ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କିଟିକ୍ରା ଗ୍ରାମରେ ସାଙ୍ଗର ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମାନେଶ୍ବର ମିର୍ଗାମୁଣ୍ଡାର ସୂର୍ଯ୍ୟନାରାୟଣ ପାଣିଗ୍ରାହୀ(୪୮)l ମିଳିଥିବା ସୂଚନା ଅନୁଯାଇ ଗତ ଗୁରବାର ରାତିରେ ବାଙ୍କିଟିକ୍ରା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ସୂର୍ଯ୍ୟନାରାୟଣ, ଜେ. ଶ୍ରୀଧର ଓ ଅନ୍ୟ ଜଣେ ମିଶି ୩ ଜଣ ସାଙ୍ଗ ଏକାଠୀ ବସି ମଦ୍ୟପାନ କରିଥିଲେ। ଏହି ସମୟରେ କୌଣସି କଥାକୁ ନେଇ […] The post ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.
ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କିଟିକ୍ରା ଗ୍ରାମରେ ସାଙ୍ଗର ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମାନେଶ୍ବର ମିର୍ଗାମୁଣ୍ଡାର ସୂର୍ଯ୍ୟନାରାୟଣ ପାଣିଗ୍ରାହୀ(୪୮)l
ମିଳିଥିବା ସୂଚନା ଅନୁଯାଇ ଗତ ଗୁରବାର ରାତିରେ ବାଙ୍କିଟିକ୍ରା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ସୂର୍ଯ୍ୟନାରାୟଣ, ଜେ. ଶ୍ରୀଧର ଓ ଅନ୍ୟ ଜଣେ ମିଶି ୩ ଜଣ ସାଙ୍ଗ ଏକାଠୀ ବସି ମଦ୍ୟପାନ କରିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ କଥାକଟାକଟିରୁ ବଚସା ଆରମ୍ଭ ହୋଇଥିଲା। ଏଥିରେ ହଠାତ ଉତ୍ତ୍ୟକ୍ତ ହୋଇ ଜେ. ଶ୍ରୀଧର ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ସତ୍ୟନାରାୟଣଙ୍କୁ ଆକ୍ରମଣ କରିଥିଲେ।
ଠେଙ୍ଗାମାଡ଼ ସୂର୍ଯ୍ୟନାରାୟଣଙ୍କ ମୁଣ୍ଡରେ ବାଜିବାକୁ ସେ ସେଠାରେ ସଂଜ୍ଞାହୀନ ହୋଇ ଟଳିପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଠେଙ୍ଗା ମାଡ଼ରେ ଗୁରୁତର ସତ୍ୟନାରାୟଣ ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସମ୍ଭବତଃ ମୁଣ୍ଡରେ ଠେଙ୍ଗା ମାଡ଼ ଯୋଗୁଁ ଘଟଣାସ୍ଥଳରେ ହିଁ ସୂର୍ଯ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିଲା।
ଅପରପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୂର୍ଯ୍ୟନାରାୟଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି। ତେଣେ ସୂର୍ଯ୍ୟନାରାୟଣଙ୍କୁ ଆକ୍ରମଣ କରି ଜେ. ଶ୍ରୀଧର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାତ୍ର ଶ୍ରୀଧରଙ୍କ ମୋବାଇଲ ଟ୍ରାକ କରି ପୋଲିସ ତାଙ୍କୁ ଗିରଫ କରିଥିବା ଖବର ମିଳିଛି। ଏହାକୁ ନେଇ ସଦରଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
The post ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.