ସାଇବେରିଆ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିରଳ ଗେଣ୍ଡାଳିଆଙ୍କ ଆଗମନ

କାମାକ୍ଷାନଗର: ଅସନ୍ତୁଳନ ପରିବେଶ ଓ ପ୍ରାକୃତିକ ଜୈବ ବିବିଧତା କ୍ଷୟ ପାଇଁ ଏବେ ଗେଣ୍ଡାଳିଆ ପକ୍ଷୀ ବିଲୁପ୍ତ ପ୍ରାୟ । ଯେଉଁ ଗେଣ୍ଡାଳିଆ ପକ୍ଷୀ ଦିନେ ହଜାର ହଜାର ସଂଖ୍ୟାରେ ଗାଁ, ଗହଳି ରେ ଦେଖାଯାଉଥିଲେ, ଏବେ ସେମାନଙ୍କୁ ଦେଖିବା ଦୁର୍ଲଭ ପାଲଟିଛି । ତଥାପି ଏମିତି କିଛି ଅଞ୍ଚଳ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ସୁଦୂର ସାଇବେରିଆ ଅଞ୍ଚଳରୁ ଆସୁଛନ୍ତି ବିରଳ ଗେଣ୍ଡାଳିଆ । ଦେଖିବା ଏହି ରିପୋର୍ଟ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର […] The post ସାଇବେରିଆ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିରଳ ଗେଣ୍ଡାଳିଆଙ୍କ ଆଗମନ appeared first on KNews Odisha.

ସାଇବେରିଆ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିରଳ ଗେଣ୍ଡାଳିଆଙ୍କ ଆଗମନ

କାମାକ୍ଷାନଗର: ଅସନ୍ତୁଳନ ପରିବେଶ ଓ ପ୍ରାକୃତିକ ଜୈବ ବିବିଧତା କ୍ଷୟ ପାଇଁ ଏବେ ଗେଣ୍ଡାଳିଆ ପକ୍ଷୀ ବିଲୁପ୍ତ ପ୍ରାୟ । ଯେଉଁ ଗେଣ୍ଡାଳିଆ ପକ୍ଷୀ ଦିନେ ହଜାର ହଜାର ସଂଖ୍ୟାରେ ଗାଁ, ଗହଳି ରେ ଦେଖାଯାଉଥିଲେ, ଏବେ ସେମାନଙ୍କୁ ଦେଖିବା ଦୁର୍ଲଭ ପାଲଟିଛି । ତଥାପି ଏମିତି କିଛି ଅଞ୍ଚଳ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ସୁଦୂର ସାଇବେରିଆ ଅଞ୍ଚଳରୁ ଆସୁଛନ୍ତି ବିରଳ ଗେଣ୍ଡାଳିଆ । ଦେଖିବା ଏହି ରିପୋର୍ଟ ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ଗଡ଼ପଳାଶୁଣୀ ଗାଁ । ଏହି ଗାଁ ଏବେ ଗେଣ୍ଡାଳିଆ ପକ୍ଷୀଙ୍କ ପାଇଁ ସାରା ଜିଲ୍ଲା ରେ ଚର୍ଚ୍ଚା ସାଉଣ୍ଟୁଛି । ହଜାର ହଜାର ସଂଖ୍ୟାରେ ସୁଦୂର ସାଇବେରିଆ ଅଞ୍ଚଳରୁ ବିରଳ ଗେଣ୍ଡାଳିଆ ଆସି ଗାଁର ଶିବମନ୍ଦିର ପାଖରେ ଥିବା ଆମ୍ବ ତୋଟା, ଗାଁ ମୁଣ୍ଡ ରେ ଥିବା ବିଶାଳ ତେନ୍ତୁଳି ଗଛରେ ବସା ବାନ୍ଧିଛନ୍ତି । ପ୍ରାୟ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆଙ୍କ କୋଳାହଳ ଶବ୍ଦରେ ଫାଟି ପଡୁଛି ପୁରା ପରିବେଶ । ବିଶେଷ କରି ଆମ ଓଡିଶାର ପାରମ୍ପରିକ ଚାଷ ସହ ରହିଛି ଗେଣ୍ଡାଳିଆ ଙ୍କ ଗଭୀର ସମ୍ପର୍କ । ଏହି ଗେଣ୍ଡାଳିଆଙ୍କ ଆଗମନରେ ଏହି ଅଞ୍ଚଳର ଚାଷୀ ଟିଏ ପ୍ରସ୍ତୁତ ହୁଏ ଚାଷ କରିବାକୁ । ଜୁନ – ଜୁଲାଇ ମାସ ଆରମ୍ଭ ରୁ ଆସି ଦୀପାବଳି ପର୍ଯ୍ୟନ୍ତ ଗଡ଼ପଳାଶୁଣୀ ଗାଁ ପାଲଟି ଯାଏ ଗେଣ୍ଡାଳିଆ ଙ୍କ ଏନ୍ତୁଡ଼ିଶାଳ ।

ଚାଷୀଙ୍କ ମିତ୍ର ଭାବେ ପରିଚିତ ଏହି ଗେଣ୍ଡାଳିଆ ପକ୍ଷୀ । ଚାଷ କାମ ଆରମ୍ଭ ସମୟରେ ବିଲ ବାଡ଼ିରେ ଥିବା ଅଦରକାରୀ ପୋକ, ଜୋକ ଖାଇ ବିଲକୁ ସୁରକ୍ଷା ଦେଇଥାନ୍ତି ଏହି ଗେଣ୍ଡାଳିଆ ପକ୍ଷୀ । ତେଣୁ ଗଡ଼ପଳାଶୁଣୀ ଗାଁକୁ ଗେଣ୍ଡାଳିଆଙ୍କ ଆଗମନରେ ଲୋକଙ୍କର ଆରମ୍ଭ ହୋଇଯାଏ ଚାଷ କାମ । କାହିଁ କେଉଁ କାଳରୁ ଗାଁକୁ ଆସୁଥିବା ଏହି ଗେଣ୍ଡାଳିଆ ପକ୍ଷୀମାନେ ଏଠାରେ ପ୍ରାୟ ପାଞ୍ଚ ମାସ ପର୍ଯ୍ୟନ୍ତ ରହି ଅଣ୍ଡାରୁ ଛୁଆ ଫୁଟାଇ ପୁଣି ଫେରି ଯାଆନ୍ତି ନିଜ ଅଞ୍ଚଳକୁ । ଆଉ ସେତିକି ଦିନ ପର୍ଯ୍ୟନ୍ତ ଏହି ବିଲୁପ୍ତ ପ୍ରାୟ ଗେଣ୍ଡାଳିଆଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସନ୍ତି ଗ୍ରାମବାସୀ । ପକ୍ଷୀ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଗେଣ୍ଡାଳିଆଙ୍କୁ ବଞ୍ଚାଇବା ପାଇଁ ସୁରକ୍ଷା ପ୍ରଦାନ ଦାୟିତ୍ୱ ରେ ରୁହନ୍ତି ଗ୍ରାମବାସୀ । ଏପରିକି ଯଦି କିଏ ଗେଣ୍ଡାଳିଆଙ୍କୁ ଶିକାର କରେ ସେଥିପାଇଁ ପାଞ୍ଚ ହଜାର ଟଙ୍କାର ଜୋରିମାନା ରାଶି ଦଣ୍ଡ ବିଧାନ ସ୍ୱରୂପ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଯାହା ଫଳରେ ବିରଳ ଗେଣ୍ଡାଳିଆ ମାନେ ସୁରକ୍ଷିତ ଭାବ ରେ ଏଠାରେ ରହି ନିଜ ବଂଶବିସ୍ତାର କରି ପୁଣି ନିଜ ଅଞ୍ଚଳକୁ ଫେରିଯାଆନ୍ତି ।

ଚାଷୀ ଓ ଗେଣ୍ଡାଳିଆଙ୍କ ମଧ୍ୟରେ ଏ ଗଭୀର ଭଲପାଇବା ସାଜିଛି ଅନ୍ୟ ମାନଙ୍କ ପାଇଁ ପ୍ରେରଣା । ବିଲୁପ୍ତ ହେବାକୁ ବସିଥିବା ଏହି ବିରଳ ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ପଦକ୍ଷେପ ଫଳରେ ଆଜି ବି ଗେଣ୍ଡାଳିଆଙ୍କ କୋଳାହଳରେ ଫାଟିପଡୁଛି ପୁରା ଗାଁର ପରିବେଶ । ଗେଣ୍ଡାଳିଆଙ୍କ ପ୍ରତି ଗ୍ରାମବାସୀ ଙ୍କ ଭଲପାଇବା ସାଜିଛି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ।

Also Read: OTET ପରୀକ୍ଷା ବାତିଲ, ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ଜାରି

The post ସାଇବେରିଆ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିରଳ ଗେଣ୍ଡାଳିଆଙ୍କ ଆଗମନ appeared first on KNews Odisha.