । ମେସେଜିଂ ଆପ୍ଲିକେସନକୁ ଅଧିକ ଅପବ୍ୟବହାର କରୁଛନ୍ତି ସାଇବର ଠକ ।  କେନ୍ଦ୍ର ଗୃହ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ୨୦୨୪ର  ପ୍ରଥମ ୩ ମାସରେ ସାଇବର୍‌ ଠକାମୀ ସଂକ୍ରାନ୍ତ  ମୋଟ୍ ୪୩, ୭୯୭ଟି ଅଭିଯୋଗ କେବଳ ହ୍ବା‌ଟ୍ସଆପ୍‌ ବିରୋଧରେ ହୋଇଛି । ଏହା ପଛକୁ ଟେଲିଗ୍ରାମ୍ ବିରୋଧରେ ୨୨, ୬୮୦ ଏବଂ ଇନଷ୍ଟାଗ୍ରାମ୍‌ ବିରୋଧରେ ୧୯, ୮୦୦ ଅଭିଯୋଗ ରହିଛି । ୨୦୨୩-୨୪ ବାର୍ଷିକ ଏମଏଚ୍‌ଏ ରିପୋର୍ଟ ଅନୁଯା‌ୟୀ ସାଇବର ଠକମ‌ାନେ ଅପରାଧ ଘଟାଇବାପାଇଁ ଗୁଗଲ୍‌ ସର୍ଭିସ୍‌ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି ।ବିଶେଷ କରି ରୋଜଗାର ନଥିବା ଯୁବକଯୁବତୀ, ଗୃହିଣୀ, ଛାତ୍ରଛାତ୍ରୀ ଏବଂ ଅଭାବରେ ଥିବା‌ ଲୋକମାନଙ୍କୁ ସାଇବର୍‌ ଠକ୍‌ ଟାର୍ଗେଟ୍‌ କରୁଛନ୍ତି । ସାଇବର୍‌ ଅପରାଧର ଶିକାର ହୋଇ ସେମାନେ ମଧ୍ୟ ବିପୁଳ ପରିମାଣର ଅର୍ଥ ହରାଇଛନ୍ତି । ଏପରିକି ‌କିଛି ଲୋକ ଠକଙ୍କ ପାଲରେ ପଡ଼ି ଧାର କରଜରେ ବୁଡ଼ି ଯାଉଛନ୍ତି । ଗୃହ ମନ୍ତ୍ରାଳୟ ରିପୋର୍ଟରେ ଉଲ୍ଲେଖ ରହିଛି, ପିଗ୍ ବୂଚରିଙ୍ଗ ସ୍କାମ, ଇଣ୍ଟରନେଟ୍ ସ୍କାମ୍ ହ୍ବାଟ୍ସଆପ୍ ମାଧ୍ୟମରେ ହେଉଛି । ଏମିତି କି ବୈଶ୍ବିକ ଘଟଣାରେ ମନି ଲଣ୍ଡ୍ରିଂ ଏବଂ ସାଇବର ସ୍ଲେଭରୀ ଘଟଣା ସାମିଲ୍ ରହିଛି ।  

ସାଇବର ଠକଙ୍କୁ ସୁହାଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ; ହ୍ବା‌ଟ୍ସଆପ୍‌ ବିରୋଧରେ ସର୍ବାଧିକ ଅଭିଯୋଗ

ନୂଆଦିଲ୍ଲୀ: ସାଇବର ଠକଙ୍କ ପାଇଁ ଅମରାବତୀ ପାଲଟିଛି ସୋସିଆଲ ମିଡିଆ ପ୍ଲାଟଫର୍ମ । ଡିଜିଟାଲ୍ କ୍ରାଇମରେ ଅଧିକ ବ୍ୟବହାର ହେଉଛି ହ୍ବା‌ଟ୍ସଆପ୍‌ । ମେସେଜିଂ ଆପ୍ଲିକେସନକୁ ଅଧିକ ଅପବ୍ୟବହାର କରୁଛନ୍ତି ସାଇବର ଠକ ।  କେନ୍ଦ୍ର ଗୃହ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ୨୦୨୪ର  ପ୍ରଥମ ୩ ମାସରେ ସାଇବର୍‌ ଠକାମୀ ସଂକ୍ରାନ୍ତ  ମୋଟ୍ ୪୩, ୭୯୭ଟି ଅଭିଯୋଗ କେବଳ ହ୍ବା‌ଟ୍ସଆପ୍‌ ବିରୋଧରେ ହୋଇଛି । ଏହା ପଛକୁ ଟେଲିଗ୍ରାମ୍ ବିରୋଧରେ ୨୨, ୬୮୦ ଏବଂ ଇନଷ୍ଟାଗ୍ରାମ୍‌ ବିରୋଧରେ ୧୯, ୮୦୦ ଅଭିଯୋଗ ରହିଛି । ୨୦୨୩-୨୪ ବାର୍ଷିକ ଏମଏଚ୍‌ଏ ରିପୋର୍ଟ ଅନୁଯା‌ୟୀ ସାଇବର ଠକମ‌ାନେ ଅପରାଧ ଘଟାଇବାପାଇଁ ଗୁଗଲ୍‌ ସର୍ଭିସ୍‌ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି ।

ବିଶେଷ କରି ରୋଜଗାର ନଥିବା ଯୁବକଯୁବତୀ, ଗୃହିଣୀ, ଛାତ୍ରଛାତ୍ରୀ ଏବଂ ଅଭାବରେ ଥିବା‌ ଲୋକମାନଙ୍କୁ ସାଇବର୍‌ ଠକ୍‌ ଟାର୍ଗେଟ୍‌ କରୁଛନ୍ତି । ସାଇବର୍‌ ଅପରାଧର ଶିକାର ହୋଇ ସେମାନେ ମଧ୍ୟ ବିପୁଳ ପରିମାଣର ଅର୍ଥ ହରାଇଛନ୍ତି । ଏପରିକି ‌କିଛି ଲୋକ ଠକଙ୍କ ପାଲରେ ପଡ଼ି ଧାର କରଜରେ ବୁଡ଼ି ଯାଉଛନ୍ତି । ଗୃହ ମନ୍ତ୍ରାଳୟ ରିପୋର୍ଟରେ ଉଲ୍ଲେଖ ରହିଛି, ପିଗ୍ ବୂଚରିଙ୍ଗ ସ୍କାମ, ଇଣ୍ଟରନେଟ୍ ସ୍କାମ୍ ହ୍ବାଟ୍ସଆପ୍ ମାଧ୍ୟମରେ ହେଉଛି । ଏମିତି କି ବୈଶ୍ବିକ ଘଟଣାରେ ମନି ଲଣ୍ଡ୍ରିଂ ଏବଂ ସାଇବର ସ୍ଲେଭରୀ ଘଟଣା ସାମିଲ୍ ରହିଛି ।