ସାଉଥ କରୋଲିନା ନିର୍ବାଚନରେ ବାଇଡେନ ବିଜୟୀ...ଡେମୋକ୍ରାଟିକ ପାର୍ଟି ରେସରେ ଆଗୁଆ

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନ୍‌ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଆଉ ପାଦେ ଆଗେଇଛନ୍ତି।

ସାଉଥ କରୋଲିନା ନିର୍ବାଚନରେ ବାଇଡେନ ବିଜୟୀ...ଡେମୋକ୍ରାଟିକ ପାର୍ଟି ରେସରେ ଆଗୁଆ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍‌’ ପ୍ରାଇମେରି ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ବିଜୟ ସହିତ ସେ ସାଉଥ କାରୋଲିନାର ନିର୍ବାଚନରେ ମେନୋସେଟା ପ୍ରତିନିଧି ଡିନ୍‌ ପିଲିପ୍ସ ଓ ଲେଖକ ମୈରିଏନ ୱିଲିୟମ୍ସଙ୍କ ସହ ଅନେକ ଡେମୋକ୍ରାଟିକ୍ସଙ୍କୁ ହରାଇ ଦେଇଛନ୍ତି। ତେବେ ସେ ନଭେମ୍ବର ନିର୍ବାଚନରେ ସେ ‘ରିପବ୍ଲିକାନ୍‌’ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍‌ଡ୍‌ ଟ୍ରମ୍ପଙ୍କୁ ପରାସ୍ତ କରିବେ ବୋଲି କହିଛନ୍ତି।

ଜାରି କରିଥିବା ବିବୃତିରେ ବାଇଡେନ୍‌ କହିଛନ୍ତି, ପୁଣିଥରେ ୨୦୨୪ରେ ଦକ୍ଷିଣ କାରୋଲିନାବାସୀ ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି। ପୁଣି ରାଷ୍ଟ୍ରପତି ଭାବେ ବିଜୟୀ ହେବା ପାଇଁ ସେମାନେ ପଥ ପରିଷ୍କାର କରିଛନ୍ତି । ଏଥିସହିତ ମତଦାତା ପୁଣି ଥରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ପରାଜିତ କରିଛନ୍ତି ବୋଲି ସେ କହିଛନ୍ତି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନ୍‌ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଆଉ ପାଦେ ଆଗେଇଛନ୍ତି।

ନିକଟରେ ବାଇଡେନ ଛାତ୍ରମାନଙ୍କର ଋଣ ଛାଡ କରିଥିଲେ। ୭୪ହଜାର ଲୋକଙ୍କର ୫ ଆରବ ଡଲାର ଷ୍ଟୁଡେଣ୍ଟ ଲୋନ ଛାଡ କରାଯିବା ନେଇ ସେ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ୧୦ବର୍ଷରୁ ଅଧିକ ସମୟ ଧରି ପବ୍ଲିକ ସର୍ଭିସରେ କାମ କରୁଛନ୍ତି।

କିଛି ଦିନ ତଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡେମୋକ୍ରାଟିକ ଭୋଟର୍ସଙ୍କ ନିକଟକୁ ଏକ ଫେକ କଲ ଯାଇଥିଲା। ଏହା ବାଇଡେନଙ୍କର ଡିପଫେକ କଲ ଥିଲା। ଭୋଟରମାନଙ୍କୁ ନିର୍ବାଚନରେ ମତଦାନ ନ କରିବାକୁ କଲରେ କୁହାଯାଇଥିଲା। ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା। ପରେ ଏହା ଏତ ମିଥ୍ୟା କଲ ଥିଲା ବୋଲି ଜଣା ପଡିଥିଲା।