ସାତଦିନ ହେଲା ପ୍ରିୟଙ୍କା ନିଖୋଜ, ମିଳୁନି କିଛି ଖୋଜ ଖବର
ସମ୍ବଲପୁର: ସାତ ଦିନ ବିତିଲାଣି, ହେଲେ ନିଖୋଜ ପ୍ରିୟଙ୍କା ମିଳୁନି କିଛି ଖୋଜ ଖବର।ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ବରଗଛ ପଡା ନିବାସୀ ନାରାୟଣ ବାଗ ଓ ପୂର୍ଣ୍ଣିମା ନାଗ ଙ୍କର ୧୬ ବର୍ଷୀୟା ଝିଅ ଯିଏକି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ରେ ପାଠ ପଢୁଛନ୍ତି।ଗତ ୩ ନଭେମ୍ବର ଦିନ ସକାଳୁ ସାଇକେଲ ଚଲେଇବା ପାଇଁ ଘରୁ ବାହାରକୁ ଯାଇଥିଲେ,ହେଲେ ଆଉ ଘରକୁ ଫେରି ନାହାନ୍ତି ପ୍ରିୟଙ୍କା l ଝିଅର ଫେରିଲା ବାଟକୁ ଚାହିଁ […] The post ସାତଦିନ ହେଲା ପ୍ରିୟଙ୍କା ନିଖୋଜ, ମିଳୁନି କିଛି ଖୋଜ ଖବର appeared first on Odisha.News.

ସମ୍ବଲପୁର: ସାତ ଦିନ ବିତିଲାଣି, ହେଲେ ନିଖୋଜ ପ୍ରିୟଙ୍କା ମିଳୁନି କିଛି ଖୋଜ ଖବର।ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ବରଗଛ ପଡା ନିବାସୀ ନାରାୟଣ ବାଗ ଓ ପୂର୍ଣ୍ଣିମା ନାଗ ଙ୍କର ୧୬ ବର୍ଷୀୟା ଝିଅ ଯିଏକି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ରେ ପାଠ ପଢୁଛନ୍ତି।ଗତ ୩ ନଭେମ୍ବର ଦିନ ସକାଳୁ ସାଇକେଲ ଚଲେଇବା ପାଇଁ ଘରୁ ବାହାରକୁ ଯାଇଥିଲେ,ହେଲେ ଆଉ ଘରକୁ ଫେରି ନାହାନ୍ତି ପ୍ରିୟଙ୍କା l ଝିଅର ଫେରିଲା ବାଟକୁ ଚାହିଁ ଚାହିଁ ଦୀର୍ଘ ସମୟର ବିଳମ୍ଭ ପରେ ବାପା, ମାଆ ଓ ସମ୍ପର୍କୀୟ ମାନେ ମିଶି ସବୁଆଡେ ଖୋଜା ଖୋଜି କରିବା ସହ ସମ୍ପର୍କୀୟ ବନ୍ଧୁବାନ୍ଧବ ମାନଙ୍କୁ ଫୋନ ଯୋଗେ ପଚାରି ବୁଝିଥିଲେ। ହେଲେ କୌଣସି ଠାରୁ ପ୍ରିୟଙ୍କା ବିଷୟରେ କୌଣସି ସୂଚନା ମିଳିନଥିଲା। ଫଳରେ ୪ ନଭେମ୍ବର ରେ ଧନୁପାଲି ଥାନାରେ ବାପା ମାଆ ଙ୍କର ପକ୍ଷରୁ ନିଖୋଜ କେଶ (ଆଇପିସି ୧୩୭(୨) କେଶ ନମ୍ବର ୪୬୦/ ତା. ୪/୧୧/୨୦୨୪)ମାମଲା ରୁଜ୍ଜୁ ହୋଇଛି। ଏ ଭିତରେ ୭ ଦିନ ବିତିଲାଣି କିନ୍ତୁ, ପ୍ରିୟଙ୍କା ଫେରିନି ଘରକୁ କିମ୍ବା ନିଜ କଲେଜକୁ।ଆଜିଯାଏ କୌଣସି ସୂଚନା ମଧ୍ୟ ମିଳିପାରିନାହିଁ lବାପା ନାରାୟଣ ବାଗ ଙ୍କର କହିବା ଅନୁଯାଇ ଝିଅ ପାଖରେ ଗୋଟିଏ କିପେଡ ମୋବାଇଲ ଥିଲା ଯାହାକି ବର୍ତ୍ତମାନ ବନ୍ଦ ଅଛି l ଝିଅ ର ନିଖୋଜ ବିଷୟରେ ଧନୁପାଲି ଥାନା ରେ ଏତଲା ଦେଲା ପରେ ପୋଲିସ ଅନୁସନ୍ଧାନ ଚଳାଇଛି ଓ ପରିବାର ଲୋକେ ମଧ୍ୟ ଏଣେ ତେଣେ ଖୋଜା ଖୋଜି କରୁଛନ୍ତି l ହେଲେ ବର୍ତ୍ତମାନ ଯାଏ ପ୍ରିୟଙ୍କା ର କୌଣସି ବିଶେଷ ସୂଚନା ମିଳିନଥିବାରୁ ପରିବାର ଆଖିରୁ ଝରୁଛି ଲୁହ। ହଜିଯାଇଛି ନିଦ, ଭୁଲି ଯାଇଛନ୍ତି ଭୋକ ଶୋଷ ଝିଅର ଫେରିବା ବାଟକୁ ଚାହିଁ।
The post ସାତଦିନ ହେଲା ପ୍ରିୟଙ୍କା ନିଖୋଜ, ମିଳୁନି କିଛି ଖୋଜ ଖବର appeared first on Odisha.News.