ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ ଜେଲରେ ଥିବା ଅଭିଯୁକ୍ତ ୨୦୨୨ରେ ଧମକ ଦେଇଥିଲେ। ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲା ଜଜ-୩ ମୁଖ୍ୟ ଅଭିଯୁକ୍ତ ରୁପେଷ ପାଢୀଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ରୁପେଷ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳକାରାଗାରରେ ବନ୍ଦୀ ଭାବେ ଅଛନ୍ତି। ପ୍ରକାଶ […] The post ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ appeared first on Dharitri Odia News.

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ ଜେଲରେ ଥିବା ଅଭିଯୁକ୍ତ ୨୦୨୨ରେ ଧମକ ଦେଇଥିଲେ। ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲା ଜଜ-୩ ମୁଖ୍ୟ ଅଭିଯୁକ୍ତ ରୁପେଷ ପାଢୀଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ରୁପେଷ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳକାରାଗାରରେ ବନ୍ଦୀ ଭାବେ ଅଛନ୍ତି।

ପ୍ରକାଶ ଥାଉକି, ୨୦୨୦ ଜୁନ ୧୩ ତାରିଖ ରାତିରେ କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ତାଙ୍କ କ୍ଷୀର ଗୋଦାମ ଭିତରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ଲୁଟ ଉଦ୍ଦେଶ୍ୟରେ ଗୋଦାମ ଭିତରକୁ ଯାଇଥିବା ବେଳେ ଧରାପଡିଯିବା ଭୟରେ ଲମ୍ବୋଦରଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଗୋଶାଣିନୁଆଗାଁ ପୋଲିସ ପର୍ଯ୍ୟାୟ କ୍ରମେ ରୁପେଶ ପାଢ଼ୀ, ଶ୍ରୀନୁ ପାତ୍ର, ରଞ୍ଜିତ କୁମାର ସାହୁ, ଶିବ ମହାଙ୍କୁଡଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟଜଣେ ଅଭିଯୁକ୍ତ ଶଙ୍କର ସାହୁ ଫେରାର ଥିଲେ।

ଏହି ହତ୍ୟା ଘଟଣାରେ ଥିବା ସାକ୍ଷୀଙ୍କ ମଧ୍ୟରୁ ଲମ୍ବାଦରଙ୍କ ଗୋଦାମ ମ୍ୟାନେଜର ଭି. ବିନୟ ମାମଲାର ମୁଖ୍ୟ ସାକ୍ଷୀ ରହିଥିଲେ । ୨୦୨୨ ଏପ୍ରିଲ ୨୨ରେ ବିନୟଙ୍କୁ ମାମଲାର ବିଚାର ବେଳେ କୋର୍ଟରେ ସାକ୍ଷୀ ନ ଦେବାକୁ ଅଭିଯୁକ୍ତ ରୂପେଶ ଜେଲରେ ଥାଇ ଧମକ ଦେଇଥିଲେ। ଏ ନେଇ ଗୋଶାଣିନୁଆଗାଁ ଥାନାରେ ସେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୬୨/୨୨) ଏକ ମାମଲା ରୁଜୁ କରିଥିଲା।

ତତ୍କାଳୀନ ଏସ୍‌ଆଇ ଜ୍ଞାନ ରଞ୍ଜନ ବେହେରା ଏନେଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ଏହି ମାମଲାର ବିଚାର ଏଡିଜେ-୩ କୋର୍ଟରେ ଚାଲିଥିଲା । ବିଚାର ବେଳେ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ବିଚାରପତି ବିବଶ୍ବତ ଗୌତମ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏପିପି ବିକ୍ରମ କୁଣ୍ଡ ମାମଲା ପରିଚାଳନା କରୁଥିଲେ।

The post ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ appeared first on Dharitri Odia News.