ସାଇବର ଠକେଇ ଅଭିଯୋଗରେ ଭଦ୍ରକରୁ ୬ ଜଣ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ୫ ଜଣିଆ ମୁମ୍ବାଇ ପୋଲିସ ଟିମ, ସାଇବର ଠକେଇ ଅଭିଯୋଗକୁ ନେଇ ଭଦ୍ରକ ଆସିଛନ୍ତି ମୁମ୍ବାଇ ପୋଲିସ। ଭଦ୍ରକ ଟାଉନ ପୋଲିସ ସହାୟତାରେ ୬ ଜଣ ସାଇବର ଠକଙ୍କୁ ଧରିଛି ମୁମ୍ବାଇ ପୋଲିସ। ସୂଚନା ମୁତାବକ ଲୋନ କରାଇଦେବାକୁ କହି ଲୋକଙ୍କ ପାଖରୁ ଦସ୍ତାବିଜ ନେଇ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ କରୁଥିଲେ ସାଇବର ଠକ, ଆଉ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ କିଛି ଯୁବକଙ୍କୁ କମିଶନ ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟକୁ ପଠାଉଥିଲେ […]

ସାଇବର ଠକେଇ ଅଭିଯୋଗରେ ଭଦ୍ରକରୁ ୬ ଜଣ ଅଭିଯୁକ୍ତ ଗିରଫ
6 accused arrested from Bhadrak on charges of cyber fraud

ଭଦ୍ରକ: ଭଦ୍ରକ ଜିଲ୍ଲାରେ ୫ ଜଣିଆ ମୁମ୍ବାଇ ପୋଲିସ ଟିମ, ସାଇବର ଠକେଇ ଅଭିଯୋଗକୁ ନେଇ ଭଦ୍ରକ ଆସିଛନ୍ତି ମୁମ୍ବାଇ ପୋଲିସ। ଭଦ୍ରକ ଟାଉନ ପୋଲିସ ସହାୟତାରେ ୬ ଜଣ ସାଇବର ଠକଙ୍କୁ ଧରିଛି ମୁମ୍ବାଇ ପୋଲିସ।

ସୂଚନା ମୁତାବକ ଲୋନ କରାଇଦେବାକୁ କହି ଲୋକଙ୍କ ପାଖରୁ ଦସ୍ତାବିଜ ନେଇ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ କରୁଥିଲେ ସାଇବର ଠକ, ଆଉ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ କିଛି ଯୁବକଙ୍କୁ କମିଶନ ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟକୁ ପଠାଉଥିଲେ ହ୍ୟାକ କରି ଆଣିଥିବା ଟଙ୍କାକୁ ଆଉ କମିଶନ ମଧ୍ୟ ଦେଉଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁମ୍ବାଇରେ ରହି ସାଇବର ଠକେଇ କରୁଥିବା ବେଳେ ସାରା ଦେଶରେ ଅନେକ ସ୍ଥାନର କିଛି ଯୁବକଙ୍କୁ ଠକେଇରେ ସାମିଲ କରୁଥିଲେ ସେମାନଙ୍କ ମଧ୍ୟରୁ ଭଦ୍ରକରେ ମଧ୍ୟ କିଛି ଯୁବକ ରହିଥିଲେ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା ସେମାନେ କମିଶନ ପାଉଥିଲେ। ଏଭଳି ଏକ ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ ଥିଲା ଗତ କାଲି ମୁମ୍ବାଇ ପୋଲିସର ୫ ଜଣିଆ ଟିମ ଭଦ୍ରକରେ ପହଂଚି ଭଦ୍ରକ ସହରାଞ୍ଚଳ ପୋଲିସର ସହାୟତାରେ ୮ ଜଣଙ୍କୁ ସନ୍ଦେହରେ ଗିରଫ କରିଥିଲା ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଠକେଇରେ ସମ୍ପୃକ୍ତ ଥିବା ନେଇ ଗିରଫ କରି ଡାକ୍ତରୀ ମାଇନା କରି ମୁମ୍ବାଇ ନେବା ପାଇଁ ପ୍ରସ୍ତୁତି କରିଛି ମୁମ୍ବାଇ ପୋଲିସ ଏବଂ ବାକି ୨ ଜଣଙ୍କ ନାମରେ କୌଣସି ପକ୍କା ପ୍ରମାଣ ନଥିବାରୁ ସେମାନଙ୍କୁ ପୋଲିସ ଖାଲି ପଚରା ଉଚୁରା କରି ଅଟକ ରଖିଥିବା ଜଣାପଡିଛି।

ତେବେ ସାଇବର ଠକେଇ ଦିନକୁ ଦିନ ବଢ଼ୁଥିବା ବେଳେ ମୁମ୍ବାଇରେ ସାଇବର ଅପରାଧର ଚେର ଭଦ୍ରକକୁ ଲମ୍ବିବା ଭଦ୍ରକ ପୋଲିସ ସହ ଭଦ୍ରକ ବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ଏକ ବଡ ଠକେଇ ୫୬ ଲକ୍ଷ ଟଙ୍କାର ହୋଇଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି।