ସାତପଡ଼ାରୁ ଜହ୍ନିକୁଦା ଯାଉଥିଲା ଡଙ୍ଗା, ମଝି ଚିଲିକାରେ ଫସିଲା
ବ୍ରହ୍ମଗିରି ୧୪।୦୯ : ଚିଲିକା ମଝିରେ ଅଘଟଣ । ଯାତ୍ରୀ ନେଇ ଯାଇଥିବା ଡଙ୍ଗା ମଝି ଚିଲିକାରେ ଫସିଲା । ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟରୁ ଯାଇଥିବାର ସୂଚନା ମିଳିଛି । ଖବର ଅନୁଯାୟୀ, ସକାଳ ୭ଟାରୁ ସାତପଡ଼ାରୁ ଜହ୍ନିକୁଦା ଘାଟ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀ ଏବଂ ୧୫ ବାଇକ୍ ନେଇ ଯାଉଥିଲା । ହେଲେ ଅଧାରାସ୍ତା ମାନେ ମଏଂସା ନିକଟରେ କୌଣସି କାରଣରୁ ଡଙ୍ଗାଟି ଫସିଯାଇଥିଲା । ତେବେ ମଝି ଚିଲିକାରେ ଡଙ୍ଗାଟି ଫସିଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢିଥିଲା । ସେପଟେ ଡଙ୍ଗା ଫସିଥିବା ଖବର ପାଇ ଆଉ ଏକ ଡଙ୍ଗା ଉଦ୍ଧାର ପାଇଁ ଯାଇଥିବାର ସୂଚନା ମିଳିଛି ।
ବ୍ରହ୍ମଗିରି ୧୪।୦୯ : ଚିଲିକା ମଝିରେ ଅଘଟଣ । ଯାତ୍ରୀ ନେଇ ଯାଇଥିବା ଡଙ୍ଗା ମଝି ଚିଲିକାରେ ଫସିଲା । ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟରୁ ଯାଇଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ସକାଳ ୭ଟାରୁ ସାତପଡ଼ାରୁ ଜହ୍ନିକୁଦା ଘାଟ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀ ଏବଂ ୧୫ ବାଇକ୍ ନେଇ ଯାଉଥିଲା । ହେଲେ ଅଧାରାସ୍ତା ମାନେ ମଏଂସା ନିକଟରେ କୌଣସି କାରଣରୁ ଡଙ୍ଗାଟି ଫସିଯାଇଥିଲା । ତେବେ ମଝି ଚିଲିକାରେ ଡଙ୍ଗାଟି ଫସିଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢିଥିଲା । ସେପଟେ ଡଙ୍ଗା ଫସିଥିବା ଖବର ପାଇ ଆଉ ଏକ ଡଙ୍ଗା ଉଦ୍ଧାର ପାଇଁ ଯାଇଥିବାର ସୂଚନା ମିଳିଛି ।